ସୀତାଙ୍କ ବିବରଣ
କାରଣ ଅନେକ ଆକିଞ୍ଚନ କଲେ । ମାତ୍ର ଅଯୋଧ୍ୟା ନଗର ସେଠାକୁ ଅଧିକ ଦୂର ନୁହେଁ, ସେଠାରେ ରହିଲେ କିଜାଣି ଭରତ ତାଙ୍କୁ ନେବାକୁ ଆସିବେ, ଏହି ଆଶଙ୍କାରେ ସେଠାରେ ଅବସ୍ଥିତି ନ କରି ଯମୁନା ପାର ହୋଇ ସୀତାଙ୍କୁ ମଧ୍ୟରେ ଘେନି ରାମ ଲକ୍ଷ୍ମଣ ଗମନ କଲେ । ସୀତା କେତେବେଳେ ପଥ ଭ୍ରମଣ କରନ୍ତି ନାହିଁ ଗମନରେ ଅତ୍ୟନ୍ତ କ୍ଳାନ୍ତ ହେଲେ; ଏବଂ ଅଗ୍ନିରେ କ୍ଷୀରର ପୁତ୍ତୁଳୀ ଯେମନ୍ତ ଗଳିତ ହୁଏ, ସୂର୍ଯ୍ୟ କିରଣରେ ତାଙ୍କର କୋମଳ ଶରୀର ତଦ୍ରୂପ ହେଲା । ଅନନ୍ତର ଯମୁନା ପାର ହୋଇ ଚିତ୍ରକୂଟ ଅରଣ୍ୟ ମଧ୍ୟରେ ପ୍ରବେଶ ହୋଇ ସେହିଠାରେ ପର୍ଣ୍ଣଶାଲା ନିର୍ମାଣ କରି ରହିଲେ ।
ଏଥି ମଧ୍ୟରେ ସୁମନ୍ତ୍ର ରାମଙ୍କୁ ଶୃଙ୍ଗବେର ପୁରରେ ରଖି ଅଯୋଧ୍ୟାକୁ ପ୍ରତ୍ୟାଗତ ହେଲେ । ରାଜା ଦଶରଥ ପୁତ୍ର ଶୋକରେ ପୂର୍ବଋ ଆହାର ନିଦ୍ରା ବର୍ଜିତ ବର୍ତ୍ତମାନ ସେ ସମ୍ବାଦରେ ଆହୁରି ଶୋକାକୁଳ ହୋଇ ଶଯ୍ୟାଗତ ହେଲେ, ଏବଂ କହିଲେ ଆମ୍ଭେ ସରଯୂତୀରକୁ ଥରେ ମୃଗୟା ନିମନ୍ତେ ଯାଇଥିଲୁଁ । ସେଇ ସମୟରେ ଅନ୍ଧକ ମୁନିଙ୍କ ପୁତ୍ର ନଦୀଋ କଳଶରେ ଜଳ ନେଇ ଯାଉଥିଲେ । ଆମ୍ଭେ ତାହା -- ବୋଧ କରି ତାଙ୍କୁ ନଷ୍ଟ କଲୁଁ । ସେଠାଋ ସେଇ --- ରେ ନେଇ ଦେଲାଋ ମୁନି ସରଯୂ ନଦୀ ତୀର -- ଶୋକରେ ପ୍ରାଣତ୍ୟାଗ ସମୟରେ ଆମ୍ଭଙ୍କୁ ଅଭିଶାପ -- ଯେମନ୍ତ ପୁତ୍ର ଶୋକରେ ପ୍ରାଣତ୍ୟାଗ କଲୁଁ ତୁମ୍ଭଙ୍କୁ ସୁଦ୍ଧା ସେହି ପ୍ରକାର ପୁତ୍ର ଶୋକ ପ୍ରାପ୍ତ ହେବ । ଅତଏବ ସେ କଥା କେତେବେଳେ ବ୍ୟର୍ଥ ହେବ ନାହିଁ, ଆଜି ନିଶ୍ଚେ ରାମଙ୍କ ଶୋକରେ ଆମ୍ଭର ପ୍ରାଣ ତ୍ୟାଗ ହେବ । ଏହି କଥା କହୁ ୨ ତାଙ୍କର ହିମାଙ୍ଗ ହେଲା ଏବଂ ସେହି ରାତ୍ରରେ ରାଜା ଦଶରଥ ପ୍ରାଣତ୍ୟାଗ କଲେ ।
ଏହି ଅଚିନ୍ତନୀୟ ଘଟଣାରେ ସକଳ ରାଜମହଷୀ, ବିଶେଷତଃ କୌଶଲ୍ୟା ଦେବୀ, ଅଧିକ ମନସ୍ତାପ ପାଇଲେ । ଅନନ୍ତର, ପୁତ୍ର ନିକଟରେ ନାହିଁ ରାଜାଙ୍କ ମୁଖାନଳ କିଏ କରିବ । ଏହି କାରଣ ବଶିଷ୍ଠ ମୁନି ବ୍ୟବସ୍ଥା ଦେଲେ ଯେ ତାଙ୍କର ଶବ ତୈଳ ମଧ୍ୟରେ ରଖି ହସ୍ତିନା ନଗରଋ ଭରତ ଶତ୍ରୁଘ୍ନଙ୍କୁ ଆନୟନ କରାଯାଉ, ଭରତ ଆସି ପିତାଙ୍କ ମୁଖାଗ୍ନି କରିବେ ଏହି ପରାମର୍ଶ ଅନୁସାରେ ତେତିକିବେଳେ ହସ୍ତିନା ନଗରକୁ ଦୂତ ପଠିୟା ଗଲା । ଦୂତଗଣ ରଥଯୋଗରେ ପଞ୍ଚମ ଦିବସରେ ସେଠାରେ ଉପନୀତ ହୋଇ ଭରତ ଓ ଶତ୍ରୁଘ୍ନଙ୍କୁ ରଥାରୋହଣପୂର୍ବକ ଅଯୋଧ୍ୟାକୁ ଘେନି ଆସିଲେ । ଭରତ ଓ