ପୃଷ୍ଠା:Prabodha Chandrika (1856).pdf/୯୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ସମାଚାର ପତ୍ରିକା

ଅଧେଟଙ୍କା ପ୍ରାପ୍ତ ହେବେ । ପୁନଶ୍ଚ ୨୦ ବର୍ଷ କର୍ମ କରି ଯେବେ କେହି ପେନଶନ ନେବାକୁ ବାଞ୍ଛ କରେ ତେବେ ସେ ବେତନର ତିନି ଅଂଶ‌ଋ ଏକାଂଶ ପାଇବ । ଏ ନିୟମ ସ୍ଥାପିତ ଦେବାଋ ଅଚିହ୍ନିତ କର୍ମକାରିମାନଙ୍କ ଉପରେ ଗବର୍ଣ୍ଣମେଣ୍ଟର ବିଶେଷାନୁଗ୍ରହ ପ୍ରକାଶ ହୋଇଅଛି ।

ଇଂଲିଶମ୍ୟାନ ପତ୍ରପାଠରେ ଅବଗତ ହେଲା ଯେ, ଅଯୋଧ୍ୟାରାଜ୍ୟ, ଖୋରାବ ଓ ବିରାଚ ଓ ଲଖିନୌ ଆଉ ସୁଲତାନପୁର ଏ ଚାରି ଅଂଶରେ ବିଭକ୍ତ ହୋଇଅଛି ।

ଲାର୍ଡ଼ ଡ଼େଲହୌସିଙ୍କ ନାମ ଏହି ଦେଶରେ ଚିରସ୍ମରଣାର୍ଥ ଚାନ୍ଦା ଦ୍ୱାରା ଯେଉଂ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ସ୍ୱାକ୍ଷର ହୋଇଅଛି ତ‌ହିଁରେ ଲେପଟେନେଣ୍ଟ ଗବର୍ଣ୍ଣର ଶ୍ରୀଯୂତ ହେଲିଡ଼େ ସାହେବ ୧୦୦୦ ମୁଦ୍ରା ଓ ଶ୍ରୀଯୁତ ବାବୁ ପ୍ରସନ୍ନ‌କୁମାର ଠାକୁର ୫୦୦ ମୁଦ୍ରା ଓ ଅନ୍ୟାନ୍ୟ ଅନେକ ମହାଶୟମାନେ ସୁଖ୍ୟାତି ପ୍ରାପ୍ତି ନିମନ୍ତେ ସ୍ୱ ୨ ନାମ ସ୍ୱାକ୍ଷର କରିଅଛନ୍ତି । ଅଳ୍ପକାଳ ମଧ୍ୟରେ ୫୫୦୦୦ ଟଙ୍କାଋ ଉର୍ଦ୍ଧ୍ୱ ସଂଗ୍ରହ ହୋଇଅଛି ।

ରେଇଲଓଏ କମ୍ପନିଙ୍କର ସାପ୍ତାହିକ ଆୟ ବିବରଣ‌ଋ ଜଣାଗଲା ଯେ, ଫେବୃଏରି ମାସ ୪ ତାରିଖଠାଋ ୯ ତାରିଖ ପର୍ଯ୍ୟନ୍ତେ ଯାତ୍ରି ଓ ଦ୍ରବ୍ୟାଦି ଭଡ଼ାରେ ସର୍ବସୁଦ୍ଧା ୨୧୧୮୫୬୮ ଟଙ୍କା ଉତ୍ପନ୍ନ ହୋଇଅଛି ଏବଂଚ କ୍ରମ୍ୟେ ମାର୍ଗର ଯେତେ ଦୀର୍ଘତା ବୃଦ୍ଧି ହେବ ତେତେ ଆୟର ଆଧିକ୍ୟ ହେବ ।

ଶ୍ରୋତ୍ରଗାମୀ ହେଲା ଯେ, ସୁନ୍ଦରବନର କମିଶନର ଶ୍ରୀଯୁତ ବାବୁ ଉମାକାନ୍ତ ସେନ ଚିରକାଳ ଅତିସୁଖ୍ୟାତି ସମ‌ଭିବ୍ୟାହାରରେ ଉକ୍ତ ପଦର କର୍ମ ନିର୍ବାହ କରି ବର୍ତ୍ତମାନ ପେନଶନ ପ୍ରାର୍ଥନା କରିବାଋ ଗବର୍ଣ୍ଣମେଣ୍ଟ ତାଙ୍କ ପ୍ରତି ସନ୍ତୁଷ୍ଟ ହୋଇ ବଦୀୟ ପ୍ରାର୍ଥନା ଗ୍ରହଣପୂର୍ବକ ପ୍ରଶଂସିତ ବାବୁଙ୍କୁ ରାୟବାହାଦୁର ଉପାଧି ପ୍ରଦାନ କରିଅଛନ୍ତି ।