ପୃଷ୍ଠା:Prachina Odia Kabita.pdf/୧୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୧୩୭
 

ଦେହ ଆଉଂସିଣ ବିଳାସ କଥା କରି
ଅଧର ଚୁମ୍ବିଲା ସେ ଚାରୁହ ସୁନ୍ଦେରୀ ।
କୋଳେଣ ଘେନିଣ ମୁନିଙ୍କି ଉଭାରି ଶୁଆଇଲା
ବିବିଧ ଛନ୍ଦେଣ ସେ ରମଣ କରାଇଲା ।
ହିଆରେ ହିଆ ଲଗାଇ ଭୁଜରେ ଭୁଜ ଭିଡ଼ି
ମଦନ ଘାରିଲା ଘେନି ଜରତା ବାସ ଫେଡ଼ି |
ମୁନି ନ ଜାଣଇ ସୁରତିର ସୁଖ
ପୁଣ ପୁଣ ସୁନ୍ଦେରୀ ଚୁମ୍ବଇ ମୁନି ମୁଖ ।।୬୫୦।
ମୁଖେ ଚୁମ୍ବ ଦେଇ ଉତ୍ତ୍ୟାନେ ଚାହିଁଲା
ନିଜ ସ୍ତନ ଅଙ୍ଗ ମୁନି ମୁଖେ ଦେଲା ।
ଦଶନ କ୍ଷତ କଲା ଗଣ୍ଡସ୍ଥଳ ।
ତେଣୁ ସ୍ରବିଲା ସେ ମୁନିର ଧାତୁ ଜଳ ।
କାମକଳା ବନ୍ଧ ଜାଣଇ ସୁନ୍ଦେରୀ
ରତି ଶାହାସ୍ତ୍ର ପଢ଼ି ଅଛଇ ଚତୁରୀ ।
ଶୃଙ୍ଗାରରସେ ସେ ମୁନିଙ୍କି ମୋହ କଲା
ଲଜ୍ଜା ଛାଡ଼ିଣ ସେ ରମଣି ଦାନ ଦେଲା ।
ଅଚୁତ ଅବୟ ନାଗରୀ ସଙ୍ଗେ ପ୍ରୀତି
ପଞ୍ଚୁଶରେ ମାୟାଣ ଘାରିଲା ମହାଯତି ।।୬୬୦।
ମୁନିବର ପ୍ରସନେ କଲାକ ରମଣୀ
ଘନ ଘନ ପ୍ରେମରସେ ପିଡ଼ିଲା ତରୁଣୀ ।
କେତେହେଂକ ବେଳେ ଖଳିତ ହୁଏ ରେତ
କନ୍ୟାକୁ ଛାଡ଼ି ମୁନିବର ଅଚେତ ।
କଣ୍ଠ ଶୁଖିଲା ବୁଜିଲାକ ଆଖି
ଖରତର ନିଶ୍ୱାସ ଆସଇ ମୁନିକି ।
ବୁକୁ ଦମଦମ ଯେ ବାହାରକୁ ଚଳଇ
ଜାଣି ପଟାନ୍ତର କି ମୃତ୍ୟୁ ପିଣ୍ଡ ଲାଇ ।
ତକ୍ଷଣେ ଜରତା ସମ୍ଭାଳିଲା ବାସ
କୋଳକରି ଧଇଲା ବିଭାଣ୍ଡେକର ଶିଷ ।।୬୭୦।