ପୃଷ୍ଠା:Prachina Odia Kabita.pdf/୧୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫୬
ପ୍ରାଚୀନ ଓଡ଼ିଆ କବିତା
 

ଜାଣିଲି ଜୀବନକୁ ନାହିଁ ଯେ ତୋର ଆଶା
ପୁତ୍ରକୁ ଚୋରାଇ ନେଉଛୁରେ ତୋର ଏଡ଼େକ ଭରସା । ୧୯୦ ।
ରାଜାଙ୍କୁ ଦ୍ରୋହ କଲୁ ହୋଇଲୁ ମହାପାପୀ
କିଙ୍କେ ଗ୍ୟାନ ଧ୍ୱଂସ ହୋଇଲୁ ଶିର ଛେଦିବି ଅଦ୍ୟାପି ।
ମୂଳଛେଦନ କରି କଂସ ନ ମାରିଲା ତୋତେ
ତହିଂକି ଉପକାରରେ କରିଅଛୁ ଏତେ |
ଆପଣେ ଜାଣୁ ଜାଣୁ କଂସ ଏହା କଲା
ଅଶ୍ୱାସନା କରି ସ୍ୱାନ ମୁଖରେ ଚୁମ୍ବନ ଦେଲା ।
ଆରେ ତୋର ଶିର ଯେବେ ଛେଦନ୍ତା ଆଗହୁଂ
ଭଉଣୀ ଭିଣୋଇ ବୋଲି ପୀଡ଼ା କରି ନ ମାରିଲା ଯହୁଂ ।
ଉପୁଗାରକୁ ଉପକାର କରିବୁଟିକି ତୁହି
ତାହାର ମହିମା କିରେ ଶୁଣିଲା ତୋର ନାହିଁ । ୨୦୦ ।
ଆରେ କଂସର ପ୍ରତଗ୍ୟା ତୁ ପ୍ରତକ୍ଷେ ଜାଣିଅଛୁ
ଦେଖୁ ଦେଖୁ ଅନ୍ଧ ହୋଇଲା ତୋର ଚକ୍ଷୁ ।
ଟସ୍କର ରୁପେ ପୁତ୍ରକୁ ନେଉଛୁ ଚୋରାଇ
କଂସର ଜାଣିଲେ ଏଥି କାହାରି ବ୍ରତି ନାହିଁ ।
ଦିଗପାଳମାନଙ୍କୁ କଂସ ଜିଣିଲାକ ରୋଳେ
ତାହାର ତେଜ ପ୍ରତାପ ବିଦିତ ରବିତଳେ ।
ତୁ ମୁଢ଼ା ତାହାର ତୁଲେ ବିବାଦି ହୋଇଲୁ
ଆପଣା ଗଳାରେ ତୁ ଫାସି ଲଗାଇଲୁ ।
ଜୀବନ୍ତେ ଥୋଇବାର ତୋତେ ନ ଯୋଗାଇ କ୍ଷଣେ
ଏସନକ ବଚନ ରାଜା ବୋଇଲା ଆପଣେ । 9୧୦।
ଏ ମୋହର ମୁଖେ ପଡ଼ି ଯିବୁ ଆଜ କାହିଁ
ଏହିକ୍ଷଣି ମାରିବି ତୋତେ ଯେ ବିଶାବଳି ଦେଇ ।
କଂସ ରାଜାର କୋପାନଳେ ହୋଇବୁ ଆଜି ଗଞ୍ଜି
କୃତାନ୍ତେକ ଦେବତାରେ ପୋଛି ତୋର ପାଞ୍ଜ ।
କେବଣ ଭରସାରେ ପୁତ୍ରକୁ ଆଣିଲୁ ଚୋରାଇ
ଏଡ଼େ ଭରସା ତୋରରେ ହୋଇଲ କିସ ପାଇ° ।