ପୃଷ୍ଠା:Prachina Odia Kabita.pdf/୨୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୨୭
 


ମାଧବ ଅଙ୍ଗ ମରକତ ଗିରି
ମୃଦୁଳ ହେମ-ଲତିକା ଈଶ୍ୱରୀ
ମତ୍ତ କି ଶିଖରୀ କୋଡ଼େ ହରିଣୀ
ମନ୍ଥେ ମତ୍ତଗଜ ବନ ନଳିନୀ ଯେ
ମହାନନ୍ଦ ଚଉଷଠୀ ଯେ,
ମଦନ ରାଜାର ମହାବନ୍ଧ ଟୋପେ
ପଡ଼ି ନ ପାରନ୍ତି ଉଠି ଯେ । ।୨୫।
ଯୁବତୀ ରତନ ଜାଣେ ସିହାଣ
ଜାଣେ ରତିରସ ନାଶ ରଙ୍ଗେଣ
ଯହୁଁ ରାସରସେ ରାଧା ଅଧିକା
ଜାଣେ ବିପରୀତ ରତିନାୟିକା ଯେ
ଜଗବନ୍ଧୁ ହୃଦ ପଦ୍ମେ ଯେ
ଯେଉଁ ରତିରସ ରସେ ରସବତୀ
ଖେଦଇ ଅତି ଉନ୍ମଦେ ଯେ । ।୨୬।
ରଙ୍ଗ ଅଧରେ ଚୁମ୍ବନ୍ତି ଅଧର
ରସପୂରିତ ଉରଜ ଭଣ୍ଡାର
ରତ ଉଛୁଳେ ଭୂଜେ ଭିଡ଼ାଭିଡ଼ି
ରସେ ଜଘନରେ ଜଘନ ଭିଡ଼ି ସେ,
ରସ ଅପ୍ରମିତା ହୋଇ ସେ
ରମଣୀବର ରସିକ ଶିରୋମଣି
ସାକ୍ଷୀ ସଖୀମତା ଦୁଇ ଯେ । ।୨୭।
ଲକ୍ଷ୍ମୀ ଲକ୍ଷ୍ମୀଧର ଲଭିବେ ଭାବ
ଲାଜ ନ ପାଇଲେ ଦେବେ ଦୁର୍ଲଭ
ଲସିଲା ତନୁ ନୋହି ଲାଗି ତୁଳୀ
ଲସି କବରୀ ଉରଜରେ ଲୋଳି ସେ,
ଲମ୍ବେ ଶମ୍ଭୁଶିରେ ପାଣି ଯେ
ଲକ୍ଷ୍ମୀଧର ଲଖ ରେଖ ଲାଗି ତହିଁ
ଅର୍ଦ୍ଧ ଶୋହେ ନିଶାମଣି ସେ । ।୨୮।