ପୃଷ୍ଠା:Prachina Odia Kabita.pdf/୨୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୩୮
ପ୍ରାଚୀନ ଓଡ଼ିଆ କବିତା
 


ଝୁରି ଝୁରି ତନୁ ଝଡ଼ି ଯାଉଅଛି
କେବଳ ରହିଛି ଜୀବତି । ।୧୧।
ରାଧିକା ବୋଇଲେ ନାଗରମାନଙ୍କ
ସାଗର ସାଗର ଏ ବୁଦ୍ଧି,
ମାମୁ ମାରି ଦୋଷ ମେଣ୍ଟାଇ ପାରନ୍ତି
ମାଈଁଙ୍କ ଗଳା ଧରି କାନ୍ଦି ।
ନାଗର,
ସେହି ମାୟାଧର ନୂହ କି ?
କୋଟି ରାଜଜେମା ଯାହାକୁ ଖଟନ୍ତି
ସେ ପୁଣି ଝୁରେ ନିର୍ମାଖୀକି । ।୧୨।
ଶ୍ରୀକୃଷ୍ଣ ବୋଲନ୍ତି ଚନ୍ଦ୍ର ଦେବତାର
କୋଟି କୋଟି କନ୍ୟା ଅଛନ୍ତି,
ଯାମିନୀ କନ୍ୟା ତା କ୍ଷଣହେଁ ନ ଥିଲେ
ଛାଡ଼ଇ ତାର ଜ୍ୟୋତି କାନ୍ତି ।
ସୁନ୍ଦରି,
ଶଚି ବିନୁ ଇନ୍ଦ୍ର ନୁହଇ,
ରାଧାକୃଷ୍ଣ ବୋଲି ଯୁଗ ଯୁଗାନ୍ତରେ
ଶାହାସ୍ର ପୁରାଣେ ଲିହଇ । ।୧୩।
ରାଧା ବୋଇଲେ ରାଧାକୃଷ୍ଣ ବୋଲାଇ
ସେରନ୍ତା ହୋଇ କି ରହିବ,
ରାତି ରାତି ହୋଇ ଲୁଚି ଆସିଅଛ
ରାତ୍ର ନ ପାହୁଁ ପଳାଇବ ।
ନାଗର,
ଏଥୁଁ ମରଣ ମଣି ଭଲ,
କ୍ଷଣକର ସୁଖ ସପନ ସମ୍ପତ୍ତି
ପୁଣି ହିଁ ସେହି କଲବଲ । ।୧୪।
ଶ୍ରୀହରି ବୋଇଲେ ଏହି ନିଶି ସଖି
ଅନେକ ଯୁଗଯାୟେ ଥିବ ।