ପୃଷ୍ଠା:Prachina Odia Kabita.pdf/୨୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୩୯
 


ବହୁତ ହାସ ବିଳାସ ରାସ ରସ
ଏହି ବୃନ୍ଦାବନେ ହୋଇବ ।
ସୁନ୍ଦରି,
ମନେ କିଛି ଚିନ୍ତା ନ କର,
ତୁମ୍ଭର ପାଇଁ ନାନା ପାଞ୍ଚ କରିଅଛୁଁ
ଏଥକୁ ହୁଅ ତ‌ତପର । ।୧୫।
ଶୁଣି ସୁନ୍ଦରୀ ହୃଦୟ ଉଲ୍ଲସିତ
ଯୌବନୁଁ ବସନ ଖସିଲା,
ମୁଖେ ମୁଖ ଚୁମ୍ବି ଭୂଜେ ଭିଡ଼ି ବାଳୀ
ଲମ୍ବି ପଡ଼ି ତଳେ ବସିଲା ।
ଗରୁଡ଼,
ଦେଖି ମୁଖ କଲା ପିଠିକି,
ପୃଷ୍ଠପରେ କୃଷ୍ଣ- ରାଣୀ ଚାହୁଁଥିଲେ
ପକ୍ଷୀ ଉହାଡ଼ିଲା ଦୃଷ୍ଟିକି । ।୧୬।
ରାଧାକୃଷ୍ଣ ପ୍ରୀତି ସୁରତି ପ୍ରବନ୍ଧ
ଚୁମ୍ବନ ଆଲିଙ୍ଗନ ଖେଳା,
କାମ ସମୁଦ୍ରେ ବେନି ଜନ ବୁଡ଼ିଲେ
ଭାସିଣ ଗଲା ଗ୍ୟାନ-ଭେଳା ।
ସୁଜନେ,
ଚେତନା ବଳେ ପହଁରିଲେ ।
ଜଳ ପ୍ରବଳେ ଉତୁରି ନ ପାରନ୍ତି
ଯୋଗେ ଭେଳା ପାଇ ତରିଲେ । ।୧୭।
ସୁରତି ଅନ୍ତେ ସନ୍ତୋଷ ବେନି ଜନ
କାମ ମନୋରଥ ପୂରିଲା,
କେଶ ବସନ ବାସ ପରିଧାପନ
ମନମଥ ଅପସରିଲା ।