ପୃଷ୍ଠା:Prachina Odia Kabita.pdf/୨୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୭୧
 

ପିତାମାତା ଛାଡ଼ି ମୁହିଂ ହୋଇଲି ନିରେଖ
ତୋର ପରସାଦେ ମୁଂ ଲଭିଲି ମହାସୁଖ ।
ନୋହିଲେ କି ଦୁଃଖ କାଳେ ନିଧି ପରାପତ
ବିଧାତା କଢ଼ାଇ ମୋତେ ଆଣିଲା ତୁରିତ । ।୧୭୦।
ନିରେଖି ଅଟଇ ମୁହିଂ ସଖା ବନ୍ଧୁ ନାହିଂ
ତୋତେ ମୁଁ ପାଇଲି ପୂର୍ବେ ଶଙ୍କରଙ୍କୁ ଧ୍ୟାଇଂ ।
ଚାଟ ବୋଲେ ବାଳୁତ କୁମାରୀ ୟେଡ଼େ ସତ
ଯାବତ ଜୀବନ ମୋର ତୋର ତହିଂ ତତ୍ତ୍ୱ ।
ସୁଫଳ ଜୀବନ ମୋର ତୋ ସଙ୍ଗେ ପୀରତି
ଆଜହୁଂ ବିଧାତା ମୋତେ ଦେଲା ସଦଗତି ।
ଦୟା ଅନୁରାଗ ପ୍ରିୟେ କରିଥିବୁ ମୋତେ
ୟେତେକ ମାଗୁଣି ମୁହିଂ ମାଗୁଅଛି ତୋତେ ।
ଚାଟର ବଚନେ ଇଚ୍ଛା ବୋଲଇଂ ଉତ୍ତର
ତୋତେ ମୋତେ ଦେଇଛନ୍ତି ଗଉରୀ ଶଙ୍କର । । ୧୮୦ ।
ଧନ ଯଉବନ ଚାଟ ସର୍ବଦା ନ ଥାଇ
ପୀରତି କୀରତି ୟେକା ଯୁଗେ ଯୁଗେ ଥାଇ ।
ମହା ସେ ପ୍ରତାପୀ ରାଜା ଭୋଜ ନୃପବର
ତୁମ୍ଭଙ୍କୁ ପାଇଂଣ ମୁଂ ଛାଡ଼ିଲି ଭୟେ ତାର ।
ପିତାମାତା ଭାଇ ବନ୍ଧୁ ଭୟେ ଭୀତି ନାହିଂ
ଛାଡିଲି ସକଳ ଲାଜ ତୁମ୍ଭର ସେ ପାଇଂ ।
ଯାବତ ଜୀବନ ମୋର ଶରୀରେଣ ଥିବ
ତୋହ ବିନୁ ସତ କି ମୋ ଆନରେ ବଳିବ ?
ତୁମ୍ଭେ ସେ ମୋହୋର କାନ୍ତ ମୃହିଂ ତୁମ୍ଭ ନାରୀ
ନିଶ୍ଚୟେଂ ୟେକଥା ଚାଟ ମନେ ଥିବ ଧରି । ।୧୯୦।
ଯେ ଯିସ ବୋଲିବ ବୋଲୁ ମୁହିଂ ତୁମ୍ଭ ନାହା
ମନେ ଯାହା ଲୋଡ଼ୁଥିଲି ପାଇଲି ମୁଂ ତାହା ।
ତୋତେ ମୋତେ ଧାତା ଆଣି କରାଇଛି ଭେଟ
ଆଜଠାରୁ ଅନୁଗ୍ରହ କରିଥିବୁ ଚାଟ ।