ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୭୮
ପ୍ରାଚୀନ ଓଡ଼ିଆ କବିତା
ହରି ହରି ବ୍ରହ୍ମା ସେ ଯେ ଅର୍ଦ୍ଧ ଅଙ୍ଗତିନି
ହେଉଛନ୍ତି ଆତଯାତ ଯେଝା ଗୁଣ ଘେନି
ହେଜ ଭୁ ଲକ୍ଷ୍ମୀନ୍ଦ୍ର, ମନେ ୟେମାନ ଗ୍ୟାନ କି
ହରଷେଣ, ବୀରସିଂଘ କହେ ତିହାଡ଼ିକି ।।୩୩।
କ୍ଷିତିର ମଧ୍ୟରେ ଯେତେ ହୋନ୍ତି ଆତଯାତ
ଛିଡ଼ିବା ବଢ଼ିବା ସବୁ ଦେହର ବୃତ୍ତାନ୍ତ
କ୍ଷୋଭ ମନେ ନ ଧରି କହିଲି ମୁହିଂ ଯାହା
ଶୁଣ ତୁ ନଛିନ୍ଦ୍ର, ମତେ ଦୁଢ଼ କରି ୟେହା ।।୩୪।