ପୃଷ୍ଠା:Prachina Odia Kabita.pdf/୨୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୮୧
 

ନାଥ ତୁ ଜିଣିଲୁ ହେଳେ ଯମକୁ
ଜାରି ଭସ୍ମ ଆଶ କରୁଛ କାମକୁ ।।୧୩।

ହରି ହୋ, ର କାର ମ କାର ଲ କାର ସ୍ଥିତି
ବହି ଅଛନ୍ତି ନାମକୁ ଘେତି ।
ନାଥ ମୁଂ ଲୋଭୀ ହୋଇଲି ନାମକୁ
ଲାଜ ଜଳେ ମୋ ଦୁଷ୍ଟ ଜନକୁ ।{{gap|5em}।୧୪।

ହରି ହୋ, ବ୍ରହ୍ମାଣ୍ଡ କୋଟି କୋଟି ଅପ୍ରମୟେ
ବ୍ରହ୍ମାରୂପେ ତୋର ପ୍ରମାଣ କାଏ ।
ନାଥ ତୁ ମାନ ନୋହୁ ଅଶେଷ
ସେବା ଜାଣି କେ ତୋତେ ବିଶ୍ୱାସ ।।୧୫।

ହରି ହୋ, ସବୁ ଛାଡ଼ିଲି ବ୍ରତ ତୀର୍ଥ ଦାନ
ଶ୍ରୁତି ସୁମୃତି ପୁରାଣ ଅଭିଧାନ ।
ନାଥ ମୁଂ ସବୁ କର୍ମଇଂ ତେଜିଲି
ସତ ତୁମ୍ଭ ନାମ ଆଶ୍ରେ କଲି ।।୧୬।

ହରି ହୋ, ହୋଇଲା ତା ଭାବ ସମୁଦ୍ର ସରି
ହରି ପ୍ରସନ୍ନେ କହଇ ଭଉଂରୀ ।
ନାଥ ଏ ଛନ୍ଦା ଚଉତିଶା ଶେଷ
ଛରି ଅଛି ଅଧର ପୀଉଷ ।।୧୭।