ପୃଷ୍ଠା:Prachina Odia Kabita.pdf/୩୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୯୪
ପ୍ରାଚୀନ ଓଡ଼ିଆ କବିତା
 

( ୫ )
ମନ ମତ୍ତ ଦୁହାଁଳ ଗାଈ, ଗାଈ ପଳାଇଲା ପଘା ଛିଣ୍ଡାଇ,
ସେ ଗାଈ ମହିମା ଦେବାକୁ ଉପମା
କେହି ଏକୋଇଶ ବ୍ରହ୍ମାଣ୍ତେ ନାହିଁ ।
ଗାଈ ନା ସୁବୁଦ୍ଧି କିଏ ହେଲା ବାଦୀ
ଛିଟିକା ମନ୍ତର କିବା ଜାଣଇ,
ବାରବାଟୀ ବିଲ ପଡ଼ିଆ ଉଠିଆ
ଦିନେ ଗାଈ ଘାସ ଖାଇଲା ନାହିଁ ।
ତ୍ରିଗୁଣ ଦଉଡ଼ି କଷି ବାନ୍ଧିଥିଲି
ଛିଣ୍ଡାଇ ପକାଇ ଗଲା ପଳାଇ,
କହେ ଯଶୋବନ୍ତ ଗାଈ ପାଦେ ଆଶ । ୧୦ ।
ଗାଈକି ମୋ ଦେବ କେ ସୁଧୁରାଇ ।
(୬)
ଦିବସ ଶେଷକାଳେ ରଜନୀ ଆଦ୍ୟବେଳେ
ଜଗମୋହନ ଥାଇ ଦେଖ
କଳାଭ୍ର ମୁଖ କାନ୍ତି ଅଧରେ ରଙ୍ଗ ଜ୍ୟୋତି
ଦ୍ରଶନେ ଦୁରିତ ଉପେଖ ।
ମନାଇଂ ହୋ, ଦୀପ ଦିହୁଡ଼ି ଜଗ ହୁଳା
ଧୂପ କ୍ରପୂର ବାସେ ଚନ୍ଦ୍ରଉଦିଆ ତ୍ରାସେ ସୁନ୍ଦରଭ୍ର ମୁଖ ସୁଢ଼ଳା ।
ଅମରବୃନ୍ଦ ଘେନି ଇନ୍ଦ୍ର ଆଦିତ ବ୍ରହ୍ମା
ଚନ୍ଦ୍ର ପବନ ଦିଗପାଳ
ତ୍ରିଦଶ ଦେବଲୋକେ ଚାମର ଯନ୍ତ୍ର ଧରି
ଶ୍ରୀ ଜଗମୋହନ ଚହଳ । ।୧୦।
ମନାଇ ହୋ, ଧୂପ ଗହଳେ ପେଲାପେଲି
ସାଏର ଘୋଷ ଜିଣି ମୁଖରାବ ଶବଦ ହରି ଶବଦ ବୋଲାବୋଲି ।