ପୃଷ୍ଠା:Prachina Odia Kabita.pdf/୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ ଶତାଦ୍ଦୀ
୨୭
 

କୋଇଲି, ଲକ୍ଷ୍ମୀବନ୍ତ ଅଟେ ନାରାୟଣ,
ଲଳିତରେ ନାମ ଦେଲେ ଗାର୍ଗବ ବ୍ରାହ୍ମଣ ଲୋ, କୋଇଲି ।
କୋଇଲି,ବୃନ୍ଦାବନ ନ ଶୋଭଇ ମୋର,
ବତ୍ସା କିଏ ଚରାଇବ ଯମୁନାର ତୀର ଲୋ, କୋଇଲି ।
କୋଇଲି, ଶ୍ରୀମନ୍ତ ପୁରୁଷ ଗୋ ମାଧୋଇ,
ଶିରିରଙ୍ଗ ଗଲାଦିନୁ ନନ୍ଦ ହେଲେ ବାଇ ଲୋ, କୋଇଲି । ୬୦ ।
କୋଇଲି, ଶଶୀ ଯେହ୍ନେ ଦିନୁ ଦିନୁ କ୍ଷୀଣ,
ସେହିପରି କ୍ଷୀଣ ହେଲେ ମୋ ନନ୍ଦ ରାଜନ ଲୋ, କୋଇଲି ।
କୋଇଲି, ସାତ ଦିନ ଇନ୍ଦ୍ର ବୃଷ୍ଟି କଲା,
ସପତ ବରଷ ପୁତ୍ର ମନ୍ଦର ଧଇଲା ଲୋ, କୋଇଲି ।
କୋଇଲି, ହାଇ ଯେ ମାରଇ ପୁତ୍ର ତୁଣ୍ତ
ହୃଦରେ ଦିଶିଲା ତାର ସପତ ବ୍ରହ୍ମାଣ୍ତ ଲୋ, କୋଇଲି ।
କୋଇଲି, କ୍ଷନ୍ଦଣି ବନ୍ଦଣି ଭୁଜଦଣ୍ତ,
କ୍ଷମା କର ଦୋଷ ମୋର ଭଣେ ମାରକଣ୍ତ ଲୋ, କୋଇଲି । ୬୮ ।

*