ପୃଷ୍ଠା:Prachina Odia Kabita.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୮
ପ୍ରାଚୀନ ଓଡ଼ିଆ କବିତା
 

ଆମ୍ଭେ ତୋହର ପୁରେ ଅନେକ ପାଇଲଇ ସୁସ୍ଥ
ଆହୋ କୁନ୍ତଭୋଜ ତୋତେ ପ୍ରାପତ ହୋଉ ଶତେ ପୁତ୍ର ।
ସୋମବଂଶ ସୁଲକ୍ଷଣୀ ହୋଉ ତୋର କୋନ୍ତା
ବୀର୍ଯ୍ୟ ପ୍ରଦାନ କରୁ ୟେହାକୁ ଧର୍ମ ଯେ ଦେବତା ।
ଧର୍ମବଳେ ବଳବନ୍ତ କ୍ଷତ୍ରୀ ହୋଇ ତୋର ପୁତ୍ର ହୋଉ ଜାତ
ପଞ୍ଚୁ କଟକରେ ଠାକୁରାଣୀ ହୋଉ ତୋ ଦୁହିତ ।
ୟେସନେକ ବର ଦେଇ ଚଳନ୍ତି ବ୍ରହ୍ମଯତି
କୋଇନ୍ତାୟେ ଗୋଡ଼ାଇଛନ୍ତି ସେ ମୁନିଙ୍କ ପଛକତି । ୯୦ ।
ରାଜ୍ୟ ଛାଡ଼ି ମହାତ୍ମାୟେ ପଶିଲେ ବନସ୍ତରେ
କୋଇନ୍ତାୟେ ଗୋଡ଼ାଇ ଅଛନ୍ତି ପଞ୍ଚୁକୋଶ ପର୍ଯ୍ୟନ୍ତରେ ।
କୋଇନ୍ତାୟେ ଛିଙ୍କିଲେ ବନସ୍ତରେ ଫୁଟି
ଧାତିକାରେ ଦୁର୍ଭାସାୟେ ଚାହିଂଲେ ଲେଉଟି ।
ଦୁଭାସାୟେ ବୋଇଲେ ତୁ ଗୋଡ଼ାଇ ଅଛୁ ଆଈ
ଆମ୍ଭନ୍ତ ଛାଡ଼ି ତୋହାର ଚିତ୍ତ ନ ବଳଇ ଯାଇ ।
ବାହୁଡ଼ି ଯାଅ ମା' ଗୋ, ନ ପଶ ବନସ୍ତକୁ
ବ୍ୟାଘ୍ର ଭଲ୍ଲୁକେ ଅଛନ୍ତି ନାଶ କରିବେଟି ତୁକୁ ।
କୋଇନ୍ତାୟେ ବୋଇଲେ ମୁଂ ଈଶ୍ୱର ସମାନେ ଋଷିଙ୍କି ସେବା କଲି
ୟେତେ କାଳ ସେବା କରି ମୁଂ ଯେ ନିଷ୍ଫଳ ହୋଇଲି । । ୧୦୦ ।
ବାଲି କୁଢ଼ ଗୋଟିୟେ କୁଢ଼ାଇ ପତ୍ର ଲୋଚିୟେ ତହିଂରେ ଦେଇ
ଲୟେ କରି ସେବିଲେ ପ୍ରସନ୍ନ ସେହି ।
ତୋହୋର ପରା ଋଷିଙ୍କ ୟେତେକାଳ ସେବା କଲି
ନିଷ୍ଫଳ ହୋଇଲା ମୁଂ କିଛି ନ ପାଇଲି ।
ଦୁର୍ଭାସାୟେ ବୋଇଲେ ତୁ ତ ତୁନୀ ହୋଇଥିଲୁ
ପାଞ୍ଚବରଷ ଯେ ସେବା କରି କିଛି ହିଂ ନ ମାଗିଲୁ ।
ମହାମନ୍ତ୍ରେ ହାଦେ ଗୋ ନ ଦେଉଟି ଯାଚି
ଆମ୍ଭେ ବିଚାରିଥିଲୁ ୟେହାର କାର୍ଯ୍ୟ ନାହିଂ କିଛି ।
ୟେବେ ହୋ ମହାତମା ମୋତେ ଅନୁଗ୍ରହ କରିବା
ସ୍ତିରୀ ଆମ୍ଭେ ମନ୍ଦଜାତି ପଦାର୍ଥେକ ଦେବା । । ୧୧୦ ।