ପୃଷ୍ଠା:Prachina Odia Kabita.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୫ଶ ଶତାବ୍ଦୀ

ଦୁର୍ଭାସାୟେ ବୋଇଲେ ଗୋ ଯେ ତୋହୋର ଇଛା
ଦେବୁ ଅବଶ୍ୟ ଯେମନ୍ତେ ସୁନ୍ଦରି ତୋର ପୂରୋଇ ମନବାଞ୍ଛା ।
ମୁହିଂ ବାଳ ସ୍ତ୍ରୀରୀ ମୁନି ହେ ନ ଜାଣଇଂ ସନ୍ଦେହ
ଜାଣି ମହାତମା ମୋତେ କରିବା ଅନୁଗ୍ରହ ।
ଦୁର୍ଭାସାୟେ ବୋଇଲେ ଗୋ ଆଈ ସ୍ତ୍ରିରୀଙ୍କର ଯେହ୍ନେ ବ୍ରତ
ସୁନ୍ଦର ଭ୍ରଥା ହୋଇବ ସୁଭିଗ୍ୟଂ ପଣ୍ଡିତ ଭାଗ୍ୟବନ୍ତ ।
ସୁପୁତ୍ର ହୋଇବ ତୋର ଅତିଅନ୍ତ ବଳବନ୍ତା
ସାଂଗ୍ରାମକୁ କେବେହେଂ ନୋହିବ ପଛଗତା ।
ୟେସନେକ ବାଞ୍ଛା ସ୍ତ୍ରୀରୀଙ୍କର ପ୍ରକୃତି
ସୁନ୍ଦର ପୁରୁଷ ଦେଖିଲେ ହୋଅନ୍ତି ଭୋଳମତି । । ୧୨° ।
ଆମ୍ଭେ ଦେବୁ ତୋତେ ମହାମନ୍ତ୍ର ଜପାମାଳୀ
ୟେହା ଯତ୍ନ କରି ତୁ ଥାଅସି ସମ୍ଭାଳି ।
ଶେଜ୍ୟା ଗତେଣ ଗୋ ସୁମରିବୁ ଯାହାକୁ
ସେ ଆସି ପ୍ରସନ୍ନ ହୋଇବ ଜାଣ ତୁକୁ ।
ଯଦ୍ୟପି ବ୍ରହ୍ମା ଇନ୍ଦ୍ର ସୂର୍ଯ୍ୟ ପବନ ଯେ ବିଷ୍ଣୁ
ମୁର୍ଦ୍ଧନି ଫାଟି ପ୍ରାଣ ଯିବ ନ ଅଇଲେ ତା' ଘଟୁଂ ।
ଜପାମାଳୀ ଦେଇଣ ଯେ ଗଲେ ବ୍ରହ୍ମଯତି
ଅନ୍ତରୀକ୍ଷେ ମହାତମା ଗଲେ ତତକ୍ଷଣାନ୍ତି ।
ଦୁର୍ଭସାଙ୍କ ବଚନ ୟେସନେକ ଶୁଣି
ବିଚାର କରଇ ସେ କୁନ୍ତଭୋଜର ଦୁଲଣୀ । । ୧୩୦ ।
ୟେ ମହାଯତି ଯେବେ ମାଳା ଦେଇ ଗଲେ ମୋତେ
ୟେଥିର ତଦନ୍ତ ମୁଁ ଜାଣିମି କୋମନ୍ତେ ।
ଯମୁନା କୂଳେ ଦେବୀ ଶାଳପତ୍ର ଶେଜ୍ୟା ଗୋଟି କଲେ
ମେରୁ ପୃଷ୍ଠ ହୁଅନ୍ତେ କରତାର ସୁମରିଲେ ।
ଅନ୍ତରୀକ୍ଷେ ଦେବ କରତାର ଆସନ କମ୍ପିଲା
ଦୁର୍ଭାସାଙ୍କ ମହାମନ୍ତ୍ର ସେ କୋଇନ୍ତା ସୁମରିଲା ।
ମୁଂ ୟେହା ବଞ୍ଚାଇ ନ ଯିବି କେମନ୍ତେ
ବିଜୟ ବିରଞ୍ଚି ନାରାୟଣ କୋଇନ୍ତାଙ୍କ ଶେଜ୍ୟାଗତେ ।