‘କଳିଙ୍ଗ' ମତ ଦିଅନ୍ତି ଯେ କବିତାଗୁଡ଼ିକ "ଦୁର୍ବୋଧ୍ୟତାରୁ ସଂପୂର୍ଣ୍ଣ ମୁକ୍ତ ଏବଂ କବିମାନସର ସରଳ ଓ ସ୍ପଷ୍ଟ ବହିଃପ୍ରକାଶ ।"୯
'ଆକାଶବାଣୀ', କଟକର ପୁସ୍ତକ ଆଲୋଚନା କ୍ରମରେ ଆଲୋଚକ ଶ୍ରୀ ପଠାଣି ପଟ୍ଟନାୟକ ମନେକରିଛନ୍ତି ଏ କବିତାଗୁଡ଼ିକ "ସମସ୍ତଙ୍କର କବିତା ।"୧୦
ହିନ୍ଦୀ ମାସିକ ‘ସଂଚେତନା’ରେ ‘ପ୍ରଥମ ପୁରୁଷ’ର ହିନ୍ଦୀ ରୂପାନ୍ତର ସମୀକ୍ଷା କରି ସମୀକ୍ଷକ ଶ୍ରୀ ବିଷ୍ଣୁ ସ୍ୱରୂପ ସାକ୍ସେନା କହିଛନ୍ତି, "ଏ କବିତାଗୁଡ଼ିକରେ କବି ଏକ ସର୍ଜନର ନିର୍ମମତା ଓ ଏକ ମନୋଚିକିତ୍ସକର ଗଭୀରତା ନେଇ ନିଜର ଅନ୍ତର୍ମନର ପରଦା ଉଠାଇଛନ୍ତି । ତାଙ୍କ ମତରେ କେବଳ କାବ୍ୟଗତ ସୌନ୍ଦର୍ଯ୍ୟ ନୁହଁ, କବିତାଗୁଡ଼ିକରେ ଏକ ଅଦ୍ଭୁତ ଆଲୌକିକ ବାତାବରଣ ସୃଷ୍ଟି ଲକ୍ଷ୍ୟ କରାଯାଇପାରେ ।"୧୧
ଡଃ ଲକ୍ଷ୍ମୀନାରାୟଣ ଗର୍ଗଙ୍କ ଉକ୍ତିରେ, "ଏ କବିତାର ଭାବନା ଅନିଶ୍ଚିତତା ମଧରେ ଝୁଲୁଥୁବା ଜୀବନର ଏକ ବୃତ୍ତ ଚିତ୍ର ।"୧୨
ହିନ୍ଦୀର ‘କାଦମ୍ବିନୀ' ପତ୍ରିକା ନୂତନ କୃତିର ମୂଲ୍ୟାୟନ କାଳରେ ‘ପ୍ରଥମ ପୁରୁଷ’ର ସମୀକ୍ଷା କରି କହିଛନ୍ତି- “ପ୍ରଥମ ପୁରୁଷର କବିତାଗୁଡ଼ିକ ବିଚାରପ୍ରଧାନ କବିତା । ଏଥୁରେ ଆଧୁନିକ ଯୁଗର ଯନ୍ତ୍ରଣା ଓ ଏକାକୀତ୍ୱବୋଧର ଚିତ୍ର ସମଧିକ ।"
ଦିଲ୍ଲୀର ଓଡ଼ିଆ ସାହିତ୍ୟାନୁଷ୍ଠାନ 'ମହାନଦୀବୃତ୍ତର'ର ଏକ ସ୍ୱତନ୍ତ୍ର ଅଧିବେଶନରେ ୧୭-୪-୧୯୭୮ରେ ‘ପ୍ରଥମ ପୁରୁଷ’ର ହିନ୍ଦୀ ରୂପାନ୍ତର ଉଦ୍ଘାଟିତ ହୋଇଥଲା । ଏଥିରେ ଉଭୟ ଓଡ଼ିଆ ଓ ଅଣଓଡ଼ିଆ ବହୁ ସାହିତ୍ୟପ୍ରେମୀ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ । ଏ କ୍ଷେତ୍ରରେ ଡ଼ଃ ଅଜିତ୍କୁମାରଙ୍କର ମନ୍ତବ୍ୟ ସ୍ମର୍ତ୍ତବ୍ୟ । ତାଙ୍କ ଦୃଷ୍ଟିରେ କବି ଶ୍ରୀଦାସ ‘ଏକ ବର୍ଦ୍ଧମାନ ଭାଷାର କବି' (ଏ କ୍ଷେତ୍ରରେ ଓଡ଼ିଆ ଭାଷା) ଏବଂ ଏ କବିତା ଗୁଡ଼ିକରେ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ଏକ ପ୍ରଶ୍ନମୟତା, ପ୍ରବହମାନ ଜୀବନପ୍ରତି ଆସକ୍ତି ଲକ୍ଷିତ ହୁଏ । ତାଙ୍କ ମତରେ 'ପ୍ରଥମ ପୁରୁଷ' ଅର୍ଥ ଉଭୟ 'The First Man' ଏବଂ 'The First Person' ଏଥିରେ 'ଆଜିର ମନୁଷ୍ୟ ଅପେକ୍ଷା ଆଜିର ପୁରୁଷର
୯। କଳିଙ୍ଗ, ୭-୫-୧୯୭୨
୧୦। ଆକାଶବାଣୀ, ୨୭-୧-୧୯୭୨
୧୧। ସଂଚେତନା, ଜୁନ୍ ୧୯୭୮
୧୨। ପ୍ରକର, ଜୁଲାଇ ୧୯୭୪