ପୃଷ୍ଠା:Pratham Purush.pdf/୭୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ର ସୁରଭିତ ମଳୟ ପରି ଓ କହିଛନ୍ତି ‘ମୁଁ ଜଗନ୍ନାଥପ୍ରସାଦ ଦାସ ଆସିଛି- ମୁଁ କିଛି କବିତା ଲେଖୁଛି' ବାସ୍ ଏତିକି । ପ୍ରବେଶ ଆକସ୍ମିକ ହେଲେ ମଧ୍ୟ ତାହା ସଂପୂର୍ଣ୍ଣ ନିରାଡ଼ମ୍ବର ଓ ଅହଙ୍କାରମୁକ୍ତ ।

ଓଡ଼ିଶୀର ବୟୋଜ୍ୟେଷ୍ଠ କଥାକାର ସୁରେନ୍ଦ୍ର ମହାନ୍ତିଙ୍କର ଅଭିମତ ଅତ୍ୟନ୍ତ ତାପୂର୍ଯ୍ୟପୂର୍ଣ୍ଣ । କବି ଶ୍ରୀଦାସଙ୍କର ଦ୍ୱିତୀୟ କବିତା ସଙ୍କଳନ 'ଅନ୍ୟ ସବୁ ମୃତ୍ୟୁ ଏବଂ ଅନ୍ୟାନ୍ୟ କବିତା’ର ଦେହଳୀରେ ଶ୍ରୀଯୁକ୍ତ ମହାନ୍ତିଙ୍କର ମହାର୍ଘ ମତାମତର କିୟଦଂଶ ବିଧୃତ । ତାଙ୍କ ମତରେ ‘ପ୍ରଥମ ପୁରୁଷ’ ସମ୍ପ୍ରତିକ ଓଡ଼ିଆ କବିତା କାକଳିରେ 'ଏକ ନୂତନ ସ୍ୱର’ ଓ ଏ ସ୍ୱର ଶୁଦ୍ଧ କବିତାର । ସେ ମନେ କରିଛନ୍ତି -

"ପ୍ରଥମ ପୁରୁଷର ଗୋଟିଏ ସ୍ୱର ବ୍ୟାକୁଳ ସନ୍ଧାନର ଓ ଗଭୀର ଉପଲବଧିର, ଅନ୍ୟ ସ୍ୱରଟି ଶୂନ୍ୟତାର, ବ୍ୟର୍ଥତାର, ଅତୃପ୍ତିର । ପ୍ରଥମୋକ୍ତ କବିତାଗୁଡ଼ିକରେ ଭାରତୀୟ ଆଧ୍ୟାତ୍ମିକ କବିତାର ଧାରା ଯେପରି ନିରବିଚ୍ଛିନ୍ନ ରହିପାରିଛି, ଆଧୁନିକ ଓଡ଼ିଆ କବିତାର ତାହା ଏକ ନୂତନ ଐଶ୍ୱର୍ଯ୍ୟ କହିଲେ ଅତ୍ୟୁକ୍ତି ହେବ ନାଇଁ ।

"ଷଷ୍ଠ ଦଶକର ଆୟାସଲବ୍‌ଧ କ୍ଳିଷ୍ଟତା ଅକାବ୍ୟିକ ଅଶ୍ଳୀଳତା... ‘ଆର୍ଚ୍ଚିଟାଇପ’ର ନିଷ୍ଫଳ ଗବେଷଣା ପରିବର୍ତ୍ତେ ଶୁଦ୍ଧ କବିତାର ନିରଭିମାନ ସ୍ୱର ଏହି କବିତାଗୁଡ଼ିକରେ ସ୍ପଷ୍ଟ ହୋଇପାରିଛି ।୫

‘ଡ଼ଗର'ର ସଂପାଦକ ଶ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କ ଦୃଷ୍ଟିରେ "ଆଧୁନିକ କବିତାର ଅନେକ ବିଫଳତା ଭିତରେ ଆମ୍ଭର ନିବିଡ଼ ପରିଚୟ ‘ପ୍ରଥମ ପୁରୁଷ’ର ଏକ ନିର୍ଘାତ ଧର୍ମ !" ୬

‘ମାତୃଭୂମି’ ମତ ଦେଇଛନ୍ତି ଏ କବିତାଗୁଡ଼ିକ “ଆଶାବାଦ, ଉଦାରତା, ଦାର୍ଶନିକ ଅନାସକ୍ତି ଓ ଜୀବନ- ଜିଜ୍ଞାସାର ଭାବବୈଚିତ୍ର୍ୟ ।"୭

'ସମାଜ' ମତରେ "ଭାରତୀୟ ଆଧାତ୍ମିକ ଭାବବାଦୀ କବିତାର ନିରବିଚ୍ଛିନ୍ନ ଧାରା’ ଏ କବିତାଗୁଡ଼ିକ ।" ୮


୪। ସମାବେଶ, ମାର୍ଚ୍ଚ-ଏପ୍ରିଲ ୧୯୭୨ (ପୃଷ୍ଠା ୧୦୩-୧୦୮) ୫। ସମାବେଶ, ମାର୍ଚ୍ଚ-ଏପ୍ରିଲ ୧୯୭୨ (ପୃଷ୍ଠା ୧୦୧-୧୦୨) ୬। ଡ଼ଗର, ଜୁନ୍ ୧୯୭୨ ୭। ମାତୃଭୂମି, ୭-୨-୧୯୭୨ ୮। ସମାଜ, ୨୦-୨-୧୯୭୨