ପୃଷ୍ଠା:Ranga Sabha Suanga.pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କେଡେବଡ ବୀରଥିଲ । କେତେ ଅସୁରଙ୍କୁ ପାଦେ ମର୍ଦ୍ଦିଲ ହେ । ଛାର ବାଳକଙ୍କୁ ଦେଖି ମଲ । ରାଜନ ହେ ।୨। ଅନେଶତ ପାଟରାଣୀ । ଋଅଣ୍ତ କରିଗଲ ମଉଡମଣି ହେ । କେ ପଚାରିବ ଆମ୍ଭଙ୍କୁ ପୁଣି । ରାଜନ ହେ ।୩। ମନ୍ଦ ଦଇବ କି କଲୁ । ସୁବର୍ଣ୍ଣ ପ୍ରତିମା ଛଡାଇ ନେଲୁ ହେ । ଆମ୍ଭମାନଙ୍କୁ ଅନାସ୍ତ କଲୁ । ଦଇବ ରେ ।୪। କେହୁ କାନ୍ଦେ ମୁଣ୍ତକୋଡ଼ି । କେ ମୃତ୍ୟୁପିଣ୍ତଧରି କୋଳକରି ହେ । ଗଲ ସବୁ ସ୍ନେହ ଦୂରକରି । ରାଜନ ହେ ।୫। ନ‌ବ ଯୁବାକାଳେ ଛାଡ଼ି । ଭୂମିରେ ଶୋଇଅଛ ମୁହମାଡ଼ି ହେ । ବୈଷ୍ଣବକୁ ନିରିମାଖି କବି । ରାଜନ ହେ ।୬।