ଆମିଟିସ୍ଙ୍କ ଦେହ ଓ ମନ କିନ୍ତୁ ଗ୍ରହଣ କରିପାରୁନଥିଲା ମରୁଭୂମି ମଧ୍ୟରେ ଅବସ୍ଥିତ
ମେସୋପୋଟାମିଆ ସାମ୍ରାଜ୍ୟର ଭୌଗୋଳିକ ସ୍ଥିତିକୁ । ସେ ଝୁରି ହେଉଥିଲେ ସବୁଜିମା, ପାହାଡ଼
ଓ କୁଳୁକୁଳୁ ବହୁଥିବା ଝରଣାକୁ । ବେବିଲୋନ୍ର କଳା, ସ୍ଥାପତ୍ୟ ଓ ରାଜମହଲ ତାଙ୍କ ମନରୁ
ପ୍ରକୃତିର ନିକଟତର ହେବାର ଲୋଭକୁ ଦୂରେଇ ପାରିନଥିଲା । ମରୁଭୂମିର ଶୁଷ୍କ ଜଳବାୟୁ ଓ
ସେ ଝୁରୁଥିବା ସବୁଜିମା, ଆମିଟିସ୍ଙ୍କୁ ରୋଗାକ୍ରାନ୍ତ କରିଦେଲା । ନେବୁଚାଦେନେଯର
ସହିପାରିଲେନି ନିଜ ପ୍ରେୟସୀଙ୍କ ଦୁଃଖ । ନିଶ୍ଚୟ କଲେ, ଶୁଷ୍କ ମରୁଭୂମି ମଧ୍ୟରେ ବେବିଲୋନ୍
ଠାରେ ନିର୍ମାଣ କରିବେ ଏକ ମାନବ ନିର୍ମିତ ସବୁଜିମା ଭରା ପାହାଡ଼ । ଆଉ ଏହି ପରିକଳ୍ପନାରୁ
ଜନ୍ମ ନେଲି ମୁଁ ।
ମେସୋପଟାମିଆ ଥିଲା ନଦୀ ଉପତ୍ୟକାରେ ଗଢ଼ିଉଠିିଥିବା ଏକ ମହାନ ସଭ୍ୟତା । ଏହାର
ଦୁଇ ପାର୍ଶ୍ୱରେ ପ୍ରବାହିତ ହେଉଥିଲେ ଟାଇଗ୍ରୀସ୍ ଓ ଇଉଫ୍ରେଟସ୍ ନଦୀ । ରାଜଧାନୀ ବେବିଲୋନର
ପ୍ରାଣ ଥିଲା ଇଉଫ୍ରେଟସ୍ ନଦୀ । ଏହି ନଦୀର ପାଣି ମୋତେ ବଞ୍ଚାଇ ରଖିଥିଲା ମରୁପ୍ରାନ୍ତର ମଧ୍ୟରେ ।
'ପୁଲି'ରେ ବନ୍ଧା ଯାଇଥିବା ପାତ୍ରଗୁଡ଼ିକଦ୍ୱାରା ନଦୀର ପାଣିକୁ ଉଠାଯାଉଥିଲା ମୋର ସର୍ବୋଚ୍ଚ
ଛାତକୁ । ସେଠାରୁ ଏହି ପାଣିକୁ ପଠାଯାଉଥିଲା ତଳେ ଥିବା ଛାତମାନଙ୍କର ସବୁଜିମାକୁ ବଞ୍ଚାଇ
ରଖିବାକୁ । ମୋ ସୁନ୍ଦରତାର ଗର୍ଭରେ ଲୁଚି ରହିିଥିଲା ଅତ୍ୟାଚାରର କାଳିମା ।
ପୃଷ୍ଠା:Saptascharya.pdf/୨୬
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୬ ସପ୍ତାଶ୍ଚର୍ଯ୍ୟ