ପାଇଁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । କିନ୍ତୁ ଇଫେସସ୍ର ବାସିନ୍ଦାମାନେ
ଆଲେକ୍ଜାଣ୍ତାରଙ୍କ ପ୍ରସ୍ତାବକୁ ଆଗ୍ରାହ୍ୟ କରିିଥିଲେ । ମୁଁ ପୁଣିଥରେ ନୂତନ ରୂପରେ କଳା ଓ
ଭାସ୍କର୍ଯ୍ୟର ଅମର କୃତିକୁ ପୁନଃପ୍ରକାଶ କରିିଥିଲି ଖ୍ରୀଷ୍ଟପୂର୍ବ ୩୨୩ରେ । ଇଫେସସ୍ବାସୀ ଦେବୀ
ଆର୍ଟେମିସ୍ଙ୍କ ସହ ଜଡ଼ିତ ନିଜ ବିଶ୍ୱାସ ଓ ପରିଚୟକୁ ବଞ୍ଚାଇ ରଖିବାକୁ ଚାହୁଁଥିଲେ କାଳକାଳ
ପାଇଁ । କିନ୍ତୁ ସେମାନେ ଭୁଲିଯାଇଥିଲେ ଯେ ବିଶ୍ୱାସ କେବେହେଲେ ମରେନାହିଁ, କିନ୍ତୁ ବିଧ୍ୱସ୍ତ
ହୁଅନ୍ତି ବିଶ୍ୱାସର ଆଧାରସ୍ତମ୍ଭ ।
ମଧ୍ୟ ପ୍ରାଚ୍ୟରେ ଜନ୍ମ ନେଇଥିଲା ବିଶ୍ୱାସର ନୂତନ ଆଧାର, ଏକ ନୂତନ ଧର୍ମ- ଖ୍ରୀଷ୍ଟ ଧର୍ମ ।
ଖୁବ୍ ଜୋରସୋରରେ ଏହାର ପ୍ରଚାର ଆରମ୍ଭ ହୋଇଥିଲା । ଏହାର ପ୍ରଚାରକମାନେ ସବୁ ପୁରାତନ
ବିଶ୍ୱାସ ଠାରୁ ଏହାକୁ ଉତ୍କୃଷ୍ଟ ବୋଲି ପ୍ରତିପାଦିତ କରିବା ଆରମ୍ଭ କରିଦେଇଥିଲେ । ପ୍ରଥମ
ଖ୍ରୀଷ୍ଟାବ୍ଦରେ ସେଣ୍ଟ ପଲ୍ ପହଞ୍ଚିିଥିଲେ ଇଫେସସ୍ ଠାରେ । ଉଦ୍ଦେଶ୍ୟ ଥିଲା, ଇଫେସସ୍ବାସୀଙ୍କ
ବିଶ୍ୱାସର ପରିବର୍ତ୍ତନ । କିନ୍ତୁ ଇଫେସସ୍ବାସୀ ରାଜି ହୋଇ ନଥିଲେ ଦେବୀ ଆର୍ଟେମିସ୍ଙ୍କ ରୂପରେ
ଚିରନ୍ତନ ମାତୃସ୍ୱରୂପା ପ୍ରକୃତିର ଉପାସନା ଛାଡି ନୂଆ ଭାବେ ଗଢ଼ିଉଠୁଥିବା ଧର୍ମର ଅଂଶ ହେବାକୁ ।
ସେଣ୍ଟ ପଲ୍ ନିଜ ଯୋଜନାରେ ସଫଳ ହୋଇନଥିଲେ । କିନ୍ତୁ ସେ ମୋ ଭାସ୍କର୍ଯ୍ୟର ପରାକାଷ୍ଠାରେ
ଅଭିଭୂତ ହୋଇଥିଲେ । ବର୍ଣ୍ଣନା କରିଥିଲେ ମୋର ସ୍ୱର୍ଣ୍ଣ ଖଚିତ ସ୍ତମ୍ଭ ଓ କଳାକୃତି ସଜ୍ଜିତ ଅଭ୍ୟନ୍ତର
ବିଷୟରେ । କିନ୍ତୁ ସେ ମୁଣ୍ତ ନୁଆଁଇ ନଥିଲେ ଦେବୀ ଆର୍ଟେମିସ୍ଙ୍କ ପାଖରେ । ଏପରିକି ମୋ
ବିଷୟରେ ଲେଖିଥିବା ଦସ୍ତାବିଜ୍ରେ ସେ କିଛି ବି ଲେଖି ନଥିଲେ ମନ୍ଦିରର ଦେବୀଙ୍କ ବିଷୟରେ ।
ପୃଷ୍ଠା:Saptascharya.pdf/୩୭
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସପ୍ତାଶ୍ଚର୍ଯ୍ୟ ୩୭