କରନ୍ତି । ସେହିଭଳି ଜଣେ ବ୍ୟକ୍ତି ଥିଲେ ହେରୋଷ୍ଟ୍ରଟସ୍ । ତାଙ୍କର ମୋ ପ୍ରତି କୌଣସି ଘୃଣା ବା
ଅସୂୟା ନଥିଲା । ହେଲେ ସେ ଚାହୁଁଥିଲେ ଅମର ହେବାକୁ । ସେ ଏପରି କିଛି କରିବାକୁ ଚାହୁଁଥିଲେ
ଯାହାଦ୍ୱାରା ସମସ୍ତେ ତାଙ୍କୁ ଜାଣିବେ । ଖୁବ୍ ସହଜ ରାସ୍ତା ସେ ବାଛିଥିଲେ । ଖ୍ରୀଷ୍ଟପୂର୍ବ ୩୫୬
ଜୁଲାଇ ୨୧ ତାରିଖ ରାତିରେ ମୋତେ ନିଆଁ ଲଗାଇ ନଷ୍ଟ କରିଦେଇଥିଲେ ହେରୋଷ୍ଟ୍ରଟସ୍ ।
ତାଙ୍କର ସେ ଅପକର୍ମ ପାଇଁ ଇତିହାସ ତାଙ୍କୁ ନିଶ୍ଚିତ ଭାବରେ ଆଜିଯାଏ ମନେରଖିଛି ।
ଜଣେ ସାଧାରଣ ମାନବ ଧ୍ୱଂସ କରିପାରିଲା ପ୍ରକୃତିର ଦେବୀଙ୍କ ମନ୍ଦିର ! ଏହା ଦୋହଲାଇ
ଦେଲା ଦେବୀ ଆର୍ଟେମିସ୍ଙ୍କ ପ୍ରତି ଥିବା ବିଶ୍ୱାସ ଓ ଭକ୍ତିକୁ । ମଣିଷ ମନ ସବୁବେଳେ ଚେଷ୍ଟା
କରେ ବିଶ୍ୱାସର ଆଧାର ସ୍ତମ୍ଭଗୁଡ଼ିକୁ ବଞ୍ଚାଇ ରଖିବାକୁ ବିଭିନ୍ନ ଆଖ୍ୟାୟିକା ଦ୍ୱାରା । ସେହିଭଳି
ଏକ ଆଖ୍ୟାୟିକା ବା ପୁରାଣ କଥା ଜନ୍ମ ନେଲା- ଯେଉଁଦିନ ହେରୋଷ୍ଟ୍ରଟସ୍ ମୋତେ ଦଗ୍ଧୀଭୂତ
କରିିଥିଲେ । ଠିକ୍ ସେହିଦିନ ଜନ୍ମ ନେଇଥିଲେ ମହାନ୍ ଗ୍ରୀକ୍ ବୀର ଆଲେକ୍ଜାଣ୍ତାର । ରୋମ୍ର
ଇତିହାସକାର ପ୍ଲୁଟାର୍ଟ ଦୁଇଟି ଯାକ ଘଟଣାକୁ ଖୁବ୍ ସୁନ୍ଦର ଭାବରେ ଯୋଡି ପାରିିଥିଲେ । ସେ
ଲେଖିଥିଲେ, ଦେବୀ ଆର୍ଟେମିସ୍ ଆଲେକ୍ଜାଣ୍ତାରଙ୍କ ଜନ୍ମ କଥା ବୁଝିବାରେ ମଗ୍ନ ଥିବାରୁ ନିଜ
ମନ୍ଦିର ରକ୍ଷାକରିବା ପାଇଁ କିଛି କରିପାରି ନଥିଲେ ।
ଇଫେସସ୍ବାସୀ କିନ୍ତୁ ପୁଣିଥରେ ଅଣ୍ଟା ଭିଡିଲେ ମୋର ପୁନଃନିର୍ମାଣ କରି ହୃତ ଗୌରବ
ଫେରାଇ ଆଣିବାକୁ । ପରବର୍ତ୍ତୀ ସମୟରେ ବିଶ୍ୱବିଜୟୀ ଆଲେକ୍ଜାଣ୍ତାର ମଧ୍ୟ ମୋର ପୁନଃନିର୍ମାଣ
ପୃଷ୍ଠା:Saptascharya.pdf/୩୬
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୬ ସପ୍ତାଶ୍ଚର୍ଯ୍ୟ