ମୋ ପରିସର କେବଳ ଧାର୍ମିକ ଅନୁଷ୍ଠାନ ନଥିଲା । ଏହା ଥିଲା ଏକ ଅନ୍ତରାଷ୍ଟ୍ରୀୟ ବଜାର ।
ଦେଶ, ବିଦେଶର ଲୋକମାନଙ୍କର ମିଳନ ସ୍ଥଳ । ଶହ ଶହ ବର୍ଷଧରି ମୋ ପରିସରକୁ ଛୁଟି
ଆସିିଥିଲେ ବିଭିନ୍ନ ଦେଶରୁ ରାଜା-ମହାରାଜା, ବଣିକ, ପର୍ଯ୍ୟଟକ ଓ କଳାକାର । ସମସ୍ତେ ନିଜ
ପ୍ରତିପତ୍ତି, ଲାଭ ଓ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଥିଲେ ଦେବୀଙ୍କ ପାଖରେ । ତାଙ୍କ ପାଖରେ
ଚଢ଼ାଉଥିଲେ ଦାମୀ ଭେଟି । ଏହି ଭେଟିମାନଙ୍କ ମଧ୍ୟରେ ଥିଲା ସୁନା ଓ ହାତୀଦାନ୍ତ ନିର୍ମିତ ଦେବୀ
ଆର୍ଟେମିସ୍ଙ୍କ ମୂର୍ତ୍ତି ସମୂହ, କାନଫୁଲ, ହାର ଓ ବଳା । ପ୍ରତ୍ନତତ୍ତ୍ୱବିତ୍ମାନେ ମୋ ଧ୍ୱଂସାବଶେଷ
ମଧ୍ୟରୁ ସୁଦୂର ଭାରତ ଓ ପାରସ୍ୟର କଳାକୃତି ମଧ୍ୟ ପାଇଛନ୍ତି । ଏଗୁଡିକ ଗ୍ରୀସ୍ ଓ ଭାରତ
ମଧ୍ୟରେ ଥିବା ଐତିହାସିକ ସ-ର୍କର ମୂକସାକ୍ଷୀ । ଦେବୀ ଆର୍ଟେମିସ୍ଙ୍କ ପ୍ରତିକୃତି ଶୋଭାପାଉଥିଲା
ଇଫେସସ୍ର ମୁଦ୍ରା ଉପରେ ।
ଅନେକ କବି ଓ ଦାର୍ଶନିକଙ୍କ ମତରେ ମୁଁ ଥିଲି ପ୍ରକୃତିର ଅମରତ୍ୱର ପ୍ରତୀକ । ମନ୍ଦିର
ତୋଳିଲେ ନାଁ ହୁଏ । ରାସ୍ତାରେ ମଇଳା କଲେ ବି ନାଁ ହୁଏ । ମନ୍ଦିର ତୋଳିବା ଲୋକ ଓ ରାସ୍ତାରେ
ମଇଳା କରିବା ଲୋକ ସବୁସମୟରେ ଥିଲେ, ଅଛନ୍ତି ଓ ରହିବେ । ଇତିହାସ ପୃଷ୍ଠାରେ ଅମର
ହେବାର ଇଚ୍ଛା ମଣିଷ ମନରେ ଚିରକାଳରୁ ଅଛି । କାରଣ ସିଏ ଜାଣେ ସମୟ ଆଗରେ ସେ
ତୁଚ୍ଛ । କିଛି ବ୍ୟକ୍ତି ସର୍ଜନାକୁ ଆଧାର କରି ବିସ୍ମୃତିରୁ ରକ୍ଷା ପାଇବାକୁ ଚେଷ୍ଟା କରନ୍ତି । ତେଣୁ ଗଢ଼ନ୍ତି
କଳା ଓ ସ୍ଥାପତ୍ୟ । ଆଉ କିଛି ନିଜର ଧ୍ୱଂସାତ୍ମକ ଶକ୍ତିଦ୍ୱାରା ଇତିହାସରେ ଅମର ହେବାକୁ ଚେଷ୍ଟା
ପୃଷ୍ଠା:Saptascharya.pdf/୩୫
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସପ୍ତାଶ୍ଚର୍ଯ୍ୟ ୩୫