ଅନ୍ୟ ଗ୍ରୀକ୍ ମନ୍ଦିରମାନଙ୍କ ଭଳି ମୋର ଆକାର ମଧ୍ୟ ଥିଲା ଏକ ବିରାଟ ଚତୁଷ୍କୋଣ ।
ଏକ ବିରାଟ ପ୍ରାଚୀର ଘେରା ଅଞ୍ଚଳର ମଧ୍ୟସ୍ଥଳରେ ଏକ ବିରାଟ ପିଣ୍ତି ଉପରେ ମୋତେ
ନିର୍ମାଣ କରାଯାଇଥିଲା । ଖୁବ୍ ଦୂରରୁ ମୁଁ ଦେଖାଯାଉଥିଲି । ମୋ ଉଚ୍ଚ ଛାତ ୧୩୦ମିଟର ଲମ୍ବା
ଓ ୮୦ମିଟର ଚଉଡା ଥିଲା । ଏହାକୁ ଧରି ରଖିଥିଲେ ୧୨୭ଟି ସ୍ତମ୍ଭ । ଦେବୀ ଆର୍ଟେମିସ୍ଙ୍କ
ଗର୍ଭଗୃହର ଚାରିଆଡେ ସଜାଇ ହୋଇ ରହିିଥିଲେ ଏହି ୨୦ମିଟର ଉଚ୍ଚର ସ୍ତମ୍ଭ ଗୁଡିକ ।
ଶଙ୍ଖମର୍ମର ପ୍ରସ୍ତରରେ ନିର୍ମିତ ବିରାଟ ସ୍ତମ୍ଭ ଗୁଡ଼ିକ ମର୍ମର ଚଟାଣ ଓ ଛାତର ଶୋଭା
ବଢ଼ାଉଥିଲେ । ଶୁଭ୍ର ମର୍ମର ପ୍ରସ୍ତରରେ ପ୍ରତିଫଳିତ ହେଉଥିଲା ସୁନା, ରୁପା, ଓ ତାମ୍ର କଳାକୃତି
ସବୁ । ସ୍ତମ୍ଭଗୁଡିକୁ ମଧ୍ୟ ସୁନା, ରୁପାର ମୂର୍ତ୍ତିରେ ସଜାଯାଇଥିଲା ।
ମନ୍ଦିର ମଧ୍ୟରେ ଥିଲା ଦେବୀ ଆର୍ଟେମିସ୍ଙ୍କ ଗର୍ଭଗୃହ । ସେ ଥିଲେ ମାତୃ ସ୍ୱରୂପା । ସାରା
ଜଗତର ମା' । ତେଣୁ ତାଙ୍କର ଥିଲା ଅସଂଖ୍ୟ ସ୍ତନ । ଦେବୀ ଆର୍ଟେମିସ୍ଙ୍କ ଉପାସନାରେ
ନାରୀମାନଙ୍କର ପ୍ରାଧାନ୍ୟ ଥିଲା । ସେ ନାରୀ ପୂଜକମାନଙ୍କ ଦ୍ୱାରା ପୂଜା ପାଉଥିଲେ । ସେମାନଙ୍କୁ
ସାହାଯ୍ୟ କରୁଥିଲେ କ୍ରୀତଦାସୀ, କିନ୍ନର ଓ ଅପ୍ରାପ୍ତ ବୟସ୍କା କନ୍ୟାମାନେ । ମୋ ପରିସର
ମଧ୍ୟରେ ପୁରୁଷମାନେ ଅନୁଭବ କରୁଥିଲେ ନାରୀଶକ୍ତିର ମହତ୍ତ୍ୱକୁ । ପ୍ରକୃତିକୁ ସମ୍ମାନ
ଜଣାଉଥିଲେ ମାତୃଶକ୍ତି ରୂପରେ ।
ପୃଷ୍ଠା:Saptascharya.pdf/୩୪
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୪ ସପ୍ତାଶ୍ଚର୍ଯ୍ୟ