ଆର୍ଟେମିସ୍ ମନ୍ଦିର ଗ୍ରୀକ୍ମାନଙ୍କ ଦ୍ୱାରା
ନିର୍ମିତ ସର୍ବ ପୁରାତନ ମନ୍ଦିରମାନଙ୍କ
ମଧ୍ୟରୁ ଅନ୍ୟତମ । ଗ୍ରୀକ୍ ମାନେ
ଖ୍ରୀଷ୍ଟପୂର୍ବ ଅଷ୍ଟମ ଓ ସପ୍ତମ ଶତାବ୍ଦୀରେ
ମୋତେ ଇଟା ଓ କାଦୁଅରେ ନିର୍ମାଣ
କରି ଥିଲେ । ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀର
ଶେଷ ଦଶନ୍ଧି ବେଳେ ଇଫେସସ୍
କ୍ଷତିଗ୍ରସ୍ତ ହୋଇଥିଲା ଏକ ବିରାଟ
ନଈବଢ଼ି ଦ୍ୱାରା । ଇଟା-ମାଟିରେ ନିର୍ମିତ
ପ୍ରକୃତିର ଉପାସନାସ୍ଥଳୀ ପ୍ରକୃତିରେ
ହଜିଯାଇଥିଲା ।
ଗ୍ରୀସ୍ ଓ ଇଫେସସ୍ ର
ଅଧିବାସୀମାନେ କିନ୍ତୁ ମୋତେ
ହଜିଯିବାକୁ ଦେଲେ ନାହିିଁ । ଖ୍ରୀଷ୍ଟପୂର୍ବ
୫୫୦ରେ ମୋତେ ନୂତନ ଭାବରେ
ନିର୍ମାଣ କରିବାପାଇଁ ଯୋଜନା କଲେ
ଲିଡିଆର ରାଜା କ୍ରୋଏସସ୍ । ଚିନ୍ତା
କରାଗଲା ମୋତେ ସ୍ଥାପତ୍ୟ ଓ କଳାର
ଚରମ ନିଦର୍ଶନ ଭାବେ ନିର୍ମାଣ
କରାଯିବାକୁ । ରାଜା ଚାହୁଁଥିଲେ
ପ୍ରକୃତିର ଉପାସନା ପୀଠ ପ୍ରକୃତିର
ଧ୍ୱଂସକାରୀ ଶକ୍ତିମାନଙ୍କ ଠାରୁ ଶକ୍ତ
ହେଉ । ତେଣୁ ନୂତନ ମନ୍ଦିର ନିର୍ମାଣ
କରାଗଲା ମର୍ମର ପ୍ରସ୍ତର ଦ୍ୱାରା । ସେ
ସମୟର ସର୍ବୋତ୍କୃଷ୍ଟ ଗ୍ରୀକ୍ ସ୍ଥପତି
ଚେର୍ସିଫ୍ରନ୍ ମୋର ନିର୍ମାଣ ଯୋଜନା ପ୍ରସ୍ତୁତ କରିିଥିଲେ । ଫିଡିଆସ୍, ପଲିକ୍ଲିଟସ୍, କ୍ରେସିଲାସ ଓ
ଫ୍ରାଡ୍ମନ୍ଙ୍କ ଭଳି ମହାନ ଗ୍ରୀକ୍ କଳାକାରମାନଙ୍କ ତମ୍ବା କଳାକୃତି ଦ୍ୱାରା ମୋତେ ସଜ୍ଜିତ
କରାଯାଇଥିଲା । ଇଫେସସ୍ ଅଞ୍ଚଳରେ ଭୂମିକ- ଅନୁଭୂତ ହେଉଥିଲା । ତେଣୁ ମୋର ମୂଳଦୁଆ
ପଡ଼ିିଲା ଏପରି ଏକ ସନ୍ତସନ୍ତିଆ ସ୍ଥାନରେ ଯେଉଁଠାରେ ଭୂମିକ-ର ପ୍ରଭାବ ସବୁଠାରୁ କମ୍
ଅନୁଭୂତ ହେବ ।
ପୃଷ୍ଠା:Saptascharya.pdf/୩୩
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସପ୍ତାଶ୍ଚର୍ଯ୍ୟ ୩୩