Jump to content

ପୃଷ୍ଠା:Saptascharya.pdf/୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୁଁ ନିଶ୍ଚତ ଭାବରେ ଥିଲି ମନ୍ଦିରମାନଙ୍କଠୁଁ କିଛି ଅଲଗା । ନହେଲେ କ'ଣ ଇତିହାସକାରମାନେ ମୋତେ ସପ୍ତାଶ୍ଚର୍ଯ୍ୟ ଭାବରେ ଗ୍ରହଣ କରିଥାଆନ୍ତେ । ମୁଁ କେବଳ ଉପାସନାର ପୀଠ ନିଥିଲି । ମୁଁ ଥିଲି ମୋ ସମୟର କଳା ଓ ଭାସ୍କର୍ଯ୍ୟର ଚରମ ପରାକାଷ୍ଠା । ଏଥିସହ ମୋ ପ୍ରାଙ୍ଗଣ ଥିଲା ବେପାର ବଣିଜର ପେଣ୍ଠସ୍ଥଳୀ । ଏଠାରେ ୟୁରୋପ, ମଧ୍ୟପ୍ରାଚ୍ୟ ଓ ପ୍ରାଚ୍ୟର ବ୍ୟବସାୟୀମାନେ ଏକାଠି ହେଉଥିଲେ । ଦେବୀ ଆର୍ଟେମିସ୍‍ଙ୍କ ପ୍ରତି ଥିବା ଭକ୍ତି ଓ ବିଶ୍ୱାସର ଓଢ଼ଣିତଳେ ସଭ୍ୟତାର ଭବିଷ୍ୟତର ସ୍ୱପ୍ନ ବୁଣା ଯାଉଥିଲା । ପ୍ରାୟ ଏକହଜାର ବର୍ଷ ଧରି ମୁଁ ଦେଖିିଲି ସଭ୍ୟତା, ଧର୍ମ ଓ କଳାର ବିିବର୍ତ୍ତନ ଓ ବିକାଶ ।
ଆଜି ମୋର ଭଗ୍ନାବଶେଷ ମିଳେ ତୁର୍କୀରେ ଥିବା ପ୍ରାଚୀନ ସହର ଇଫେସସ୍‍ ନିକଟରେ । ପ୍ରତ୍ନତତ୍ତ୍ୱବିତ୍‍ମାନଙ୍କ ମତରେ ଇଫେସସ୍‍ ଠାରେ ତାମ୍ର ଯୁଗରୁ ଗଢ଼ି ଉଠିିଥିଲା ଏ ମନ୍ଦିର । ବିଭିନ୍ନ ସମୟରେ ଏହା ଧ୍ୱଂସ ପାଇଥିଲେ ମଧ୍ୟ ଏହାର ପୁନଃନିର୍ମାଣ ବି ହୋଇଥିଲା । ପ୍ରକୃତିକୁ ମା' ରୂପରେ ପୂଜା କରାଯାଇଥିଲା ଏହି ମନ୍ଦିରରେ । ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀରେ ଗ୍ରୀକ୍‍ମାନେ ଇଫେସସ୍‍ର ପୁରାତନ ମନ୍ଦିର ସ୍ଥାନରେ ନିର୍ମାଣ କରିଥିଲେ ଏକ ନୂତନ ମନ୍ଦିର । ଗ୍ରୀକ୍‍ମାନେ ଇଫେସସ୍‍ର ପ୍ରକୃତି ଉପାସନାକୁ ଖୁବ୍‍ ସହଜରେ ନିଜ ପୁରାଣର ଅଂଶ କରିପାରିିଥିଲେ । ପ୍ରକୃତିର ଦେବୀ ଆର୍ଟେମିସ୍‍ଙ୍କୁ ଦେବରାଜ ଆପୋଲୋକଙ୍କର ଯମଜ ଭଉଣୀ ଭାବେ ବର୍ଣ୍ଣନା କରାଗଲା । ତାଙ୍କର ଅନ୍ୟନାମ ହେଲା 'ଡାଏନା' । ସେ ହେଲେ ପ୍ରକୃତି ଓ ଶିକାରର ଦେବୀ । ଇଫେସସ୍‍ର

୩୨ ସପ୍ତାଶ୍ଚର୍ଯ୍ୟ