'ମଦର ମ୍ୟାରୀ'ଙ୍କୁ । 'ମଦର ମ୍ୟାରୀ' ଓ ଯୀଶୁଖ୍ରୀଷ୍ଟଙ୍କ ପିତୁଳା ପୂଜା ଆରମ୍ଭ କରାଯାଇଥିଲା । ମୁଁ
ମନେମନେ ପଚାରିିଥିଲି, ମୁଁ ତ ଏସବୁଥିରୁ ଅଲଗା ନଥିଲି ?
ମୋ ସହ ଇଫେସସ୍ର ବି ମୃତ୍ୟୁ ହୋଇଥିଲା । ସଂସ୍କୃତିର ପତନ ସହ ସଭ୍ୟତାର ପତନ
ହୁଏ । ଇଫେସସ୍ ହରାଇଲା ନିଜ ମହତ୍ତ୍ୱ । ମୋ ସହ ହଜିଗଲା ଇଫେସସ୍ର ସ୍ୱତନ୍ତ୍ର ପରିଚୟ ।
ସମସ୍ତେ ଭୁଲିଗଲେ ମୋତେ ଓ ଇଫେସସ୍କୁ । ୧୮୬୯ରେ ବ୍ରିଟିଶ ମ୍ୟୁଜିୟମ୍ର ସଦସ୍ୟମାନେ
ଖୋଜି ବାହାର କରିିଥିଲେ ମୋର ପରିତ୍ୟକ୍ତ ଧ୍ୱଂସାବଶେଷକୁ । କେବଳ ଗୋଟିଏ ସ୍ତମ୍ଭ ଠିଆ
ହୋଇ ରହିିଥିଲା । ପୁରାତତ୍ତ୍ୱ ଖନନରୁ ମୋର ମୂଳଦୁଆ ଓ ଅନ୍ୟ ପ୍ରତ୍ନତାତ୍ତ୍ୱିକ ବସ୍ତୁ ବାହାରିିଥିଲା ।
ମୁଁ ଦେଖିଛି ଏକ ବିଶ୍ୱାସର ଆଧାର ସ୍ତମ୍ଭର ଜନ୍ମ । ପୁଣି ବି ଦେଖିଛି ଏହି ଆଧାର ସ୍ତମ୍ଭର
ଜୀବନ ଓ ଶେଷରେ ଏହାର ମୃତ୍ୟୁ । କିନ୍ତୁ ବିଶ୍ୱାସ ଅଜର, ଅମର । ମୋ ଭଳି ବିଶ୍ୱାସର ଆଧାର
ସ୍ତମ୍ଭଗୁଡ଼ିକ ସମୟର ସ୍ରୋତରେ ହଜିଯାଆନ୍ତି- ଯାହାଦ୍ୱାରା ହୁଏତ ମାନବ ବୁଝିପାରିବ ପ୍ରକୃତ
ଚିରନ୍ତନ ବିଶ୍ୱାସର ଅନୁଭୂତି ପାଇଁ କୌଣସି ବି ନାଶଶୀଳ ଆଧାରସ୍ତମ୍ଭର ଆବଶ୍ୟକତା ନାହିିଁ ।
ପୃଷ୍ଠା:Saptascharya.pdf/୪୦
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୦ ସପ୍ତାଶ୍ଚର୍ଯ୍ୟ