ପୃଷ୍ଠା:Saptascharya.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୋର ଉଚ୍ଚତା ଥିଲା ୧୩ ମିଟର । ଏହା ଆଜିର କୌଣସି ଚାରିତାଲା ଘରର ଉଚ୍ଚତା ସହ ସମାନ । ଏଇଥିରୁ ଅନୁମାନ କରନ୍ତୁ, ମୋତେ ନିର୍ମାଣ କରିବାପାଇଁ କେତେ ହାତୀଦାନ୍ତ, ସୁନା ଓ ରତ୍ନର ବ୍ୟବହାର ହୋଇଥିବ । ସେତେବେଳର ସମୟରେ କାଚ ଥିଲା ଏକ ଦୁର୍ଲଭ ବସ୍ତୁ, ଯାହା ପ୍ରଚୁର ପରିମାଣରେ ବ୍ୟବହାର ହୋଇଥିଲା ମୋତେ ସଜାଇବା ପାଇଁ । ଯେଉଁ ବର୍ଗାକାର ପିଣ୍ଡି ଉପରେ ମୋତେ ନିର୍ମାଣ କରାଯାଇଥିଲା, ତାହାର ଲମ୍ବ ଥିଲା। ପ୍ରାୟ ୨.୫ମିଟର ଏବଂ ଉଚ୍ଚତା ୧ ମିଟର । ଏହି ବିରାଟ ପିଣ୍ଡି ଉପରେ ମୁଁ ପ୍ରତିଷ୍ଠିତ ହୋଇଥିଲି ।
ମୋତେ ଦେଖିବାକୁ ଲୋକଙ୍କ ଆଖି ପାଉନଥିଲା । ମୋ ପାଖକୁ ଆସୁଥିବା ଅଧିକାଂଶ ତୀର୍ଥଯାତ୍ରୀ ଜିଅସ୍‌ଙ୍କ ଶରୀର ଅପେକ୍ଷା ତାଙ୍କ ସିଂହାସନର ଅଧିକ ବର୍ଣ୍ଣନା କରୁଥିଲେ । ସିଂହାସନର ଗୋଡ଼ଗୁଡ଼ିକ ଷ୍ଟିଙ୍ଗସ୍ ଓ ପକ୍ଷଧାରୀ ବିଜୟ ପ୍ରତୀକମାନଙ୍କ ଦ୍ବାରା ସୁସଜ୍ଜିତ ଥିଲା । ଅନ୍ୟ ଗ୍ରୀକ୍ ଦେବତା, ଆପୋଲୋ, ଆର୍ଟେମିସ୍ ଇତ୍ୟାଦି ବି ସ୍ଥାନ ପାଇଥିଲେ ସିଂହାସନରେ । ଅନେକ ଗ୍ରୀକ୍ ଲେଖକ ମୋର ବର୍ଣ୍ଣନା କରିଛନ୍ତି ।
ଜିଅସ୍‌ଙ୍କ ମୁଣ୍ଡ ଉପରେ ଥିଲା ଅଲିଭ୍ ପତ୍ରର ମୁକୁଟ । ତାଙ୍କ ଡାହାଣ ହାତରେ ସେ ଧରିଥଲେ ଗ୍ରୀକ୍ ପୁରାଣର ବିଜୟର ଦେବୀ 'ନାଇକେ’ଙ୍କ ପ୍ରତିମାକୁ । ଏହି ପ୍ରତିମା ବି ହାତୀଦାନ୍ତ ଓ ସୁନାରେ ତିଆରି ହୋଇଥିଲା । ତାଙ୍କ ବାମ ହାତରେ ଥିଲା ଏକ ବିରାଟ ଖଡ୍‌ଗ । ବିଭିନ୍ନ ପ୍ରକାର ମୂଲ୍ୟବାନ ଧାତୁ ଓ ରତ୍ନରେ କାରୂକାର୍ଯ୍ୟ କରାଯାଇଥିଲା ଏହି ଖଣ୍ଡା ଉପରେ । ତାଙ୍କ ବିରାଟ ଜୋତା ସୁନାରେ ତିଆରି ହୋଇଥିଲା । ବସ୍ତ୍ର ବି ଥିଲା ସୁନାର । ଏହାର ଉପରେ କଇଁଫୁଲ ଓ ଜୀବଜନ୍ତୁମାନଙ୍କ ଚିତ୍ର ଥିଲା । ବିଭିନ୍ନ ରାଜା ମହାରାଜା ପ୍ରଦାନ କରୁଥିବା ମୂଲ୍ୟବାନ ଭେଟିଦ୍ୱାରା ମୋତେ ବେଳେବେଳେ ସଜାଯାଉଥିଲା । ମୋତେ ଘୋଡେଇପାରିଲା ଭଳି ଏକ ବିରାଟ ପରଦା ପ୍ରଦାନ କରିଥିଲେ ସିରିଆର ରାଜା ଆଣ୍ଟିଓଚସ୍ ଚତୁର୍ଥ । ବିଭିନ୍ନ ପ୍ରକାର ଚିତ୍ର ଓ ବାନ୍ଧକଳାରେ ସଜ୍ଜିତ ଏହି ବିରାଟ ପରଦାଟି ପଶମରେ ତିଆରି କରାଯାଇଥିଲା । ଏହି ପରଦା ବି ଥିଲା ଏକ ବିରାଟତାର ପ୍ରତୀକ । ମୋର ବିରାଟତାକୁ ଆହୁରି ଅଧିକ ବିରାଟ କରିବାରେ ସହାୟକ ହୋଇଥିଲା ମୋ ଆଗରେ ଥିବା ଏକ ବିରାଟ କୁଣ୍ଡ । କଳା ମୁଗୁନି ପଥର ନିର୍ମିତ ଏହି କୂଣ୍ଡରେ ଭରି ରହୁଥିଲା ପବିତ୍ର ଅଲିଭ ତେଲ । ଏହି ତେଲ କୂଣ୍ଡରେ ମୋର ପ୍ରତିଫଳନ ମୋର ବିରାଟତାକୁ ଦ୍ୱିଗୁଣିତ କରୁଥିଲା । ପ୍ରଥମ ଖ୍ରୀଷ୍ଟାବ୍ଦରେ ଜଣେ ଗ୍ରୀକ୍ ବିଜ୍ଞ, ଡିଓ କ୍ରିସ୍ରୋଷ୍ଟମ୍ କହିଥିଲେ, ମୋର ଦର୍ଶନ ଜଣେ ବ୍ୟକ୍ତିକୁ ତାର ସବୁ ସାଂସାରିକ ଦୁଃଖକଷ୍ଟ ଭୂଲାଇ ଦେବ ।
ପଥରରେ ତିଆରି ନହୋଇଥିବା ହେତୁ ମୋର ନିରନ୍ତର ରକ୍ଷଣାବେକ୍ଷଣ ଆବଶ୍ୟକତା ହେଉଥିଲା । ଏଥିପାଇଁ ସବୁବେଳେ ଅଭିଜ୍ଞ ମୂର୍ତ୍ତିକାରମାନେ ନିୟୋଜିତ ହେଉଥିଲେ । ପାଞ୍ଚଶହ ବର୍ଷରୁ ଅଧିକ ସମୟ ମୋତେ ସୁରକ୍ଷିତ ରଖାଯାଇ ପାରିଥିଲା ।
ଅନେକଙ୍କ ପାଇଁ ମୁଁ ଈର୍ଷାର କାରଣ ବି ହୋଇଥିଲି । ରୋମ ସମ୍ରାଟ କାଳିଗୁଳା ନିଜକୁ ଦେବତା ଘୋଷଣା କରିଥିଲେ । ସେ ମୋର ବରାଟତାକୁ ସହିପାରିନଥିଲେ । ସେ ଭାବିପାରୁ ନଥିଲେ ତାଙ୍କ ଅହଂକାର ଠାରୁ ଆଉ କିଛି ବଡ ହୋଇପାରେ। ନିଜେ ବଡ଼ ନହୋଇ ପାରିଲେ ନିଜଠାରୁ ବଡ଼କୁ

୪୮ ସପ୍ତାଶ୍ଚର୍ଯ୍ୟ