ବି ପରିବର୍ତ୍ତନ ଆରମ୍ଭ ହୋଇସାରିଥିଲା । ୧୪୦୪ ଖ୍ରୀଷ୍ଟାବ୍ଦ ବେଳକୁ ମୁଁ ଏକ ଧ୍ୱଂସସ୍ତୂପରେ ପରିବର୍ତ୍ତିତ ହୋଇ ସାରିଥିଲି । ଏହି ଧ୍ୱଂସସ୍ତୂପରେ କିନ୍ତୁ ଲୁଚି ରହିଥିଲା ଅନେକ ଐଶ୍ୱର୍ଯ୍ୟ, ସ୍ଥାପତ୍ୟର ମୂଲ୍ୟବାନ ନିଦର୍ଶନ । ମୋ ଆଖପାଖରେ ଜନ୍ମ ନେଇଥିଲା ବୋଡ଼୍ରମ ନାମକ ଏକ ନୂତନ ସହର ।
ଏସବୁ ମୋ ପାଇଁ ନୂଆ ନ ଥିଲା । ମୋ ସୁଦୀର୍ଘ ଜୀବନ କାଳ ମଧ୍ୟରେ ମୁଁ ଦେଖୁଥିଲି ଗ୍ରୀକ୍ ସାମ୍ରାଜ୍ୟ ଓ ଗ୍ରୀକ୍ ଧାର୍ମିକ ବିଶ୍ୱାସର ପତନ । ଦେଖୁଥିଲି ଦୁଇଟି ନୂତନ ଧର୍ମର ଅଭ୍ୟୁଦୟ । ଖ୍ରୀଷ୍ଟଧର୍ମ ଓ ଇସ୍ଲାମ୍ ଧର୍ମର ପ୍ରଚାର ଓ ପ୍ରସାରକୁ ଖୁବ୍ ପାଖରୁ ଦେଖିଥିଲି ମୁଁ । ଯେହେତୁ ମୁଁ କୌଣସି ଧର୍ମ ସହ ଜଡ଼ିତ ନ ଥିଲି, ତେଣୁ ସେମାନଙ୍କର ବିସ୍ତାରଣଶୀଳ ଚିନ୍ତାଧାରାର ଆକ୍ରୋଶରୁ ବର୍ତ୍ତି ପାରିଥିଲି । ମୋ’ରି ଆଖି ଆଗରେ ୪୦୧ ଖ୍ରୀଷ୍ଟାବ୍ଦରେ ନିକଟରେ ଥିବା ମାତୃଶକ୍ତିର ପ୍ରତୀକ, ଦେବୀ ଆର୍ଟେମିସ୍ଙ୍କ ମନ୍ଦିରକୁ ସମ୍ପୂର୍ଣ୍ଣ ଧ୍ୱସ୍ତ କରାଗଲା । ଖ୍ରୀଷ୍ଟଧର୍ମର ପ୍ରଚାରକ ସେଣ୍ଟ ଜନ୍ କ୍ରିସୋଷ୍ଟମ୍ ନିଜ ସମର୍ଥକମାନଙ୍କ ସହ ସଂପୂର୍ଣ୍ଣ ଧ୍ୱସ୍ତ କଲେ ସପ୍ତାଶ୍ଚର୍ଯ୍ୟମାନଙ୍କ ମଧ୍ୟରୁ ଅନ୍ୟତମ, ଆର୍ଟେମିସ୍ ମନ୍ଦିରକୁ । ପୁରାତନ ଆସ୍ଥା ଓ ଧର୍ମ ବିଶ୍ୱାସକୁ ମାଟିରେ ମିଶାଇ ଦେବାପାଇଁ ସୃଜନର ଏକ ଅନୁପମ ନିଦର୍ଶନକୁ ଧୂଳିସାତ୍ କରିଦେଇଥିଲେ । ଆର୍ଟେମିସ୍ଙ୍କ ମନ୍ଦିରର ପଥର ଓ କଳାକୃତିକୁ ବୋହି ନେଇଥିଲେ ନୂତନ ପ୍ରାସାଦ ନିର୍ମାଣପାଇଁ । ମୁଁ ଏ ଧର୍ମାନ୍ଧମାନଙ୍କ ନଜରରୁ ବଞ୍ଚି ଯାଇଥିଲି, କାରଣ ମୁଁ କୌଣସ ଆସ୍ଥା ବା ଧର୍ମର ପ୍ରତୀକ ନ ଥିଲି ।
ପୃଷ୍ଠା:Saptascharya.pdf/୬୦
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୦ ସପ୍ତାଶ୍ଚର୍ଯ୍ୟ