ଏ ଧ୍ୱଂସର ତାଣ୍ଡବ ଦେଖି ମୁଁ ଶିହରି ଉଠିଥିଲି । ଜାଣିପାରିଥିଲି ମୋର ବି ଦିନେ ପତନ ହୋଇପାରେ ଏପରି ଧର୍ମାନ୍ଧମାନଙ୍କ ହାତରେ । ବଳ ଓ କୌଶଳଦ୍ୱାରା ବିଶ୍ୱାସକୁ ଜୟ କରିବାକୁ ବାହାରିଥିବା ଧର୍ମାନ୍ଧମାନେ ସାମ୍ରାଜ୍ୟବାଦୀ ରାଜତନ୍ତ୍ରମାନଙ୍କଠାରୁ ନିଶ୍ଚିତ ଭାବେ ଭୟଙ୍କର । ମୋତେ ଲାଗିଲା ଏହି ଧର୍ମାନ୍ଧମାନେ ଜଳଦସ୍ୟୁମାନଙ୍କ ଠାରୁ ବି ହିଂସ୍ର । କ୍ରୂର ଯୋଦ୍ଧା ଓ ଜଳଦସ୍ୟୁମାନଙ୍କ ହୃଦୟର ନିଭୃତ କୋଣରେ ବଞ୍ଚି ରହିଥାଏ କଳା ଓ ପ୍ରେମକୁ ଅନୁଭବ କରିପାରିଲା ଭଳି କୋମଳତା, ଏହା ମୁଁ ଅନୁଭବ କରିଥିଲି । ପ୍ରତ୍ୟେକ ମଣିଷ ଭିତରେ ଲୁଚି ରହିଥିବା ଏହି କୋମଳତା ମୋତେ ରକ୍ଷା କରିଥିଲା। ଆଲେକ୍ଜାଣ୍ଡାର ଓ ଜଳଦସ୍ୟୁମାନଙ୍କ ଆକ୍ରମଣ ବେଳେ |
କିନ୍ତୁ ମୋତେ ଲାଗିଥିଲା ଧର୍ମଧ୍ୱଜାଧାରୀ ଯୋଦ୍ଧାମାନଙ୍କ ଅନ୍ତରରେ ସୌନ୍ଦର୍ଯ୍ୟବୋଧକୁ ଅନୁଭବ କରିପାରିଲା ଭଳି କୋମଳତା ଶୁଷ୍କ ହୋଇଯାଇଥାଏ । ହୁଏତ ସେମାନଙ୍କ ଆଖି, ମନ ଓ ହୃଦୟର ଗବାକ୍ଷ ବନ୍ଦ ଥାଏ । ନିଜ ବିଶ୍ୱାସର ସାମ୍ରାଜ୍ୟ ସ୍ଥାପନା କରିବାକୁ ବାହାରିଥିବା ଏହି ବ୍ୟକ୍ତିମାନେ ଜାଣିପାରନ୍ତି ନାହିଁ ଯେ ସେମାନଙ୍କ ବିଶ୍ୱାସ ହିଁ ପାଲଟି ଯାଇଛି ସେମାନଙ୍କ ଆଖିର ଅନ୍ଧପୁଟୁଳି ।
ଆର୍ଟେମିସ୍ଙ୍କ ମନ୍ଦିରର ପତନ ପରେ ମୁଁ କେବଳ ପ୍ରାର୍ଥନା କରିଥିଲି ଯେ ମୋର ଅନ୍ତ ଏହି ସୌନ୍ଦର୍ଯ୍ୟବୋଧ ହରାଇବସିଥିବା ଧର୍ମାନ୍ଧମାନଙ୍କ ହାତରେ ନ ହେଉ । କାଳ ମୋ ଆଳି ଶୁଣିଥିଲା । ମୁଁ ଧୁପ୍ତ ହୋଇଥିଲି ଭୂମିକମ୍ପ ଦ୍ୱାରା । ମୋ ଧ୍ୱଂସସ୍ତୂପ ପାଖରେ ଆରମ୍ଭ ହୋଇଯାଇଥିଲା ବିଶ୍ୱାସର