ପୃଷ୍ଠା:Saptascharya.pdf/୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ମୁଁ କୌଣସି ଦେବତାଙ୍କ ବନ୍ଦନା ପାଇଁ ନିର୍ମାଣ କରାଯାଇନଥିଲି । ମୁଁ କୌଣସି ପ୍ରେମୀଯୁଗଳଙ୍କର ପ୍ରେମର ସ୍ମୃତି ନଥିଲି । ମୁଁ ନଥିଲି ମୃତ୍ୟୁ ଉପରେ ବିଜୟ ପାଇବା ପ୍ରଚେଷ୍ଟାର ପିରାମିଡ୍‍ । ମୋତେ ତିଆରି କରାଯାଇଥିଲା ସାଧାରଣ ନାବିକମାନଙ୍କ ପାଇଁ । ସେମାନଙ୍କ ସମୁଦ୍ରଯାତ୍ରାକୁ କିଛିଟା ନିରାପଦ କରିବାପାଇଁ । ଏହି ଛୋଟ କାମରେ ଲାଗିିଲା ମୋର ବିରାଟତା । ଏହାହିଁ ମୋତେ କରିିଲା ମହାନ- ପ୍ରାୟ ୨୦ଶତାବ୍ଦୀ ପାଇଁ ।
ଆଜି ହୁଏତ ସ୍ଥୂଳ ଭାବରେ ମୋର ଅବସ୍ଥିତି ନାହିଁ, ହେଲେ ମୁଁ ବଞ୍ଚିଛି ଏକ ସୁଦୃଢ଼ ସ୍ମୃତି ରୂପରେ । ସଂସାରର ସବୁ ବତିଘରମାନେ ମୋ ପରିଚୟ ବହନ କରନ୍ତି । ଫ୍ରେଞ୍ଚ, ଇଟାଲିଆନ୍‍ ଓ ସ୍ପାନିଶ୍ ଭଳି ୟୁରୋପୀୟ ଭାଷାର ଶବ୍ଦକୋଷମାନଙ୍କରେ ବତିଘରର ପ୍ରତିଶବ୍ଦ ହେଲା ଫାରୋସ୍‍ । ଆଲେକ୍‍ଜାଣ୍ତ୍ରିଆ ସହରର ନିକଟରେ ଥିଲା ଫାରୋସ ଦ୍ୱୀପ । ଏହିଠାରେ ହିଁ ମୋତେ ନିର୍ମାଣ କରାଯାଇଥିଲା କିଛି ଶତାବ୍ଦୀ ପରେ । ଲୋକେ ଏହି ଦ୍ୱୀପକୁ ଭୁଲି ମୋତେ ଫାରୋସ୍‍ କହିବା ଆରମ୍ଭ କରିିଥିଲେ । ଏବେ ଆଉ ଫାରୋସ୍‍ ଦ୍ୱୀପ ନାହିଁ । ଏହା ବର୍ତ୍ତମାନ ଆଲେକ୍‍ଜାଣ୍ତ୍ରିଆ ସହରର ଏକ ଅଂଶ । ସମୁଦ୍ର ଭିତରକୁ ଆଲେକଜାଣ୍ତ୍ରିଆ ଉପକୂଳରେ ପଶିଯାଇଛି ଏହି ଉଚ୍ଚଭୂମି । ଅନେକ ଆଧୁନିକ ପର୍ଯ୍ୟଟକ ବିଶ୍ୱାସ କରିପାରନ୍ତିନି ଯେ ଏହା ଦିନେ ଥିଲା ଏକ ଦ୍ୱୀପ ।
ମୁଁ ଗର୍ବର ସହ ଘୋଷଣା କରେ ଯେ- ମୁଁ ପୁରାତନ ସପ୍ତାଶ୍ଚର୍ଯ୍ୟମାନଙ୍କ ମଧ୍ୟରେ ଥିଲି ଅନନ୍ୟ । ସମୁଦ୍ରର ନାବିକମାନଙ୍କ ପାଇଁ ମୁଁ ଥିଲି ନିରାପଦ ଯାତ୍ରାପାଇଁ ବିଶ୍ୱାସର ପ୍ରତୀକ । ମୁଁ ହେଉଛି ଏକମାତ୍ର ସପ୍ତାଶ୍ଚର୍ଯ୍ୟ ଯାହାର ସାଧାରଣ ଜନତାପାଇଁ କିଛି ବ୍ୟାବହାରିକ ଉପଯୋଗିତା ଥିଲା । ସ୍ଥପତିମାନଙ୍କ ପାଇଁ ବି ମୋ ମହତ୍ତ୍ୱ କିଛି କମ୍‍ ନଥିଲା । ଶହ ଶହ ବର୍ଷ ଧରି ମୁଁ ଥିଲି ସଂସାରର ସର୍ବୋଚ୍ଚ ଅଟ୍ଟାଳିକା । ବିଜ୍ଞାନୀମାନେ ବିମୋହିତ ହେଉଥିଲେ ମୋ ଉପରେ ଲାଗିିଥିବା ବିରାଟ ଅବତଳ ଦର୍ପଣ ଦ୍ୱାରା । ଏହି ଦର୍ପଣ ଦ୍ୱାରା ପ୍ରତିଫଳିତ ସୌରରଶ୍ମି ଓ ଅଗ୍ନିଶିଖା କୁଆଡେ ୩୫ମାଇଲ୍‍ ଦୂରରେ ଥିବା ସମୁଦ୍ରର ନାବିକମାନଙ୍କୁ ଦେଖାଯାଉଥିଲା । ମୁଁ ସମୁଦ୍ରର ନାବିକମାନଙ୍କ ପାଇଁ ଥିଲି ଆଲେକ୍‍ଜାଣ୍ତ୍ରିଆର ପରିଚୟ ।
ଗ୍ରୀକ୍‍ ବୀର ଆଲେକ୍‍ଜାଣ୍ତର ଇଜିପ୍ଟ ଉପରେ ନିଜର ଆଧିପତ୍ୟ ବିସ୍ତାର କରି ପ୍ରତିଷ୍ଠା କରିଥିଲେ ଏକ ନୂତନ ସହର । ତାଙ୍କ ନାଁ ଅନୁଯାୟୀ ଏହି ପୋତାଶ୍ରୟ ଭିତ୍ତିକ ସହରକୁ ନାମିତ କରାଯାଇଥିଲା ଆଲେକ୍‍ଜାଣ୍ତ୍ରିଆ । ସମ୍ରାଟ ଆଲେକ୍‍ଜାଣ୍ତାରଙ୍କ ମୃତ୍ୟୁ ପରେ ଇଜିପ୍ଟର ଶାସନଭାର ତାଙ୍କର ଅନ୍ୟତମ ସେନାପତି ଟୋଲେମି ସୋତର୍‍ ଗ୍ରହଣ କରିିଥିଲେ । ସେ ଆଲେକ୍‍ଜାଣ୍ତ୍ରିଆ ସହରର ନିର୍ମାଣରେ ପ୍ରମୁଖ ଅଂଶ ଗ୍ରହଣ କରିିଥିଲେ । ତାଙ୍କର ଏ ସହର ପ୍ରତି ଥିଲା ବିଶେଷ ଆକର୍ଷଣ । ତେଣୁ ସେ ଆଲେକଜାଣ୍ତ୍ରିଆକୁ ଇଜିପ୍ଟର ନୂତନ ରାଜଧାନୀ ଭାବେ ଘୋଷଣା କରିିଥିଲେ ।
ଆଲେକ୍‍ଜାଣ୍ତ୍ରିଆକୁ ବିଶ୍ୱର ଏକ ଶ୍ରେଷ୍ଠ ପୋତାଶ୍ରୟ କରିବାକୁ ଚାହୁଁଥିଲେ ଟୋଲେମି ସୋତର । କିନ୍ତୁ ଆଲେକଜାଣ୍ତ୍ରିଆର ଆଖପାଖର ସମୁଦ୍ର ଥିଲା ଖୁବ୍‍ ବିପଦସଙ୍କୁଳ । ଆଲେକ୍‌ଜାଣ୍ତ୍ରିଆ ପୋତାଶ୍ରୟର ଆଖପାଖ ଉପକୂଳ ଥିଲା ସମତଳ । ପାଖରେ ପାହାଡ଼ ଭଳି କୌଣସି ପ୍ରାକୃତିକ

୭୮ ସପ୍ତାଶ୍ଚର୍ଯ୍ୟ