ଏପରି ଏକ ବିରାଟ ଜବକାଚ ଲାଗିିଥିଲା ଯାହାଦ୍ୱାରା ସହରର ଛୋଟରୁ ଛୋଟ ବସ୍ତୁ ଦେଖି ହେଉଥିଲା । କିନ୍ତୁ ଏହା ବି ଥିଲା ଏକ ଗୁଜବ ।
ହେଲେ ବହୁ ଶତାବ୍ଦୀ ପାଇଁ ମୁଁ ଥିଲି ଏକ ମହାନ ପର୍ଯ୍ୟଟନ ସ୍ଥଳ । ପର୍ଯ୍ୟଟକମାନେ ମୋ ଉପରୁ ଆଲେକ୍ଜାଣ୍ତ୍ରିଆ ସହରର ସୌନ୍ଦର୍ଯ୍ୟ ଓ ବିରାଟତାକୁ ଉପଭୋଗ କରୁଥିଲେ । ମୋ ପାଇଁ ଫାରୋସ ଦ୍ୱୀପ ହରାଇଥିଲା ନିଜ ପରିଚୟ । ଫାରୋସ ଦ୍ୱୀପଟି ଆଲେକ୍ଜାଣ୍ତ୍ରିଆ ଉପକୂଳ ନିକଟରେ ଅବସ୍ଥିତ ଥିଲା । ଏକ ଦୀର୍ଘ ବାଲିବନ୍ଧ ଏହାକୁ ଯୋଡୁଥିଲା ଆଲେକ୍ଜାଣ୍ତ୍ରିଆ ସହ । ହେଲେ ସମୁଦ୍ରରେ ଜୁଆର ସମୟରେ ଏହା ବୁଡି ଯାଉଥିଲା । ଏହି ବାଲିବନ୍ଧକୁ ମାନବ ପ୍ରଚେଷ୍ଟା ଦ୍ୱାରା ସୁଦୃଢ଼ କରିଦିଆଗଲା । ଏହା ଆଉ ଜୁଆରରେ ବୁଡ଼ିଲା ନାହିଁ । ଫାରୋସ ଦ୍ୱୀପ ଏକ ଅନ୍ତରୀପରେ ପରିବର୍ତ୍ତିିତ ହେଲା । ଏହାର ଦୁଇକଡ଼ରେ ପୋତାଶ୍ରୟ ପାଇଁ ଅଧିକ ସ୍ଥାନ ମିଳିଲା ଏବଂ ପର୍ଯ୍ୟଟକମାନେ ଖୁବ୍ ସହଜରେ ମୋ ପାଖରେ ପହଞ୍ଚି ପାରିଲେ ।
ବିଭିନ୍ନ ଶତାବ୍ଦୀରେ ପର୍ଯ୍ୟଟକ ଓ ଇତିହାସକାରମାନେ ମୋ ବିଷୟରେ ଲେଖିଛନ୍ତି । ଷ୍ଟ୍ରାବୋ ଓ ପ୍ଲିନି ଦ ଏଲ୍ଡର ବର୍ଣ୍ଣନା କରିଛନ୍ତି ମୋ ଶୁଭ୍ର ଶିଖର ବିଷୟରେ । ସେମାନେ ଖୁବ୍ ପ୍ରଭାବିତ ହୋଇଥିଲେ ମୋ ଶିଖରରେ ବ୍ୟବହୃତ ବିରାଟ ଅବତଳ ଦର୍ପଣ ଦ୍ୱାରା । ଖ୍ରୀଷ୍ଟପୂର୍ବ ଗ୍ରୀକ୍ ସାମ୍ରାଜ୍ୟରେ ଏପରି ଦର୍ପଣ ଓ ଏହାର ବତିଘରରେ ବ୍ୟବହାର ଥିଲା ଏକ ଅବିଶ୍ୱସନୀୟ କାର୍ଯ୍ୟ ।
୮୪ ସପ୍ତାଶ୍ଚର୍ଯ୍ୟ