ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦ୍ୱାଦଶ ଛାନ୍ଦ
ରାଗ-ବରାଡ଼ି:-କଳସାବାଣୀ
ୟେଥୁ ଅନନ୍ତରେ ସଖି ଶୁଣ ହେତୁ କରି ।
ଶୋକଭର ହୋଇ ଶଶିସେଣା ମନୋହାରୀ ।
ବୋଲଇ ପୁରୁଷ ଜାତି ୟେଡ଼େକ ନିର୍ଦ୍ଧୟା ।
ଯେତେକରି ଭଜିଲେ ମୁଁ ନ ପାଇଲି ମାୟା । ୧ ।
ୟେତେ ବୋଲି ସୁନ୍ଦରୀ ଶୁତିଲା ହେଠ ମାଥ ।
ମାନ-ଅଗ୍ନି ହୃଦରୁ ତା ହୋଉଅଛି ଜାତ ।
ୟେମନ୍ତ ସମୟେ କାନ୍ତ ପରବେଶ ହୋଇ ।
ଦେଖିଲା ଅବନୀ ଶଶିସେଣା ଅଛି ଶୋଇ । ୨ ।
ଚନ୍ଦ୍ରାବଳୀ ବସିଅଛି ବିରସ ବଦନ ।
ଚାହିଁ ତା କୁମର ମନ ହୋଇଲାକ ଛନ୍ନ ।
ଶଶିସେଣା ସନ୍ନିଧରେ ବସିଲାକ ଯାଇଁ ।
କହଇ ଚାଟୁବଚନ ବିନୋଇଣ ହୋଇ । ୩ ।
କି କେ ସଖି ଚନ୍ଦ୍ରମୁଖି ଏଡ଼େ ଗରୁ ମାନ ।
ତୋହୋର ବିମନ ଦେଖି ଉଡ଼ିଲା ମୋ ଗ୍ୟାନ ।
୧-୪-ଏତେ କରି ବୁଝାଇଲେ ନ ପାଇଲି ହିୟା (ଖ) । ୩-୪-ବଦନୁଁ ବସନ କାଢ଼ି ବିନୋଇଣ କହି (ଗ) ।
୨ । ଶୁତିଲା-ଶୋଇଲା । ଅବନୀ-ପୃଥିବୀରେ ।
୩ | ସନ୍ନିଧରେ-ପାଖରେ ।