ପୃଷ୍ଠା:Sashi Sena.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୦
ଶଶିସେଣା
 

ଖୋଜି ପାଇଲୁ ଦେବ ସବୁଙ୍କୁହିଁ ।
ପକ୍ଷିରାଜ ତୁରଙ୍ଗ ଦୁଇ ନାହିଁ । ୪୪ |
ରାଜା ଶୁଣି ନ ଶୁଣିଲା ହୋଇଲେ ।
ଏତେ ଜଣାଇ ଲେଉଟି ଅଇଲେ । ୫୫।
ନଗରରେ ଶୁଭିଲା ୟେହୁ ବାଣୀ ।
ବ୍ୟାଘ୍ର ନେଲାକ ନୃପତି ଦୁଲଣୀ । ୪୬ ।
ଶୁଣି ଅନନ୍ତ ସିଦ୍ଧ ଯେ ବୋଇଲେ ।
ଭଲ ଉପାୟେ କରି ଦୁହେଁ ଗଲେ । ୪୭ ।
ଅପକୀରତି ଆମ୍ଭଙ୍କୁ ନୋହିଲା ।
ଧାତା କରିଛି ଘଟସୁତ୍ର ଭଲା ।୪୮।
ୟେତେ ବିଚାରି ନୃପତି ସନ୍ନିଧ ।
ଯାଇ କ‌ହନ୍ତି ଅନେକ ପ୍ରବୋଧ । ୪୯ |
ୟେହୁ ସଂସାର ଅନିତ୍ୟ ଅଟଇ ।
ଯିବା ନିଶ୍ଚୟେ କେହି ରହି ନାହିଁ । ୫୦ |
ଆଗ ପଛକ ୟେତେକ ମାତର ।
ଜାଣି ହୋଅ କିପାଁ ତୁମ୍ଭେ କାତର । ୫୧ ।
ବ୍ୟାଘ୍ର କୁମାରୀ କରିଛି ହରଣ ।
କାହାବେଳେ ତା କରି ହୋୟେ ଆନ ।୫୨।
ଏବେ ନ କରସି ତୁମ୍ଭେ ଶୋଚନ ।
ବିହି କରିଛି ଯାହା ନିରିମାଣ । ୫୩ |
ଶୁଣି ନୃପତି ଶୋକ ଶାନ୍ତି କରି ।
ବାହୁଡ଼ିଣ ଅଇଲେ ନିଜ ପୁରୀ । ୫୪।