ପୃଷ୍ଠା:Semananka piladina.pdf/୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସ୍ପେଶାଲ୍‍ ମିଲିଟାରୀ ଗାଡ଼ି ମାନ୍ଦ୍ରାଜ ଆଡ଼ୁ ଆସି ଖୋର୍ଦ୍ଧାରେ ପହଞ୍ଚିଲା । ପ୍ଲାଟଫର୍ମରେ ମୁଁ ଛିଡ଼ାହୋଇଛି । ହଠାତ୍‍ ସେ ଗାଡ଼ିର ଏକ ସ୍ୱତନ୍ତ୍ର କାମେରାରୁ ଜଣେ ସାହେବ ଓହ୍ଲାଇ ମୋ ଆଡ଼କୁ ଆସିଲେ । ମୁଁ ବାଟରୁ ଟିକିଏ ଆଡେଇ ହୋଇ ଯାଉଛି । ମୋର ହାତ ଦୁଇଟିକୁ ସେ ଧରି ପକାଇ ନମସ୍କାର କଲେ । ମୁଁ ଅବାକ୍‍ । ଏ କିଏ ? ମୋତେ କାହିଁକି ଅଭିନନ୍ଦନ କରୁଛନ୍ତି ? ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁଥାଏ । ମିଲିଟାରୀ ଡ୍ରେସ୍‍ ମଣ୍ଡିତ ଜଣେ ଉଚ୍ଚ କର୍ମଚାରୀ ସେ । ଗୋରା ତକ୍‍ତକ୍‍ ସୁସ୍ଥ ସବଳକାୟ । ସେ ହ୍ୟାଟ୍‍ ଖଣ୍ଡିକ ବାହାର କରି ସ୍ପଷ୍ଟ ଓଡ଼ିଆରେ କହିଲେ, 'ଚିହ୍ନି ପାରୁନ ? ମୁଁ ପରା ତମର ସେହି ପଦାଶ୍ରିତ ବ୍ରହ୍ମଚାରୀ ମୁଇଁ । ତୁମରି କରୁଣାରୁ ମୁଁ ଆଜି ଏହି ଲେଫଟ୍‍ନାଣ୍ଟ ପଦବୀରେ ବରିତ ହୋଇ ପାରିଛି ।' ମୁଁ ଆଶ୍ଚର୍ଯ୍ୟ ହେଲି ।

ବିଶିଷ୍ଟ ଗବେଷକ ଓ ଐତିହାସିକ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁଙ୍କ ଆତ୍ମଜୀବନୀ 'ମୋ ଜୀବନ ସଂଗ୍ରାମ'ରୁ ଉଦ୍ଧୃତ ।

ସେମାନଙ୍କ ପିଲାଦିନ ୨୫