ବାପା-ମାଆଙ୍କ ମୃତ୍ୟୁ ଉତ୍ତାରେ, କଲେଜରେ ପଢ଼ିବା ବେଳେ ମୋତେ ଅନେକ କାଳ ପ୍ରାୟ ପୂଜାରୀ ଭାବରେ ପଢ଼ାଖର୍ଚ୍ଚ ଉଠାଇବାକୁ ହେଲା ।
ପିତାଙ୍କ ପୈତୃକ ଜମି ବିକ୍ରି ଉପରେ ନିର୍ଭର କରି ମୁଁ ପଢ଼ିଲି; କିନ୍ତୁ ତାଙ୍କର ଜମି ବେଶି ନଥିଲା । ଏକରକ ଉପରେ ବିକ୍ରି ସରିଲା ପରେ ଆଉ ବାକି ରହିଲା ପ୍ରାୟ ଦେଢ଼ ଏକର । ଏବେ ସବୁ ଜିନିଷ ପରି ଜମିବାଡ଼ି ଦାମ୍ ବଢ଼ିଛି । ସେତେବେଳେ ଏକରରୁ ବେଶି ଜମି ବିକ୍ରିରୁ ମିଳିଲା ମାତ୍ର ୬୦ଟଙ୍କା । ସୁତରାଂ ମୋତେ ଖର୍ଚ୍ଚ କମାଇ ଚଳିବାକୁ ପଡ଼ିଲା । ସେତେବେଳେ ମୁଁ ଅନେକ ଦିନ ପଇସା ଅଭାବରେ ଉପବାସ ରହିଛି । ଛାତ୍ରାବାସର ରୋଷେଇ ପାଣ୍ଠିକୁ ଟଙ୍କା ନିର୍ଦ୍ଦିଷ୍ଟ ଦିନ ନଦେଲେ ଚାଉଳ ପଡ଼ିବା ବନ୍ଦ ହୋଇଯାଏ । ମୋପାଇଁ ଚାଉଳ ପଡ଼ିବା ବନ୍ଦ ହେବା ଆଦେଶ ହେବା ପୂର୍ବରୁ ମୁଁ ଅବସ୍ଥା ବୁଝି ଅନ୍ୟତ୍ର ଖାଇବି ବୋଲି ବୁଝି ଚାଲିଯାଏ ।
ସେପରି ଘଟଣାରେ ଯେଉଁଠାରେ ଖାଏ, ତାହା ସମୁଦ୍ରକୂଳ; ଯାହା ଖାଏ, ତାହା ପବନ । ଥରେ ଏହି ପରି ପବନ ଖାଇ ଦୁଇ ଦିନ ରହିଗଲି । ମାସିକ ଚାରି ଟଙ୍କାରେ ମୋର ଯାବତୀୟ ଖର୍ଚ୍ଚ ଚଳୁଥିଲା । କେବଳ ଖାଇବା ଖର୍ଚ୍ଚ ମାସକୁ ହାରାହାରି ତିନିଟଙ୍କା ଚାରିଅଣା ପଡ଼ୁଥିଲା । ମୋତେ ସ୍କୁଲ୍ରେ ବେତନ ଦେବାକୁ ପଡ଼ୁ ନଥିଲା । ଚାଉଳ ଟଙ୍କାରେ ମିଳୁଥିଲା କଟକୀ ୧୬/୧୭ ସେର ।
ସେ ବର୍ଷ ମୋର ଏକାଦଶ ଶ୍ରେଣୀ । ପରୀକ୍ଷା ନିମନ୍ତେ ପଢ଼ାପଢ଼ି କରିବା କଥା । ଶଶିଦାଙ୍କ ପରାମର୍ଶରେ ମୁଁ ଗ୍ରୀଷ୍ମ ଛୁଟିରେ ଘରକୁ ନଯାଇ ଛାତ୍ରାବାସରେ ରହିଲି ।
'ନନା ତ ଗଲେ, ମୋ ବୋଉ ଚାଲି ନଗଲେ ରକ୍ଷା ।' ମୁଁ ଗ୍ରାମରେ ପହଞ୍ଚି ଦେଖିଲି, ବୋଉ ଠିକ୍ ଚାଲିଯିବା ଉପରେ । ସେ ଥରେ ଆଖି ଫିଟାଇ, ମୋତେ ଚାହିଁ ଦେଇ ପୁଣି ଯେ ଆଖି ବୁଜିଦେଲା, ସେ ଆଖି ଆଉ ଫିଟିଲା ନାହିଁ । ମୋର ଆଠ ବର୍ଷ ବୟସର ଭଉଣୀଟି ସୁଦ୍ଧା ହଇଜାରେ ଆକ୍ରାନ୍ତ ହୋଇ ପଡ଼ିିଥିଲା । ସବୁ ବରଦାସ୍ତ କରିବାନିମନ୍ତେ ସେ ଦୁର୍ଦ୍ଦିନରେ ଏକମାତ୍ର ଭରସା ମୋ ଅନ୍ଧୁଣୀ ବୁଢ଼ୀମା' ।
ଦରିଦ୍ର କୁଟୀରରେ ଜନ୍ମ ହୋଇଥିଲେ ସୁଦ୍ଧା ମୁଁ ନିତାନ୍ତ ଅଲିଅଳ ଥିଲି । ଦୁର୍ବଳ ମୁଣ୍ଡରେ ନିର୍ମଳ ଆକାଶରୁ ହଠାତ୍ ବଜ୍ର ପଡ଼ିଗଲା । ସେ ବଜ୍ର ମୋତେ ଅସମ୍ଭାଳ ହେବା ବେଳକୁ, ମୁଣ୍ଡ ଦେଖାଇବାପାଇଁ ଆମ ଘରେ ମୋର ସତୁରୀ ବର୍ଷ ବୟସର ବୁଢ଼ୀ ମା' । ମଫସଲି ପରଳକଢ଼ାଳି ହାତେ ପରଳ କଢ଼ାଇବା ଫଳରେ ତାଙ୍କର ଦିଓଟିଯାକ ଆଖି ଫୁଟିଯାଇଥିଲା । ତାଙ୍କ ପରଳ କଢ଼ାଇବା ଦୃଶ୍ୟ ମୁଁ ପିଲାଦିନେ ଆଖିରେ ଦେଖିଥିଲି । କିନ୍ତୁ ତା'ଠାରୁ ଆହୁରି କରୁଣ ଦୃଶ୍ୟଟିଏ ମନେ ପଡ଼ିଲେ, ଏବେ ପ୍ରାୟ ଛପନ ବର୍ଷ ପରେ ମଧ୍ୟ ମୋ ପଥର ଦେହ ଶୀତେଇ ଯାଏ । ସେ ଦୃଶ୍ୟଟି ହେଉଛି, ପିତା ଘରକୁ ଯେଉଁ ଦିନ ପାଚିଲା କଦଳୀ
ସେମାନଙ୍କ ପିଲାଦିନ ୯