ପୃଷ୍ଠା:ShreeJagannath.pdf/୧୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି



ତା’ପରେ ବଡ଼ସିଂହାର ବେଶ ହୁଏ । ପୁଷ୍ପାଳକ ସେବକ ଦିଅଁମାନଙ୍କୁ ବାରଲାଗି ପାଟ ପିନ୍ଧାନ୍ତି ଏବଂ ମାଳଫୁଲରେ ବେଶ କରାନ୍ତି । ଏହି ବେଶ ମୁଖ୍ୟତଃ ଫୁଲ ବେଶ । ସ୍ୱତ୍ତ୍ୱଲିପିରେ ଉଲ୍ଲେଖ ଅଛି ଯେ ଶ୍ରୀରାମ ଦାସ ମଠ ଏହି ବେଶପାଇଁ ଫୁଲର କରପଲ୍ଲବ, କୁଣ୍ଡଳ ଓ ତଡ଼ଗି (ତଡ଼କୀ) ଏବଂ ଏମାର ମଠ ଫୁଲର ଚନ୍ଦ୍ରିକା ଯୋଗାନ୍ତି । କରପଲ୍ଲବ, କୁଣ୍ଡଳ ଓ ଚନ୍ଦ୍ରିକା ଦୁଇ ଠାକୁର (ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ଲାଗି ହୁଏ । ତଡ଼କୀ ଓ ଚନ୍ଦ୍ରିକା ଦେବୀ ସୁଭଦ୍ରାଙ୍କୁ ଲାଗି ହୁଏ । ତଡ଼କୀ ହେଉଛି କଣ୍ଠ ନିମନ୍ତେ ଏକ ପୁଷ୍ପ ଭୂଷା । ଦିଅଁମାନେ ଅଧରମାଳା, ଚଉସରା, ବକ୍ଷରେ ପଦକ, ନାସାରେ ଗୁଣା ଓ ନାକୃଆସି, ମଥାରେ ଅଳକା ପରିଧାନ କରନ୍ତି । ପିନ୍ଧାଯାଇଥିବା ବାରଲାଗି ପାଟବରେ ଜୟଦେବଙ୍କ ଗୀତଗୋବିନ୍ଦର କେତୋଟି ଧାଡ଼ି ବୁଣାଯାଇଥାଏ । ବେଶ ବଢ଼ିବା ପରେ ପୁଷ୍ପାଳକ ଠାକୁରମାନଙ୍କୁ କର୍ପୂର ଲାଗି କରାନ୍ତି । ବେଶ ପରେ ବଡ଼ସିଂହାର ଧୂପ ହୁଏ ।
୩. ଗଣପତି ବେଶ ବା ହାତୀ ବେଶ
ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ସ୍ନାନବେଦୀରେ ଦେବସ୍ନାନ ନୀତି ପରେ ଶ୍ରୀଜୀଉମାନଙ୍କର ହାତୀ ବେଶ ହୁଏ । ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ଯଥାକ୍ରମେ ଧଳା ଓ କଳା ହୟୀ ବେଶରେ ସଜ୍ଜିତ ହୁଅନ୍ତି । ଗୋପାଳତୀର୍ଥ ମଠ ବଡ଼ ବାଡ଼ର ଅର୍ଥାତ୍ ଶ୍ରୀବଳଭଦ୍ରଙ୍କର ହାତୀ ବେଶର ଉପକରଣ ଓ ରାଘବ ଦାସ ମଠ ଅନ୍ୟ ଦୁଇ ବାଡ଼ର ଉପକରଣ ଯୋଗାନ୍ତି । ସୋଲ, ଜରି, କଦଳୀ ପଟରେ ତରାସ, ଚୂଳ ଓ କରପଲ୍ଲବ ଥାଇ ଏହି ବେଶ ତିଆରି କରାଯାଇଥାଏ । ପାଳିଆ ପୁଷ୍ପାଳକ ଓ ଦଇତାପତିମାନେ ଏହି ବେଶ କରନ୍ତି । ବେଶ ଶେଷ ପରେ କର୍ପୂର ଲାଗି ହୁଏ । ଓଡ଼ିଶାରେ ଗଙ୍ଗବଂଶର ଶେଷ ରାଜା ଭାନୁଦେବ (୪ର୍ଥ)ଙ୍କ ରାଜତ୍ୱ କାଳ (ଖ୍ରୀ. ୧୪୧୪୧୪୩୫)ରେ ଏହି ହାତୀବେଶ ଆରମ୍ଭ ହୋଇଥିବା କୁହାଯାଏ ।
୪. ରାଜବେଶ ବା ସୁନାବେଶ
ରାଜବେଶର ଅନ୍ୟ ନାମ ବଡ଼ ତଡ଼ଉ ବେଶ । ତଉ ଅର୍ଥ ସୁନା । ସୁତରାଂ ରାଜବେଶ ହେଉଛି ଏକ ବଡ଼ ଧରଣର ସୁନା ବେଶ । ରତୃଭଣ୍ଡାର ବା ଭଣ୍ଡାରକରଣ ସେବକ ହେଉଛନ୍ତି ତଡଉକରଣ । ରତ୍ନବେଦିୟ ତ୍ରିମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ ବର୍ଷ ତମାମ (ଅଣସର ସମୟକୁ ଛାଡ଼ି) କିଛି ନା କିଛି ଅଳଙ୍କାର ଲାଗି ହୋଇଥାଏ । ଶ୍ରୀଅଙ୍ଗରେ ସର୍ବଦା ତିନି ଦିଅଁଙ୍କର ସୁବର୍ଣ ଝୋବା କଣ୍ଠି (୨ ମୂର୍ତ୍ତି ଲେଖାଏ) ଥାଏ । ପ୍ରତ୍ୟେକ ଧୂପ ପୂଜାରେ ଗୋଟିଏ ଲେଖାଏଁ ସୁବର୍ଣ୍ଣ ପଦକ ଲାଗି ହୁଅନ୍ତି । ନୀଳାଦ୍ରିବିଜେଠାରୁ ଚିତାଲାଗି ଅମାବାସ୍ୟା ଯାଏ ଶ୍ରୀଗୁଣ୍ଡିଚା ବେଶ ହୁଅନ୍ତି । ଏହି ବେଶରେ ଲାଗି ହେଉଥିବା ରତ୍ନ ଅଳଙ୍କାରମାନ ହେଲା- ନଳୀ ଭୁଜ-୨, କୁଣ୍ଡଳ-୨, ମାଳି-୧, ତିଳକ-୧ଟି ଲେଖାଏଁ ଦୁଇଠାକୁରଙ୍କ ପାଇଁ ଏବଂ ମାଳି-୧, ତଡ଼କୀ-୨ ସୁଭଦ୍ରାଙ୍କ ପାଇଁ । ଆଉ କେତୋଟି ପର୍ବପର୍ବାଣି ଦିନରେ ଯଥା- ବାମନ ଜନ୍ମ, ରାଧାଦାମୋଦର ବେଶ ଚାଚେରୀ ବେଶରେ ଅଧିକ ଅଳଙ୍କାର ଲାଗି କରଯାଏ । କିନ୍ତୁ ରାଜବେଶରେ ସର୍ବାଧିକ ରତ୍ନ ଅଳଙ୍କାର ଲାଗି କଷ୍ଟଯାଏ । ସୁତରାଂ ସବୁ ରାଜବେଶ ସୁନାବେଶ, କିନ୍ତୁ ସବୁ ସୁନାବେଶ ରାଜବେଶ ନୁହେଁ ।

ଶ୍ରୀଜଗନ୍ନାଥ ୧୬୩