ପୃଷ୍ଠା:ShreeJagannath.pdf/୨୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୁଖ୍ୟ ମନ୍ଦିର ବା ବଡ଼ଦେଉଳରୁ ଚୂନଛଡ଼ା ଯିବାରୁ ମନ୍ଦିର ଗାତ୍ରରେ ନିପୁଣ ଚାରୁକଳା ଦୃଷ୍ଟିଗୋଚର ହେଲ। । ଉତ୍କଳୀୟ ଶିଳ୍ପୀ ପଥର ଦେହରେ ଏପରି ସୂକ୍ଷ୍ମ କାରୁକାର୍ଯ୍ୟ କରିପାରୁିଲେ । ବଡ଼ଦେଉଳରୁ ଚୂନ ପଲସ୍ତରା ବାହାର କରାଗଲାବେଳେ ମନ୍ଦିର ଢାଞ୍ଚାରେ କ୍ଷତ, ଫାଟ ଓ କେତେକ ସ୍ଥାନରେ ସ୍ଥାପତ୍ୟାଂଶ ନିବା ଦେଖାଗଲା । ଗୋଟିଏ ପରେ ଗୋଟିଏ ନୂତନ ଖୋଦିତ ପର ସେ ସ୍ଥାନରେ ପ୍ରତିସ୍ଥାପନ କରାଗଲା । ପର୍ଯ୍ୟାୟକ୍ରମେ ମରାମତି କାର୍ଯ୍ୟ କରାଯାଇିଲା ।

ତା.୧୪.୬.୧୯୯୦ରେ ବଡ଼ଦେଉଳର ଶିଖର ଦେଶରେ ଥିବା ଅମଳକ ବା ଅଁଳା ବେଢ଼ାରୁ ପ୍ରାୟ ଛଅ ଟନ୍‍ ଓଜନର ଏକ ପର ପଶ୍ଚିମପଟୁ ତଳେ ପଡ଼ିବା ଫଳରେ ମନ୍ଦିରର ସୁରକ୍ଷା ଓ ପ୍ରତ୍ନତତ୍ତ୍ୱ ସଂସ୍ଥାର କାର୍ଯ୍ୟ ପ୍ରତି ଜନସାଧାରଣଙ୍କ ମନରେ ଘୋର ଆଶଙ୍କା ଉପୁଜିିଲା । ପରବର୍ତ୍ତୀ ମାସ ଅର୍ଥାତ ଜୁଲାଇରେ ପୁରୀଠାରେ ନବମ ବିଶେଷଜ୍ଞ କମିଟିର ବୈଠକରେ ଏହି ବିଷୟ ବିସ୍ତୃତ ପର୍ଯ୍ୟାଲୋଚନା କରାଯାଇ ସର୍ବସମ୍ମତିକ୍ରମେ ସ୍ଥିର କରାଯାଇିଲା ଯେ, ଅଁଳା ବେଢ଼ାରୁ ପର ଖସିିବା ଶୂନ୍ୟସ୍ଥାନରେ ଅନୁରୂପ ଏକ ନୂତନ ପଥର ଖଞ୍ଜାଯିବ ।

ତଦନୁଯାୟୀ ଉତ୍କୃଷ୍ଟମାନର ବଉଳମାଳା (Khondalite) ପର ଅଣାଗଲା । ତାହାକୁଡ୍ରେସିଂ କରାଯାଇ ପୁରୁଣା ପର ମାପରେ ଖୋଦନ କରାଗଲା । ଭିତର ବେଢ଼ାର ଉତ୍ତର-ପଶ୍ଚିମ କୋଣରେ ଏକ ଶକ୍ତ ଭାଡ଼ି ବା ମଞ୍ଚ (scaffolding) ବଡ଼ ଦେଉଳର ଉଚ୍ଚତା ସମାନ ସ୍ଥାପନ କରାଗଲା । ଉଚ୍ଚ ଶକ୍ତିସଂପନ୍ନ ଉତ୍ତୋଳନ ଯନ୍ତ୍ର, ଲୌହ ଦଉଡ଼ି ସାହାଯ୍ୟରେ ଏହି ନୂତନ ପରକୁ ଉଠାଯାଇ ପ୍ରାୟ ୧୮୦ଫୁଟ ଉଚ୍ଚରେ ଥିବା "ଅଁଳା'ର ଶୂନ୍ୟସ୍ଥାନରେ ଖଞ୍ଜାଗଲା । ଫେବୃଆରି ମାସ ୧୯୯୧ ମସିହାରେ ଏହି ସାହସିକ କାର୍ଯ୍ୟ ପ୍ରତ୍ନତତ୍ତ୍ୱ ସଂସ୍ଥା କରିିଥିଲେ ।

ଇତି ମଧ୍ୟରେ ନବମ ବିଶେଷଜ୍ଞ କମିଟି ବୈଠକରେ ହୋଇିବା ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ବେଢ଼ାରେ ଥିବା ଦୁଇଟି ବଗିଚା ବା ଉପବନର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାଠାରୁ କାଢି ଅଣାଯାଇ ପୂର୍ବପରି ଶ୍ରୀମନ୍ଦିର ପ୍ରଶାସନ ଉପରେ ନ୍ୟସ୍ତ କରାଗଲା ।

୧୩ ଅଗଷ୍ଟ ୧୯୯୨ ମସିହାରେ ଶ୍ରୀମନ୍ଦିର ଗର୍ଭଗୃହର ଦକ୍ଷିଣ-ପଶ୍ଚିମ କୋଣରୁ ପ୍ରାୟ ଏକ ଟନ୍‍ ଓଜନର ଦୁଇଖଣ୍ଡ ପ୍ରଳମ୍ବିତ ପଥର (corbelled stone) ଖସି ପଡ଼ିଲା । ସେଦିନ ଥିଲା ଶ୍ରୀବଳଭଦ୍ରଙ୍କ ଜନ୍ମ ତିିଥି । ଓଜନ ସମ୍ଭାଳି ରଖିବାପାଇଁ କାନ୍ଥରୁ ବାହାରି ରହିିବା ପଥରକୁ କୋର୍‌ବେଲ୍ ଅର୍ଥାତ୍‍ ପ୍ରଳମ୍ବିତ ବା ପ୍ରକ୍ଷେପିତ ପଥର କୁହାଯାଏ । ପରେ ବିଶେଷଜ୍ଞମାନେ ଯାଞ୍ଚ୍‍ କଲାରୁ ଜଣାଗଲା ଯେ ପ୍ରାୟ ଦଶଖଣ୍ଡ କୋରବେଲ୍‍ ପଥର ବିଭିନ୍ନ ସମୟରେ ଲୌହ ଚାପୁଆଣି ପ୍ରସାରଣ ଓ ଫାଟ ଯୋଗୁଁ ଖସି ପଡ଼ିଅଛି । ଶ୍ରୀମନ୍ଦିରର ଦୃଢ଼ତା ବା ସ୍ଥାୟିତ୍ୱ ଓ ଅନ୍ୟାନ୍ୟ ସମସ୍ୟା ସଂପର୍କରେ ଯାଞ୍ଚ କରି ପରାମର୍ଶ ଦେବାକୁ ଭାରତର ବିଭିନ୍ନ ପ୍ରାନ୍ତରୁ ବିଶେଷଜ୍ଞମାନଙ୍କୁ ପୁରୀ ଆସିବାପାଇଁ ଆମନ୍ତ୍ରଣ କରାଗଲା । ଏକ ଉଚ୍ଚସ୍ତରୀୟ ସମନ୍ୱୟ କମିଟି ଗଢ଼ାଗଲା । ଏହି କମିଟିରେ ଓଡ଼ିଶାର ନିର୍ମାଣ ବିଭାଗର ଶାସନ ସଚିବ, ପୁରୀ ଜିଲ୍ଲାପାଳ, ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ, ନିର୍ଦ୍ଦେଶକ ସଂରକ୍ଷଣ ଓ ନିର୍ଦ୍ଦେଶକ ବିଜ୍ଞାନ ସଭ୍ୟ ରହିଲେ । ଏସ୍‍.ଇ.ଆର୍.ସି.

ଶ୍ରୀଜଗନ୍ନାଥ * ୨୬୯