ପୃଷ୍ଠା:ShreeJagannath.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଟେଲବାର୍କର କୁଦ ମନ୍ଦିରରୁ ହଜାର ହଜାର ସଂଖ୍ୟାରେ ଆଖି କଣ୍ଢେଇ ସବୁ ମିଳିଛି । ମନ୍ଦିରକୁ କଣ୍ଢେଇ ଦାନ କଲେ ଶୁଭ ହେବ ମନେକରି ଭକ୍ତମାନେ ଆଖିକଣ୍ଢେଇ ଦାନ କରୁଥିଲେ । କଣ୍ଢେଇଗୁଡ଼ିକ ଧଳା ଆ ଷ୍ଟର ବା ମାଟିନିର୍ମିତ । ଖ୍ରୀ:ପୂ: ଚତୁର୍ଥ ସହସ୍ରାବ୍ଦୀରେ ନିର୍ମିତ ଦୁଇରୁ ଏଗାର ସେଣ୍ଟି ମିଟର ଉଚ୍ଚତାର ଏପରି ପ୍ରାୟ କୋଡ଼ିଏ ହଜାର କଇ ମିଳିଛି (୫୩) । ଆଖିକଣ୍ଢେଇର ଚିତ୍ର ନିମ୍ନରେ ଦର୍ଶାଗଲା ।

ଆଖି ମନ୍ଦିରର ‘ଆଖି ଦେବତା’ଙ୍କ ଚିତ୍ର ଶ୍ରୀଜଗନ୍ନାଥଙ୍କ ‘ଚକାଡ଼ୋଳା’ ସହିତ ମେଳ ଖାଉଛି । କିନ୍ତୁ ‘ଆଖି କଣ୍ଢେଇ’ର ଆଖି ଗୋଲାକୃତି ନୁହେଁ ।

ପ୍ରାଚୀନ ଇଜିପ୍ଟେଷ୍ଟ ମିଶରର ପ୍ରାକୁ ରାଜବଂଶ କାଳର ସୂର୍ଯ୍ୟଦେବତାଙ୍କ ନାମ ଅଟମା (Atum), ଯା’ର ଅର୍ଥ ସ୍ବୟଂସମ୍ପୂର୍ଣ୍ଣ ସତ୍ତା ବା ସ୍ୱୟଂଭୂ । ତାଙ୍କର ମାତ୍ର ଗୋଟିଏ ଆଖି । ଏହି ଆଖିର ନାମ ଓଟ୍ (Udjat),ଯାହାର ମହିମା ଅପାର । ଏହା ରାଜଶକ୍ତିର ରକ୍ଷକ ଓ ପ୍ରତୀକ । ଏହି ଆଖିକୁ ଅଟମ୍ ନିଜ ଲଲାଟରେ ସ୍ଥାନ ଦେଇଥିଲେ (୫୪) |

ଅନିଷ୍ଟକାରୀ ଶକ୍ତି, ଭୂତପ୍ରେତଙ୍କ ଠାରୁ ରକ୍ଷା ପାଇବାକୁ ମିଶରରେ ବିଭିନ୍ନ ଦେବଦେବୀଙ୍କ କବଚ ଥିଲା । ସବୁଠାରୁ ଅଧିକ ପ୍ରଚଳିତ ଥିଲା ଓଡ଼ଜାଟ ଆଖି । ଏ ଆଖିଟି ଅଟମ୍ ବା ହୋରସ । ଦେବତାଙ୍କର ।


୫୩. ପ୍ରାଚୀନ ସଭ୍ୟତାର କାହାଣୀ (ମେସୋପଟାମିଆ) - ଶରତ କୁମାର ମହାନ୍ତି, ମିତ ବୃକ୍ସ, କଟକ,

। ନଭେମ୍ବର, ୨୦୦୪ ୫୪. ପ୍ରାଚୀନ ସଭ୍ୟତାର କାହାଣୀ (ମିଶର)- ଶରତ କୁମାର ମହାନ୍ତି

ଶ୍ରୀଜଗନ୍ନାଥ * ୪୯