ପୃଷ୍ଠା:ShreeJagannath.pdf/୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରନ୍ତି । ଗହଣ ବିଜେ ସମୟରେ ଶ୍ରୀମନ୍ଦିର ପୂର୍ଣ୍ଣ ଶୋଧ ହେଲେ କେବଳ ଏ ସେବକ ରାଣୀଙ୍କ ସହିତ ରହି ଦର୍ଶନ କରାନ୍ତି ।

ପ୍ରତ୍ୟେକ ଜନ୍ମ ବିଧିରେ ରାଜ ପ୍ରତିନିଧି ହିସାବରେ ବ୍ରହ୍ମା ଆଚାର୍ଯ୍ୟ ବରଣ କରନ୍ତି । ଚନ୍ଦନ ଯାତ୍ରାର ହଳଦୀପାଣି ଦିନ ଓ ଜଳକ୍ରୀଡ଼ା ଦିନମାନଙ୍କରେ ଫଗୁ ପିଚକାରୀ କରନ୍ତି । ଷଷ୍ଠି-ମାର୍କଣ୍ଡ ପୂଜାରେ ପୂଜାପଣ୍ଡା, ପତି-ମହାପାତ୍ରଙ୍କ ସହିତ ବରଣ ହୁଅନ୍ତି ।

ବ୍ରତ ପରେ ମହାନାୟକ ଶାଢ଼ି ବନ୍ଧା ସେବା କରନ୍ତି । ଏହାଙ୍କର ପୁଷ୍ପାଳକ ସେବା ଅଛି । ବାରବର୍ଷ ବୟସ ହେବାଯାଏଁ ଏ ମୃଦୁହସ୍ତ ସେବା କରି ପାରିବେ ବୋଲି ସ୍ୱତ୍ତ୍ୱଲିପିରେ ଉଲ୍ଲେଖ ଅଛି । ଏହି ସେବାରେ ସେ 'ଘେରଟୋପି' ପରିଧାନ କରନ୍ତି । ଏହି ସେବା ବଂଶାନୁକ୍ରମିକ ।

୭. ଦେଉଳ ପୁରୋହିତ

ଦେଉଳ ପୁରୋହିତ ବର୍ତ୍ତମାନ ମୁଖ୍ୟତଃ ନିମ୍ନଲିଖିତ କାର୍ଯ୍ୟ କରୁଛନ୍ତି: କ) ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ ଅନୁକ୍ରଳ ।
ଖ) ଗୁଣ୍ଡିଚା ଯାତ୍ରା ଦିନ ରଥମାନଙ୍କର ପ୍ରତିଷ୍ଠା ।
ଗ) ପୁଷ୍ୟାଭିଷେକପାଇଁ ଅଙ୍କୁରାରୋପଣ, ଜଳ ଅଧିବାସ ଅଭିଷେକ, ଖଇ କୋରା ଭୋଗ | ଓ ଛାମୁରେ ଦର୍ପଣାଧିବାସ ।
ଘ) ପୌଷପୂର୍ଣିମା ଦିନ ସକାଳ ଧୂପ ବସିଥିବା ସମୟରେ ପଢ଼ିଆରୀ ନିଯୋଗ ଗୃହ ସାମନାରେ ହୋମ ।
ଙ) ବାମନ ଜନ୍ମ ପୂର୍ବଦିନ ପବିତ୍ରାଧିବାସ ।
ଚ) ଭାଦ୍ରବ ଶୁକ୍ଳ ଏକାଦଶୀ (ପାର୍ଶ୍ୱପରିବର୍ତ୍ତନ ଦିନ ଅନନ୍ତ ବାସୁଦେବ ମନ୍ଦିରରେ ହୋମ ।
ଛ) ଆଶ୍ବିନ ଷୋଳପୂଜାରେ ବିମଳାଙ୍କ ପୀଠରେ ପ୍ରଚାରକ କର୍ମ ।
ଜ) ନବକଳେବର ବନଯାଗରେ ଯୋଗଦାନ ।
ଏମାନେ ଶ୍ରୋତ୍ରିୟ ବ୍ରାହ୍ମଣ । ଶାଢ଼ି ବନ୍ଧା ବ୍ୟବସ୍ଥା ନାହିଁ । ସେବା ବଂଶାନୁକ୍ରମିକ ।
୮. ପୂଜାପଣ୍ଡା
ଏମାନେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ, ସକାଳ ଧୂପ, ଟେରା ଫିଟିଲେ ବିଡ଼ିଆ ମଣୋହି ଓ ଆଳତି, ଭୋଗମଣ୍ଡପ ଧୂପ, ମଧ୍ୟାହ୍ନ ଧୂପ, ସଂଧ୍ୟାଧୂପ, ଆଳତି, ଜୟମଙ୍ଗଳ ଆଳତି, ବଡ଼ସିଂହାର ଧୂପ, ଜଗମୋହନରେ ଯଜମାନଙ୍କ ଭୋଗ, ସର୍ଷା ମଣୋହି ଉପଚାର, ଅଧିକ ଭୋଗ, ଭିତର ବାହାର ପନ୍ତି ଭୋଗ, ପର୍ବଯାତ୍ରା ଭୋଗ କରନ୍ତି । ପର୍ବ ପର୍ବାଣିରେ ମହାପ୍ରଭୁଙ୍କ ବାଡ଼ରେ ମଙ୍ଗଳାରୋପଣ, ବଡ଼ଠାକୁରଙ୍କ ବାଡ଼ରେ ବନ୍ଦାପନା, ମହାପ୍ରଭୁଙ୍କ ବାଡ଼ରେ ସର୍ବାଙ୍ଗ କରନ୍ତି । ଚନ୍ଦନଯାତ୍ରା କାଳରେ (୪୨ ଦିନ) ଆଲଟ ଲାଗି କରନ୍ତି । ଜନ୍ମବିଧି ଦିନରେ ଆଚାର୍ଯ୍ୟ ବରଣ ହୋଇ କାର୍ଯ୍ୟ କରନ୍ତି । ଅଧିବାସ ସମୟରେ ସଂସ୍କାର କରନ୍ତି । ନେତ୍ରୋତ୍ସବରେ ନୀତି, ମୁଦିରସ୍ତଙ୍କ ଅନୁପସ୍ଥିତିରେ ପ୍ରସାଦଲାଗି, ଋଷି ପଞ୍ଚମୀ, ଅନନ୍ତବ୍ରତ,

ଶ୍ରୀଜଗନ୍ନାଥ । ୬୩