ପୃଷ୍ଠା:ShreeJagannath.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିନାୟକ ବ୍ରତ ଆଦିରେ ବ୍ରତ କଥା କହନ୍ତି । ବେଢ଼ା ବୁଲା କାର୍ଯ୍ୟ କରନ୍ତି । ଦୀପାବଳୀରେ ଦୀପଦାନ, ମହାଦୀପ ସଂସ୍କାର, ଦୈନିକ ବାହାର ଦେଉଳି ଭୋଗ, ଦକ୍ଷିଣୀଘର ଭୋଗ, ଲକ୍ଷ୍ମୀଙ୍କ ଭୋଗ, ଦୋଳ ଚତୁର୍ଦ୍ଦଶୀରେ ମେଣ୍ଡାପୋଡ଼ି ହୋମ, ବାମନ ଜନ୍ମ, ଇନ୍ଦ୍ରଧ୍ବଜପୂଜା, ହୋମ, ଅନଙ୍ଗ ତ୍ରୟୋଦଶୀରେ ହୋମ, ରଥରେ, ଚନ୍ଦନ ଘରେ, ଦୋଳ ବେଦୀରେ ଓ ଗୁଣ୍ଡିଚା ଘରେ ଭୋଗ କରନ୍ତି । ପହଣ୍ଡି ବେଳେ ଡ଼ୋର ଧରନ୍ତି । ସଂକ୍ରାନ୍ତି ଓ ପ୍ରତିଦିନ ରଥରେ ବଳିପୂଜା କରନ୍ତି ।

ଏମାନେ ଶାଢ଼ିବନ୍ଧା ବ୍ରାହ୍ମଣ ସେବକ । ସେବା ବଂଶାନୁକ୍ରମିକ ।
୯. ବଡ଼ପଣ୍ଡା
ଏମାନେ ପୂଜାବସିବା ବେଳେ, ତିନିଧୂପ ବେଳେ, ଅଣସର ପିଣ୍ଡିରେ ଚାମର ସେବା କରନ୍ତି । ରାଜେନ୍ଦ୍ରାଭିଷେକରେ ବଚନିକା, ରୁକ୍ମିଣୀ ହରଣ ନୀତିରେ ଚିଟାଉପାଠ ଓ ପୂଜାପଣ୍ଡା ସେବା କରନ୍ତି । ଏମାନେ ମହାନାୟକ ଶାଢ଼ିବନ୍ଧା ସେବକ ।
୧୦. ପୁଷ୍ଠାଳକ
ମଙ୍ଗଳ ଆଳତିରେ ବଳଭଦ୍ର ଓ ସୁଭଦ୍ରାଙ୍କ ବାଡ଼ରେ ଆଳତି, ଅଳଙ୍କାର ମଣତି, ମାଳଫୁଲ ମଇଲମ, ଅବକାଶ ପୂଜା ଓ ମଇଲମ, ବେଶ, ସାହାଣମେଲା ବେଳେ ତିନିବାଡ଼ରେ ରହିବା, ତା'ପରେ ଖୁଣ୍ଟିଆ ଓ ମେଳାପ ସେବକଙ୍କୁ ଶ୍ରୀଅଙ୍ଗ ମଣାଇ ଦେଇ ଆସିବା, ସକାଳ ଧୂପ ଶେଷରେ, ପର୍ବାଣିଦିନମାନଙ୍କରେ ଭୋଗମଣ୍ଡପ ଧୂପ ଶେଷରେ, ମଧ୍ୟାହ୍ନ ପହୁଡ଼ ପରେ ତଳିଚ୍ଛଙ୍କ ସହିତ ସଂଧ୍ୟା ଆଳତି, ମଇଲମ ବେଶ, ଏକାଦଶୀ ଦିନ କେବଳ ଶାଢ଼ିଲାଗି କରି ଆଳତି କରିବା, ସର୍ବାଙ୍ଗ ବେଶ, ସଂଧ୍ୟାଧୂପ ପରେ ମଇଲମ ଓ ତିନିବାଡ଼ରେ ଚନ୍ଦନଲାଗି, ବଡ଼ସିଂହାର ବେଶ, କର୍ପୂରଲାଗି ବେଶ, ଶୟନକୃରଙ୍କ ବିଜେ, ପହୁଡ଼ ଆଳତି, ପଇଡ଼, ବିଡ଼ିଆ, ମଣୋହି ଓ ଆଳତି, ପୁଣି ରତ୍ନ ପଲଙ୍କରେ ଶୟନ କରାଇ ଚନ୍ଦନ ଓ ମାଳ ମଇଲମ ଓ ଭଣ୍ଡାର ଘରକୁ ଶୟନଠାକୁରଙ୍କୁ ବିଜେ, ବିମଳାଙ୍କୁ ମାଳ ଓ ଚନ୍ଦନ ଦେବା ଏମାନଙ୍କର କାର୍ଯ୍ୟ ।

ରଥ ଉପରେ ଓ ଶ୍ରୀଗୁଣ୍ଡିଚା ଘରେ ଅନୁରୂପ ସେବା କରନ୍ତି । ଅଣସର ବେଳେ ପଟି ଦିଅଁଙ୍କ ଅବକାଶ ଯାଏଁ ସେବା, ସଂଧ୍ୟାରେ ଆଳତି ଓ ଶୟନ ଯଏଁ ନୀତି, ଓଢ଼ଣ ଷଷ୍ଠିରୁ ଶ୍ରୀପଞ୍ଚମୀ ଯାଏ ବଡ଼ସିଂହାର ପରେ ତିନି ବାଡ଼ରେ ଟୋପର ଲାଗି, ପରେ ଶୟନଠାକୁରଙ୍କ ବିଜେ । ଚନ୍ଦନ ୪୨ ଦିନ, ଦିନ ଓ ରାତ୍ର ଆଲଟ କରିବା, ବନଭୋଜି ବେଶରେ ସର ଓ ଛକ ଆସିଲେ ଲାଗି, ବେଢ଼ାମାନଙ୍କରେ ବେଢ଼ କରିବା, ଠାକୁରମାନଙ୍କର ମାଳଚୂଳ, ଆଜ୍ଞାମାଳ ଲାଗି, ବିଭିନ୍ନ ବେଶକରନ୍ତି । ଶାଢ଼ିବନ୍ଧା ବାହୁଣ ସେବକ । ୧୮ ବର୍ଷ ବୟସ ପରେ ବିତ ହେଲା ପରେ ସେବା କରିପାରିବେ ।
୧୧. ମହାଜନ
ଏମାନେ ଦକ୍ଷିଣ ଘରରେ ଅବସ୍ଥିତ ସମସ୍ତ ଠାକୁରଙ୍କ ସେବା ଓ ବଲ୍ଲଭ ଭୋଗ କରନ୍ତି । ଏଠାରେ ଥିବା ସକଳ ବିଜେ ପ୍ରତିମାମାନଙ୍କୁ ଆବଶ୍ୟକ ବେଳେ ବିଜେ କରାନ୍ତି । ବିମାନବସ୍ତୁମାନେ

୬୪ । ଶ୍ରୀଜଗନ୍ନାଥ