ପୃଷ୍ଠା:ShreeJagannath.pdf/୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୩୩. ଦତ୍ତ ମହାପାତ୍ର

ପ୍ରତି ରବିବାର ଦିନ ଅବକାଶ ପୂର୍ବରୁ କନା ଓ କର୍ପୂର ଜଳରେ ତିନି ଠାକୁର ଓ ନୀଳମାଧବଙ୍କ ଶ୍ରୀମୁଖ ପୋଛନ୍ତି । ଗୁରୁବାର କିମ୍ବା ବୁଧବାରରେ ଅଧରପୋଛା ଓ ବନକଲାଗି, ଅଣସରରେ ଖଡ଼ି ଲାଗି, ତ୍ରୟୋଦଶୀରୁ ନେତ୍ରୋତ୍ସବ ଯାଏଁ ବନକ ଲାଗି, ନଅରକୁ ଖଡ଼ି ପ୍ରସାଦ ନେବା ଆଦି କାର୍ଯ୍ୟ କରନ୍ତି । ଶାଢ଼ିବନ୍ଧା ସେବା ନୁହେଁ । ସେବା ବଂଶାନୁକ୍ରମିକ ।

୩୪. ଲୁଗାଧୁଆ, ପାଣିକୁଣ୍ଡ ସେବା

ଦୈନିକ ମଙ୍ଗଳ ଆଳତି ପୂର୍ବରୁ ଏ ପାଣିକୁଣ୍ଡ ସେବକ ବିମଳା ମନ୍ଦିର ସାମନା କୂପରୁ ପାଣିଆଣି ବଟ ଅବକାଶ ମନ୍ଦିର ପିଣ୍ଡାରେ ଥିବା କୁଣ୍ଡରେ ଭରନ୍ତି (ସେବାକୁ ଆସିବା ପାଳିଆ ସେବକ ଗୋଡ଼ ଧୋଇବାପାଇଁ) । କୁଣ୍ଡ ସବୁବେଳେ ପାଣିରେ ଭରି ରହିବ । ଏହା ଶାଢ଼ି ବନ୍ଧା ସେବା ନୁହେଁ । ବ୍ରାହ୍ମଣ ସେବକ । ଦୈନିକ ଅବକାଶ ଶେଷ ପରେ ଚାଙ୍ଗଡ଼ା ମେକାପ ମଇଲମ ହୋଇଥିବା ତଡ଼ପ ଉଷୁରିମାନ ଭଣ୍ଡାର ଦ୍ବାର ପାଖରେ ରଖିଲେ ଲୁଗାଧୁଆ ସେବକ ତାହା ଆଣି ବଟ ଅବକାଶ ଦେଉଳ ମଧ୍ୟରେ ଉକ୍ତ ଲୁଗା ଧୋଇ ଶୁଖାଇ ସେଦିନ ରାତିରେ ଭଣ୍ଡାର ଦ୍ୱାର ଚାଙ୍ଗଡ଼ାରେ ରଖି ଦେଇ ଆସନ୍ତି । ନୂତନ ସୂତାବୟ ଲାଗିହେବା ପୂର୍ବରୁ ଏ ସେବକ ସେ ସବୁ ଧୋଇ ଶୁଖାଇ ଦେବେ । ଓଢ଼ଣ ଷଷ୍ଠୀଠାରୁ ବସନ୍ତ ପଞ୍ଚମୀ ଯାଏଁ ଲାଗି ହେଉଥିବା ସୂତା ଫୁଟାମାନ ଧୋଇ ଶୁଖାଇ ଦିଅନ୍ତି । ଏ ବ୍ରାହ୍ମଣ ସେବକ, ଶାଢିବନ୍ଧା ସେବା ନୁହେଁ ।

୩୫. ବଲ୍ଲଭ ଯୋଗାଣିଆ

ଗୋପାଳବଲ୍ଲଭ ସାମଗ୍ରୀ ଯୋଗାଉଥିବା ସେବକ । ରୋଷ ହୋମ ପରେ ଧୁକୁଡ଼ି ଦ୍ବାରରେ ସୁଧ ସୁଆର ମାତ୍ ଏ ଭୋଗ ସାମଗ୍ରୀ ଦିଅନ୍ତି । ଏହା ପରେ ଅନ୍ୟ ମନ୍ଦିରର ପାର୍ଶ୍ୱଦେବତାଙ୍କ ପାଇଁ ଯେଉଁ ବଲ୍ଲଭ ଖଞ୍ଜା ଅଛି, ସେଠାରେ ବଲ୍ଲଭ ପହଞ୍ଚିଛି । ଅଣସର ସମୟରେ ଜୟ ବିଜୟ ଦ୍ବାରଠାରେ ଯୋଗାନ୍ତି । ରଥ ଉପରକୁ ଗୁଣ୍ଡିଚା ଘରକୁ ପ୍ରଧାନୀ ସହ ବଲ୍ଲଭ ନିଅନ୍ତି । ଏମାନେ ଅଶାଢ଼ିବନ୍ଧା, ବ୍ରାହ୍ମଣ ସେବକ ।

୩୬. ବିମାନ ବଡ଼ୁ ପ୍ରତ୍ୟେକ ବିଜେ ପ୍ରତିମାମାନଙ୍କର ବାହାର ଓ ଭିତର ବିଜେରେ ବିମାନ, ପାଲିଙ୍କି, ରଥ ଓ ଚଉଦଳ ଏମାନେ କାଠେଇ କରି ବିଜେ କରାଇବେ । ବ୍ରାହ୍ମଣ ସେବକ, ଶାଢ଼ିବନ୍ଧା ନୁହନ୍ତି ।

୩୭. ଅଣସର ସୁଧ ସୁଆର ଓ ସୁଧ ସୁଆର

(କ) ଅଣସର ସୁଧ ସୁଆର: ସ୍ନାନପୂର୍ଣ୍ଣିମାଠାରୁ ଉଭା ଅମାବାସ୍ୟା ଯାଏ ତାଟି ଭିତରେ ଚକଟା ଭୋଗ ସାରି ଦଇତା ବାହାରି ଆସିବା ପରେ ଏ ସେବକ ପଣା ଭୋଗ ପାଇଁ ପୂଜା ମା’

ଶ୍ରୀଜଗନ୍ନାଥ ୭୩