ପୃଷ୍ଠା:Shri Sarala Stuti.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନ‌ହୁଅ ବାମ ଗୋ । ଟାକିଛି ହେବ ଦୟା ତୁମ୍ଭ କୃପାରୁ ମାତ ଟେକି ଶରଣ ଯିବି ଦୀନ‌ଜନରୁ ଗୋ ॥ ଠିକେ ନାମକୁ ଯେହୁ ମୁଖେ ବୋଲିବେ । ମାତ ଠୂଳ ବିପତ୍ତିରୁ ସେ ତରିଣ ଯିବେ ଗୋ । ଡାକିନୀ ଶାକିନୀ ଯେ ଚଣ୍ଡୀ ଭବାନୀ । ମାତ ଡର ହୃଦରୁ ଫେଡ଼ ସିଂହବାହିନୀ ଗୋ । ଢଳିଯିବ ବିପତ୍ତି ସଙ୍ଗେ ବୋଇଲେ । ମାତ ଢଳହଳ ନୟନୀ ହସି ଚାହିଁଲେ ଗୋ ॥ ଅଶେଷ ବ୍ରହ୍ମାଣ୍ଡରେ ବାନା ତୁମ୍ଭର । ମାତ ଅଭାଗ୍ୟଜନେ କିମ୍ପା ନିରାଶ କର ଗୋ । ତିଳେହେଁ ନ ଶୁଣ ଯେ ମୁଁ ଡାକୁ ଥିଲେ । ମାତ ତୁରିତେ କଷ୍ଟ ଫେଡ଼ୁ ମୁଖେ ବୋଇଲେ ଗୋ ॥ ଥୟ କରିଣ ବୁଝ ମୋର ବେଦନା । ମାତ ଥରେ ମୋ ବିଷୟରେ କର ଭାବନା ଗୋ ॥ ଦରିଦ୍ର ଦୁଃଖି ବୋଲି ନ କର ଦୂର । ମାତ ତ୍ରିଭୁବନ ମଧ୍ୟେ ବାନା ତୁମ୍ଭର ଗୋ । ଧ୍ରୁବ ତରିବା ଆଉ କ୍ଷୁଧାରେ ମଲି । ମାତ ଧରି ଅନ୍ନପୂର୍ଣ୍ଣାଙ୍କୁ ଦରିଦ୍ର ହେଲି ଗୋ । ନୋହିଲା କର୍ମେ ମୋର ସୁଫଳ ଦଶା । ମାତ ନିଷ୍ଫଳା କଳ୍ପବୃକ୍ଷେ କଲି ଭରସା ଗୋ ॥ ପିଣ୍ଡରୁ ପ୍ରାଣ ଛାଡ଼ି