ପୃଷ୍ଠା:Shri Sarala Stuti.pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଅଗ୍ନି ଜାଳିଲେ । ମାତ ପଛେ କି ହେବ ସଞ୍ଜୀବନୀ ପଢ଼ିଲେ ଗୋ ॥ ଫଳିବା ବୃକ୍ଷ ମୂଳୁ ଉପୁଡ଼ି ଗଲେ । ମାତ ଫଳ କି ହେବ ଶେଷେ ଜଳ ଢାଳିଲେ ଗୋ ॥ ବିଚାର କର କିନା ମନେ ଶାରଳା । ମାତ ବୁଡ଼ିଲା ଭବଜଳେ ସତେ ମୋ ଭେଳା ଗୋ ॥ ଭବତାରିଣୀ ଭେଳା କି ହେବ ଥାଇ । ମାତ ଭବସାଗରରେ ଭାସି ଗଲିଟି ମୁହିଁ ଗୋ ॥ ମାୟା ନ କରି କଷ୍ଟ ଫେଡ଼ ମୋହର । ମାତ ମୂର୍ଖ ପାଷାଣ୍ଡ ବୋଲି ନ କରି ଦୂର ଗୋ ॥ ଜାଣିଲି ଅଟ ତୁମ୍ଭେ ଜଗତେଶ୍ୱରୀ । ମାତ ଜାଣି ଚିତ୍ତ ସମର୍ପି ଦେଲି ତୁମ୍ଭରି ଗୋ ॥ ରୋଷ ନ କର ଫେଡ଼ ମୋର ଦୁର୍ଦ୍ଦଶା । ମାତ ରଖ ନ ରଖ ବାରେ ନିରାଶ ହେଲି ଗୋ ॥ ନମସ୍ତୁତି କରୁଛି ଚରଣ ତଳେ । ମାତ ଲେଶ ମାତ୍ରକ ରଖ ପଦକମଳେ ଗୋ । ବାରି ସୁତା ବୋଲି ଯେ ଜାଣିଲି ମୁହିଁ । ମାତ ବିଚାରି କର ଦେଉନାହୁଁ କିପାଇଁ ଗୋ ॥ ସୁହୃଦ ହୋଇ ଭୃତ୍ୟ-ମାନଙ୍କୁ ଚାହିଁ । ମାତ ମୋର ଆରତ ଫେଡ଼ ପ୍ରସନ୍ନ ହୋଇ ଗୋ ॥" ଶତେ ବାରଯେ ଏହା ପଢ଼ିବେ ।