ପୃଷ୍ଠା:Typical selections from Oriya literature.pdf/୨୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୫୫
ଓଡ଼ିଆ ସାହିତ୍ୟ-ପରିଚୟ

ହ୍ଳୀୟବୀଜ ଯେ ଶବ ଜାଣ । ଷଡ ଅକ୍ଷର ଏବେ ଶୁଣ ।
କୃ ଅକ୍ଷର ଗୋଟି ପୁରୁଷ । ଷ୍ଣ‌ଟି ଯେ ସ୍ତ୍ରୀରୀଙ୍କ ସଦୃଶ ।
ରାଅକ୍ଷର ସ୍ତ୍ରୀରୀ କ‌ହି । ମଅକ୍ଷର ପୁରୁଷ ବୋଲାଇ ।
ହଟି ଯେ ହୋଇଲା ଅଣ୍ତିର । ରେ ଅକ୍ଷର ଯେ ସ୍ତ୍ରୀରୀ ସାର ।
ସ୍ତ୍ରୀରୀ ପୁରୁଷ ତ‌ତ୍ତ୍ୱ ସାର । ଶୁଣ ଗୋ ତ୍ରିଗୁଣ ବିଚାର ।
କୃଷ୍ଣ‌ଟି ବୋଲି ସ‌ତ୍ତ୍ୱଗୁଣ । ରାମଟି ବୋଲି ରଜଗୁଣ ।
ହରେ ବେନି ଅକ୍ଷର କ‌ହି । ତମଗୁଣ‌ଟି ସେ ବୋଲାଇ ।
ଏମନ୍ତେ ତିନି ଗୁଣ ଜାଣ । କ‌ହିବା ତ୍ରୟଦେବା ଶୁଣ ।
ଏ ତିନି ମୂର୍ତ୍ତି ବୋଲି ପୁଣ । ଶୁଣ ପାର୍ବତି ! ଦେଇ ମନ ।
କ୍ଳୀୟ ଅକ୍ଷର ବିଷ୍ଣୁ କ‌ହି । ଶ୍ଳୀୟଟି ବ୍ରହ୍ମରୂପ ହୋଇ ।
ହ୍ଳୀୟଟି ଶବ ବୋଲି ପୁଣ । ଏ ତିନି ମୂର୍ତ୍ତି ବୋଲି ଜାଣ ।

ଗୁପ୍ତଭାଗବତ

BY JAGANNATH DAS
ଦ୍ୱିତୀୟ ଅଧ୍ୟାୟ

ରାଜୋବାଚ

ହେ ଶୁକ ହୁଅ ସାବଧାନ । କଥା ପରମ ତ‌ତ୍ତ୍ୱ ଜ୍ଞାନ ।
ଗୁପତ ଏହା ରଖିଥିଲ । ବେଲୁଁ ତା ମୋତେ ନ କ‌ହିଲ ।
ଗୁପତ ସଂଶୟ ଯେ ମାନ । କ‌ହିବା ମୋତେ ସାବଧାନ ।
ଚବିଶତିଥି ଏକାଦଶୀ । କ‌ହ ହେ ତୁଜ୍ଞାନ ବିଶେଷି ।
କଲେ କି କି ଧର୍ମ ହୁଅଇ । ନ କଲେ କି ଗତି ଲଭଇ ।
ଏଥି ସନ୍ଦେହ ମୋତେ କ‌ହ । ମନରୁ ଫିଟୁ ମୋ ସନ୍ଦେହ ।

ଶ୍ରୀଶୁକ ଉବାଚ

ଶୁକ କ‌ହେ ପରୀକ୍ଷ ଶୁକ । ଏ ଭାଗବତ ଗ୍ରନ୍ଥରେଣ ।
ମନ ନିବେଶି କୃଷ୍ଣପାଦେ । ତରିବୁ ଏ ଭବପ୍ରମାଦେ ।
ଏକାଦଶୀ-ନିର୍ଣ୍ଣୟ ଶୁଣ । କ‌ହିବି ଯଥାର୍ଥ ଭାବେଣ ।
ଫାଲ୍‌ଗୁନ ମାସ ଏକାଦଶୀ । ଯେ କରେ ତା ପାତକ ନାଶି ।
ତାହାର ଜନ୍ମ ମୃତ୍ୟୁ ନାହିଁ । ସେଟି ସାକ୍ଷାତେ ହରିଦେହୀ ।
ଚୈତ୍ରରେ ସେ ହରିବାସର । କରଇ ଯେହୁ ଶୁଚିନର ।
ସେ ମଧୁମାସଟି ବୋଲାଇ । ମଧୁ ସମୁଦ୍ରକୁ ଲଭଇ ।
ବୈଶାଖ ଏକାଦଶୀ ଦିନ । ତା ପୁଣ୍ୟ ନ ଯାଇ କଳନ ।