ପୃଷ୍ଠା:Typical selections from Oriya literature.pdf/୨୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୫୮
ଓଡ଼ିଆ ସାହିତ୍ୟ-ପରିଚୟ

ଶୁଣିଣ ବୁଧଜନେ ନ ଧର ଆନ ମନ ।
ନୁହେ ପଣ୍ତିତ ମୁଁ ଯେ ସ୍ୱଭାବେ ମୂର୍ଖଜନ ।
ଏକଲୟ କରି ଯେ ଶୁଣ ହେ ସାବଧାନ ।
ଫୁଟିବ ଦୁଷ୍କୃତ ପାତକ ହେବ ଦ‌ହ‌ନ ।
କୁମ୍ଭ‌ଋଷି-ନନ୍ଦନ ଅଗସ୍ତି ମହା ଋଷି ।
ମହାବ୍ରହ୍ମ ଦେବ ସେ ଅମୃତ ରସ ଭାଷି ।
ବୈବସ୍ୱତ ମନୁ ଅଗସ୍ତିଙ୍କି ପୁଛା କଲା ।
କ‌ହ ମହାପଣ୍ତିତ ଅମୃତ ରସଲୀଳା ।
ଶ୍ରୀ ମହାଭାରତ ନାମ ହୋଇଲା କେମନ୍ତେ ।
ଏହା ତଦନ୍ତ କରିଣ କ‌ହି ଦେବା ମୋତେ ।
ଶୁଣ ବୈବସ୍ୱତ ମନୁ ଆଗ‌ହୁଁ ଚରିତ ।
ଦେବତାମାନେ ଥାଇଁ ବୁଝିଲେ ସର୍ବ ଗ୍ରନ୍ଥ ।
ତୁଳଦଣ୍ତ କଲେ ଦ୍ୱାଦଶ ଯୋଜନ କାଠି ।
ତିନିଶତ କରି କଲେକ ବେନି ଚକୁଟି ।
ବିଷ୍ଣୁ ବ୍ରହ୍ମା ପୁରାଣକୁ ଆଦି କୋଟି କୋଟି ।
ସବୁ ପୁରାଣ ଦେଲେ ତୁଳ ଦଣ୍ତର କାଠୀ ।
ଅଷ୍ଟାଦଶ ପୁରାଣ ପଞ୍ଚାଶ ଦଶ ଲକ୍ଷ ।
ରାମାୟଣ ଗ୍ରନ୍ଥ ଚଣ୍ତି ଯୁଦ୍ଧାଦି ପ୍ରତ୍ୟକ୍ଷ ।
ବିଷ୍ଣୁ ପୁରାଣ ମାର୍କଣ୍ତ ପୁରାଣ ସମେତେ ।
ଶିବପୁରାଣ ମତ୍ସ୍ୟ ନାରଦ ଯେ ଉକତେ ।
ଏ ଚାରି ପୁରାଣ ଆଦି ସମସ୍ତ ପୁରାଣ ।
ଏମାନ ବସାଇ ତୁଳ-ଦଣ୍ତ ବାଡ଼କେଣ ।
ଆର ବାଡ଼େ ଅଷ୍ଟାଦଶ ପର୍ବକୁ ଥୋଇଲେ ।
ସମସ୍ତ ଗ୍ରନ୍ଥରୁ ମହାଭାରା ଏ ହୋଇଲେ ।
ଭାରତଗ୍ରନ୍ଥ ଯ‌ହୁଁ ହୋଇଲା ମହାଭାରା ।
ତେଣୁ ମହାଭାରତ ନାମ ଦେଲେ ଅଙ୍ଗିରା ।
ତେଣୁକରି ହୋଇଲା ଯ‌ହୁଁ ମହାଭାରା ସମ ।
ବୈବସ୍ୱତମ‌ନୁ ପାଦେ ହୋଇଲେ ପ୍ରଳମ୍ବ ।
ତପ ପ୍ରସନ୍ନେ ଅର୍ଜିଲି ଅନେକ ସମ୍ପଦ ।
ହସ୍ତେ ଅର୍ଘ୍ୟ ଘେନି ପଖାଳିଲେ ପାଦବେନି ।
ମୋକ୍ଷକୁ କାରଣ ମୋତେ କର ମହାମୁନି ।
ବସନ ମାଳା ଗନ୍ଧପୁଷ୍ପ ଆଉ ଚନ୍ଦନ ।
ଧୂପ ଦୀପ ଉପ‌ହାର ନାନା ଦ୍ରବ୍ୟମାନ ।