ପୃଷ୍ଠା:Typical selections from Oriya literature.pdf/୨୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ମହାଭାରତ

BY SARALA DAS
ଗ୍ରନ୍ଥାରମ୍ଭ

(1)

ଜମ୍ବୁଦ୍ୱୀପ-ଭ୍ରତଖଣ୍ତେ ଉଡ୍ରାଷ୍ଟ୍ର-ମଣ୍ତଳେ ।
ଉତ୍ତରେଣ ଲିଙ୍ଗ ଯେ ଭୂରାଜ-ନ‌ଦୀକୂଳେ ।
ଜୟ ନୀଳ-ଭବନ ଦକ୍ଷିଣ ବାରାଣସୀ ।
କୁଶସ୍ଥଳି ଦ୍ୱାରକା ଯେ କ୍ଷେତ୍ର ପୂର୍ଣ୍ଣବାସୀ ।
ଯମେଶ୍ୱର ଲିଙ୍ଗ ତ‌ହିଁ ମହୋଦ‌ଧି-ତଟେ ।
ନୀଳ ସୁନ୍ଦର ପର୍ବତ ଶ୍ରୀକଳପବଟେ ।
ବିଜୟେ ରାମ କୃଷ୍ଣ ସୁଭଦ୍ରା ମହାବ୍ରହ୍ମ ।
ଚାରିଲକ୍ଷ ବତିଶ ଶକାବ୍ଦ ମହାତମ ।
କଳିକାଳ-ଧ୍ୱଂସନ‌କୁ ଭୋଗ‌ଗୋଟି ପୂଜା ।
ପ୍ରଣମିତେ ଖଣ୍ତଇ କପିଳେଶ୍ୱର ରାଜା ।
ନୀଳ ସୁନ୍ଦର ଗିରି ଉତ୍ତରଦିଗ କୋଣେ ।
ସାରସ୍ୱତ ଭୂମି ଭ୍ରତଖଣ୍ତ ଅଇଶାନେ ।
ଚନ୍ଦ୍ରଭାଗା ବୋଲିକରି ନ‌ଦୀ ଏକଗୋଟି ।
ବୃଦ୍ଧ ମାତଙ୍ଗ ପାରୁଶେ ମହୋଦ‌ଧି ଭେଟି ।
ସେ ନ‌ଦୀ ତୀରରେ ପର୍ଶୁରାମ ଘାଟ ହୋଇ ।
କନ‌କାବତୀ ନାମେ ପାଟଣା ପ୍ରକାଶଇ ।
ତା ଉତ୍ତରେ ଅନୁଜ ଶରଳ ବୋଲି ଗ୍ରାମେ ।
ବିନୟେ ମାହେଶ୍ୱରୀ ଶାରଳା ଚଣ୍ତୀନାମେ ।
ମହା ଯୋଗେଶ୍ୱରୀ ସେ ପରମ ବଇଷ୍ଣବୀ ।
ପ୍ରତ୍ୟକ୍ଷ ବରଦ୍ୟନ୍ତି ସେ ପରମା ସାଧବୀ ।
ବାକ୍ୟ ସାତୁକ୍ୟ ଅଟେ ସେ ଦେବୀ ମହାମାଈ ।
ପାଷାଣ ରୂପ ତା ଭାଷା ପାଷାଣ ଫୁଟଇ ।
ସର୍ବମଙ୍ଗଳା ରୂପୀ ମାତା ଯେ ମତ୍ତଭୋଳା ।
ଗ୍ରନ୍ଥାର୍ଥ ଶୁ‌ଣଇ ସେ ରହସ୍ୟ-କୁତୁହଳା ।
ଶାରଳା ଚଣ୍ତୀ ନାମ ଅଟଇ ସେହି ଦେବୀ ।
ତାହାର ଦାସ ମୁଁ ଯେ ଶାରଳା ଦାସ କବି ।
ପ୍ରସନ୍ନେ ଆଜ୍ଞା ମୋତେ ଦେଲେ ସେ ଶାକମ୍ଭରୀ ।
ଲଭ ତୁ ଯଶ ମହାଭାରତ ଗ୍ରନ୍ଥ କରି ।