ପୃଷ୍ଠା:Typical selections from Oriya literature.pdf/୩୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୧୪
ଓଡ଼ିଆ ସାହିତ୍ୟ-ପରିଚୟ

ସେହି ଲୋକ ନ ପାଏଟି ଦୁଃଖ ।
ଜାଣ ହେ ଯୁଧିଷ୍ଠିର ନରଙ୍କର ଶିଖ ।
ବିଦୁରଙ୍କଠାରୁ ଏ ସଙ୍କେତ ଶୁଣି ।
ଜାଣିଲି ବୋଲି ଯୁଧିଷ୍ଠିର ତାଙ୍କୁ ଭଣି ।
ଯାଉଛି ବୋଲି ତାଙ୍କୁ ଅନୁଜ୍ଞା ମାଗିଲେ ।
ବିଦୁର ତାଙ୍କଠାରୁ ମେଲାଣି ହୋଇଲେ ।
ନିଜପୁରେ ଯାଇ ହୋଇଲେ ପ୍ରବେଶ ।
ପାଣ୍ତବଙ୍କଠାରେ ରଖାଇ ମାନସ ।