ପୃଷ୍ଠା:Typical selections from Oriya literature.pdf/୩୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୪୯
ଓଡ଼ିଆ ସାହିତ୍ୟ-ପରିଚୟ

ଏମନ୍ତ କ‌ହିଲା ଯ‌ହୁଁ ପୂର୍ଣ୍ଣ-ଚନ୍ଦ୍ରାନନୀ ।
ତ‌ହିଁକି ଉତ୍ତର ଦେଲା ଅଶୋକ କାମିନୀ ।
ମୁଁ ଜାଣଇଁ ପୋତକାର ପ୍ରାୟ ସଖି ହେଲା ।
ଆଶା କରି ଥିଲୁଁ ଧନ‌କ୍ରମେ ବୁଡ଼ିଗଲା ।
ଗୋପିଙ୍କ ବିକଳ ଶୁଣି ବିଚାରେ ଉଦ୍ଧବ ।
ଧନ୍ୟ ଏ ଗଭୀରନାରୀ ମହିଁମା ଦୁର୍ଲ୍ଲଭ ।
ଭାବେ କିଣିଛନ୍ତି ଦୀନବାନ୍ଧବ କୃଷ୍ଣଙ୍କୁ ।
ନ ଜାଣି କି ହରି ପେଶିଛନ୍ତି ବୋଧିବାକୁ ।
ଏତେ ଭାଳି ବୋଲନ୍ତି ଶୁଣ ଗୋ ବ୍ରଜବାଳୀ ।
ବିଅର୍ଥେ କିପାଁଇ ନିନ୍ଦା କର ବନମାଳୀ ।
ପତିତପାବନବାନା ଅଟଇ ଯାହାର ।
ସର୍ବଅଙ୍ଗେ ଥାଇ ଏକା ନୁହଇ କାହାର ।
ଏକମନ ହୋଇ ଶୁଣ କ‌ହଇ ବୃତ୍ତାନ୍ତ ।
ଯହିଁ ପାଇଁ ପେଶିଛନ୍ତି ମୋତେ ସେ ଅନନ୍ତ ।
ଶୁଣି ଗୋପସୀମ‌ନ୍ତିନୀ ପନ୍ତି ପନ୍ତି ହୋଇ ।
ବସିଲେ ପୁର ପ୍ରାଙ୍ଗଣେ ଉଦ୍ଧବଙ୍କୁ ଚାହିଁ ।
ଭଦ୍ରା ସରଣୀ କୁମୁଦ ମାନସ‌ହାରିଣୀ ।
ହୀରା ନୀଳା କମଳା ବିମଳା ସୁଲକ୍ଷଣୀ ।
କୃଷ୍ଣାକ୍ଷୀ ବିଷଘ୍ନିକା ଯେ ଅଶୋକମାଳିନୀ ।
ସମ୍ମୁଖେ ରହିଲେ ଏତେ ହାଟକବରିନୀ ।
ମେଧା ସୁମେଧା ଯେ ସୀତା ସରଳା ସ‌ହିତା ।
ଲବଙ୍ଗଲତିକା ଚମ୍ପା ମାଧବୀ ଶ୍ରୋଣିତା ।
ଦକ୍ଷିଣ ଆବୋରି ବସିଗଲେ ଏ ନାୟିକା ।
ରୂପ ଗୁଣେ ବଳିଆରକେଳିରେ ପତାକା ।
ପଦ୍ମା ମଞ୍ଜୁଳା କୁଶଳା ଆବର ରଙ୍ଗିଣୀ ।
ବିଳମ୍ଭିନୀ ଶମ୍ବିକା କୁଟୁମ୍ବୀ ନିତମ୍ବିନୀ ।
ଉତ୍ତରଦିଗେ ବିଜୟ ଯେ ନାରଦକେଶୀ ।
ରୂପରେ ମୋହିତ କରିପାରନ୍ତି ଏ କାଶୀ ।
ତାରକା ବକୁଳା ଜାତିମାଳା ଶତାବରୀ ।
ଏ ଚାରି ରହିଲେ ପଛ ପାରୁଶ ଆବୋରି ।
ମଧ୍ୟରେ ଗୋବିନ୍ଦ‌ଦୂତ କ‌ହ‌ନ୍ତି ବାରତ ।
ବୃନ୍ଦାଆଦି ଗୋପୀମାନେ ଶୁଣନ୍ତି ସମସ୍ତ ।
ବୃନ୍ଦା ପଚାରନ୍ତି କିସ କ‌ହିବ ହେ କ‌ହ ।
ଗୋବିନ୍ଦ ବିଷୟକୁ ଶୁଣାଇ ରଖ ଦେହ ।