ପୃଷ୍ଠା:Typical selections from Oriya literature.pdf/୪୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୮୪
ଓଡ଼ିଆ ସାହିତ୍ୟ-ପରିଚୟ

କେଉଁ ଛଟକେ ମନ୍ଦିରେ ପଶଇ । କି କରି ସର ଲବଣୀ ଭକ୍ଷଇ ।
କାହିଁ ମୁଁ; ଦେଖି ନାହିଁ ଏପୁଅ । କ୍ରୋଧରେ ହସାଇ ଆରମ୍ଭି ଛୁଅ ।
କନ୍ଦାଇ ହସାଇ ବିନା କାରଣେ । କିକି କରି ଚାହେଁ ନୟନ‌କୋଣେ ।
କିଳକିଞ୍ଚିତ ଭାବକୁ ବଢ଼ାଇ । କ‌ହୁଁ କ‌ହୁଁ ମୋଟ୍‌ଟାଇତକୁ ପାଇଁ ।
କାଲିତ; ଆମ୍ଭ ଆଗରେ ଜାତ । କାହୁଁ ଶିଖିଲେ ଏ ଏତେ ଚରିତ ।
କ‌ହୁଁ କ‌ହୁକ୍ଷ ଗୋପୀ ଏହି ପ୍ରସଙ୍ଗ । କି କି ହୋଇ ମିଳିଗଲେ ଶ୍ରୀରଙ୍ଗ ।
କରେ ଧରି ନବ‌ନୀତ ସମ୍ବଳ । କରୁଛନ୍ତି କଳେ କଳେ କବଳ ।
କୁଟିଳ; ନୀଳ ଅଳକା ଲୁଳେ । କମଳେ ଶୋଭା ଯେହ୍ନେ ଶଇବାଳେ ।
କଳାକଳେବର ଧୂଳିଧୂସର । କଟିରେ କିଙ୍କିଣୀ ନାହିଁ ଅମ୍ବର ।
କାକର ପ୍ରାୟ ଝାଳ ବିନ୍ଦୁ ବିନ୍ଦୁ । କଳିତ କରିଛି ଶ୍ରୀମୁଖ ଇନ୍ଦୁ ।
କମଳେ, ଭୃଙ୍ଗ ଖେଳିଲା ପ୍ରାୟେ । କଳାଡ଼ୋଳା ଚଳେ ଅପାଙ୍ଗ‌ଯାଏ ।
କୃଷ୍ଣକୁ ଦେଖି ଡ଼ାକିଲେ ଯୁବତି । କେ ବୋଲେ ଆସ ହେ ସୁଖସମ୍ପତ୍ତି ।
କୁଞ୍ଜନୟନ ଅଳକା-ବଳୀୟା । କୁମୁଦ‌ଦାନୀ ଘନଶ୍ୟାମଳୀୟା ।
କଣ୍ଠର; ଦିବ୍ୟ ମର୍କତମଣି । କର ନାଟ ଆମ୍ଭେ ଦେବୁଁ ଲବଣୀ ।
କରେ ଗୋପୀମାନେ ଧଇଲେ ଢାଳି । କମଳନୟନ ନାଚନ୍ତି ଢଳି ।
କଟିକିଙ୍କିଣୀ କିଣି କିଣି ବାଜେ । କନ‌କନୂପୁର ଚରଣେ ସାଜେ ।
କ‌ହିବି; କେତେ ସେ ନାଟଛବି । କବି ଜଡ଼ ହୋଇ ରହେ ଯା ଭାବି ।
କେ ନେଇ ଶ୍ରଦ୍ଧାରେ ଦିଅନ୍ତି ସର । କରନ୍ତି ମଣୋହି ଶ୍ରୀଦାମୋଦର ।
କେ ବୋଲ‌ଇ ମୁଁ ଲୁଛିଯାଇଁ କିନା । କେ ବୋଲେ ଶ୍ରୀଅଙ୍ଗ ଫୁଟିବ ସିନା ।
କର ଯା ; ବିଜେ ଘରକୁ ଏବେ । କାତର ହୋଇ ମାଏ ଲୋଡ଼ୁଥିବେ ।
କେଉଁ ଗୋପୀ କରେ ଲବଣୀ ଦେଇ । କାଖରେ ବସାଇ ପୁରକୁ ନେଇ ।
କରେ ଯଶୋଦାଙ୍କ ଆଗରେ ଉଭା । କେ କ‌ହିବ ଅବା ସେକାଳ ଶୋଭା ।
କୋଳରେ; ମାଏ ଧଇଲେ ନେଇ । କାହିଁଥିଲୁ ବୋଲି ଚୁମ୍ବନ ଦେଇ ।
କରି ଶ୍ରୀଅଙ୍ଗେ ତଇଳ ମର୍ଦ୍ଦନ । କଲେ ଝୀନବସନରେ ମାର୍ଜନ ।
କଉଷେୟକାଛ ପିନ୍ଧାଇ ଦେଇ । କରପଦ୍ମେ ଦିବ୍ୟ ଅନ୍ନ ଭୁଞ୍ଜାଇ ।
କରାଇ; ଆଚମନ ସଧୀରେ । କଲେ ଶ୍ରୀମୁଖପୋଛା ବସନରେ ।
କେତେ କ‌ହିବି ବା‌ଳ‌ଲୀଳା-ଭାବ । କ‌ହିଲେ ପଦ ବ‌ହୁତ ହୋଇବ ।
କଳପେ ବସି କଳପିଲେ ଯାହା । କ‌ହି ନ ପାରିବେ ଗିରିଜାନାହା ।
କୋଟିଏ; କୋଟି କୀଟେ ମୁଁ ଏକ । କେତେ ମୋର ବୁଦ୍ଧି କେତେ ବିବେକ ।
କେ ଅବା ଲେଖିବ ଗ‌ଗନତାରା । କେ ଅବା ଗଣିବ ବରଷାଧାରା ।
କେ ସଂଖ୍ୟା କରିବ ସିନ୍ଧୁଲହରୀ । କେ ପାରିବ ପୟୋନିଧି ପ‌ହଁରି ।
କେ ଅବା; ଏହା କରି ପାରିବ । କୃଷ୍ଣମହିଁମା କ‌ହି ନ ପାରିବ ।
କୃଷ୍ଣନାମରେ ପାପ କ୍ଷୟ ଯେତେ । କରି ନ ପାରେ ପାପୀ ପାପ ତେତେ ।