ପୃଷ୍ଠା:Typical selections from Oriya literature.pdf/୪୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୩୪
ଓଡ଼ିଆ ସାହିତ୍ୟ-ପରିଚୟ

କେ ଉଶିର ଗୋଲୁଥିବ କେ ପଲ୍ଲବ ତୋଳୁଥିବ କେ ଚନ୍ଦନ ବୋଲୁଥିବ ନେଇ ।
କେ ଆଲଟେ ବିଞ୍ଚୁଥିବ କେ ପନୀର ସିଞ୍ଚୁଥିବ ଘେନି ଶ୍ୱାସ ମୁଞ୍ଚୁଥିବ ପାଁଇ ଫାଁଇ
ସେ । କେଉଁ ସଖୀ ।
କ‌ହୁଥିବ ଶିବ ରକ୍ଷା କର । କୋଳାହଳନାଦେ ପୂରୁଥିବ ପୁର ସେ ।
କି କଲା କି କଲା ବିହି କର୍ମେ ଏହା ଥିଲା ଲିହି ପାକେ ପ୍ରତିଫଳ ହେଲା ଏହି ।
କୁମତି ଗୁଆଁର ଆଗେ ଗୁଣବନ୍ତ ଅନୁରାଗେ ଗୁଣ ଦେଖାଇ ଯେମନ୍ତ ହୋଇ ଦ‌ହି
ସେ । କୃଶୋଦରୀ ।
କେତେଭାବେ କରି ମୋତେ ସୁଖୀ । କାଳେ ଏବେ ଦୁଃଖୀ ହେଲା ଚନ୍ଦ୍ରମୁଖୀ ସେ ।
କାମ କଳାବନ୍ତ ହୋଇ କାମିନୀଙ୍କି ଦୁଃଖ ଦେଇ ବୋଲାଇ ମୁଁ ପୁରୁଷ ଉତ୍ତମ ।
କ‌ହିବାକୁ ବଡ଼ ଲାଜ ଏଥୁଁ ଅବା କେଉଁ କାର୍ଯ୍ୟ ଜଳେ ତିନ୍ତିଲା କି ଉତ୍ପଳ କୁସୁମ
ସେ । କୃପାନିଧି ।
କ‌ହି ଏହା ପକାଇ ନିଶ୍ୱାସ । କୃପା କରି ଉଦ୍ଧବକୁ ଡାକି ପାଶ ସେ ।
କ‌ହିଲେ ଗୋପକୁ ଯିବ ତାତ ମାତାଙ୍କୁ କ‌ହିବ ଆମ୍ଭର ଶୁଭ ସନ୍ଦେଶମାନ ।
କଳାବତୀ କଳାନିଧି କ‌ହିବ ଗୋପୀଙ୍କି ବୋଧି ତୁମ୍ଭ ଅଭାବେ ନ ସରେ ତାଙ୍କ ଦିନ
ସେ । କୃଷ୍ଣବାଣୀ ।
ଶୁଣି ଉଦ୍ଧବ ଆରୋହି ରଥ । କଲେ ଗୋପୀଙ୍କ ଦର୍ଶନେ ମନୋରଥ ସେ ।
କି ଭାଗ୍ୟ ମୋହର ଆଜ କରିବି ପ୍ରଭୁଙ୍କ କାର୍ଯ୍ୟ ତେଣେ ହେବ ସାଧୁ ଦରଶନ ।
କୁଶକେତୁ ପରସନ ନୋହିଲେ ନୋହେ ଏମାନ ସବୁଠାରୁ କର୍ତ୍ତା ପ୍ରଭୁ ଭଗବାନ
ସେ । କୃଷ୍ଣ ଦୂତ ।
ଏହି କଥା ବିଚାରି ମନରେ କଲେ ଗୋପକୁ ଗମନ ଧୀରେ ଧୀରେ ସେ ।
କଦମ୍ବଫୁଲ ପରାୟେ କଳେବର ଶୋଭା ପାଏ ନୟନୁଁ ଗଳଇ ଅଶ୍ରୁଜଳ ।
କୃଷ୍ଣକୀର୍ତ୍ତନରେ ଭୋଳ ନାନାରଙ୍ଗରେ ମଙ୍ଗଳ ଆଗେ ପ୍ରକାଶ ହୁଅଇ ମାଳ ମାଳ
ସେ । କୃଷ୍ଣ ଦୂତ ।
ପ୍ରବେଶ ହୋଇଲେ ଗୋପେ ଯାଇ । କଲେ ରଥ ଉଭା ନନ୍ଦ‌ଦ୍ୱାରେ ନେଇ ସେ ।
କୋଟୀଏ ସୁବର୍ଣ୍ଣ ପାଇ ଦରିଦ୍ର ଯେମନ୍ତ ହୋଇ ସେହିମତି ହେଲେ ନନ୍ଦରାଣୀ ।
କଲେ ଆସନ ପ୍ରଦାନ ନାନାରୂପେ ସନମାନ କୃଷ୍ଣ ସମାନରେ ପୂଜା କଲେ ପୁଣି
ସେ । କୃଷ୍ଣ ଦୂତ ।
କ‌ହି କୃଷ୍ଣସନ୍ଦେଶ-ବଚନ । କଲେ ଶୟନରେ ନିଶି ଅବସାନ ସେ ।
କେଶବନାମ ସୁମରି ଶୟନରୁ ଉଠିକରି ନିତ୍ୟକର୍ମ ତୁରିତେ ସାରିଲେ ।
କିଶୋରୀ-ଗୋପୀଙ୍କ ପାଶେ ପ୍ରବେଶ ହେଲେ ହରଷେ କୃଷ୍ଣଉଦନ୍ତ କ‌ହିବା
ବିଚାରିଲେ ସେ । କୃଷ୍ଣ ଦୂତ ।
ଉଦ୍ଧବଙ୍କୁ ଦେଖି ଗୋପବାଳୀ । କି ଆନନ୍ଦ ହେଲେ କେ କ‌ହିବ ଭାଳି ସେ ।
କଲା ସନ୍ତାପ ଅନ୍ତର ଭଗ‌ତଭେଟ ମନ୍ତର ଭକ୍ତ ଦର୍ଶନରେ ଯେହ୍ନେ ଭୋଗୀ ।
କାଳିକା ଉଦୟ ଦେଖି ଯେମନ୍ତ ଚାତକପକ୍ଷୀ ସେହିମତି ହେଓଏ ଗୋପୀ
ପଦ୍ମ‌ମୁଖୀ ସେ । କୃଷ୍ଣ ଦୂତ ।
ଉଦ୍ଧବ, ଗୋପୀଙ୍କ କଥା ଶୁଣି । କୃଷ୍ଣଦାସର ବଢ଼ିବ ସୁଖଶ୍ରେଣୀ ସେ ।