ପୃଷ୍ଠା:Typical selections from Oriya literature.pdf/୪୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୩୯
ଓଡ଼ିଆ ସାହିତ୍ୟ-ପରିଚୟ

ଚତୁଃତ୍ରିଂଶ ଛାନ୍ଦ
ରାଗ - ଆଷାଢ଼ଶୁକ୍ଳ
କଂସ-କରି-କଣ୍ଠୀରବ କେଶବ । କ‌ହ‌ନ୍ତି ପ୍ରସନ୍ନ ହୋଇ ଉଦ୍ଧବ ।
କ‌ହ କ‌ହ ଗୋପ‌ପୁରସନ୍ଦେଶ । କେମନ୍ତେ ହୋଇଛନ୍ତି ଗୋପୀବଂଶ ।
କ‌ହ‌ନ୍ତି ଉଦ୍ଧବ । କର ଅବଧାନ ପ୍ରଭୁ ମାଧବ ।
କି କ‌ହିବି ଗୋପୀମାନଙ୍କ କଥା । କ‌ହିଲେ ଜାତ ହେବ ମହାବ୍ୟଥା ।
କେଶ ବାସ କେଶ ଅତିମଳିନ । କୁଜ୍‌ଝଟୀସମୟେ ଯେହ୍ନେ ନଳିନ ।
କାହାର ଶରୀର । କୃଶ-ବିଷାଦୁଁ ନୋହିଛି ବାହାର ।
କାହାରିବଦନେ ନାହିଁ ପ୍ରସନ୍ନ । କାହାରି ନାହିଁ ବିଷୟ ଦର୍ଶନ ।
କ‌ହିବାକୁ ଶକ୍ୟ ନାହିଁ କାହାର । କାହିଁକି ଥିବ ଆହାର ବିହାର ।
କେବଳ ବିରସ । କରିଛି ସବୁ ହୃଦୟରେ ବାସ ।
କାହା-କଙ୍କଣ ହୋଇଛି କେୟୂର । କେ ଉରେ କରିଛି କଙ୍କଣ ହାର ।
କେ କଣ୍ଠେ ବସାଇ ତୁମ୍ଭ-ନାମକୁ । କଳେବର ଦେଇ କାମକାଣ୍ତକୁ ।
କରିଛି ଶୟନ । କିଞ୍ଚିତ କରି ଫେଡ଼ିଛି ନୟନ ।
କାହାର ସ୍ୱର ହୋଇବାରୁ ହତ । କାଦମ୍ବିନୀକାଳ-କୋକିଳ ମତ ।
କେ ତ‌ହିଁ ଶରଦ‌ଋତୁ ସମାନ । କେତକୀ ପରାୟେ ହେବାରୁ ବର୍ଣ୍ଣ ।
କେ ନିଦାଘକାଳ । କେତେ ବ‌ହୁଛି କଳେବରୁଁ ଝାଳ ।
କେ ତ‌ହିଁ ହୋଇଛି ବରଷା ପ୍ରାୟେ । କମ‌ଳନେତ୍ରୁଁ ନୀର ବ‌ହି ଯାଏ ।
କେତେ କ‌ହିବି ତାହାଙ୍କ ବେଦନା । କ‌ହିଲେ ଶୋକ ଜାତ ହେବ ସିନା ।
କେବଳ ଏ ଦେହ । କେତେ ଅବା ନ ସ‌ହଇ ଦୁଃସ‌ହ ।
କେତେ କ‌ହିବି ଏହିରୂପେ ଗୋଳ । କେତେପ୍ରକାରେ ପୂରିଛି ଗୋକୁଳ ।
କୋମଳପତ୍ର ହୋଇଛି କଉଡ଼ି । କେ କେତେ ଅବା ଆସୁଛନ୍ତି ଲୋଡ଼ି ।
କାସ ରମାନଙ୍କେ । କମଳପତ୍ର ଅବା ପାଇବ କେ ।
କର୍ପୂର ଚନ୍ଦନ‌କୁ ଆଗ ହୋଇ । କପର୍ଦିମାନ ପଡ଼ିଅଛ ଯାଇଁ ।
କୁତ୍ସତଦ୍ରବ୍ୟ ଗନ୍ଧବେଣାମୂଳ । କର୍ମକୁ ସେହି ହୋଇଛି ଦୁର୍ମିଳ ।
କୁସୁମମାନଙ୍କୁ । କେହି ଆଣୁ ନାହିଁ ନେତ୍ରପଥକୁ ।
କେତେରୂପେ ଫୁଟି ଅଛନ୍ତି ଗଛେ । କେହି ତୋଳିବାକୁ ମନେ ନ ଇଚ୍ଛେ ।
କାମଦୁତକୁ ଦେଖି ଘଉଡ଼ନ୍ତି । କଣ୍ଠ ଶୁଣି କର୍ଣ୍ଣେ କର ଦିଅନ୍ତି ।
କୁଞ୍ଜବନ ହରି । କ‌ହିଲି ଏହା ମୁଁ ଅଳପକରି ।
କେବଳ ତୁମ୍ଭଲୋକ ବୋଲି ମୋତେ । କ‌ହିଲେ ମଧ୍ୟସ୍ଥଳେ ଯେତେ ଯେତେ ।
କିଛି ପ୍ରବେଶ ହୁଅଇ କର୍ଣ୍ଣରେ । କିଛି ର‌ହଇ ତାହାଙ୍କ ଅଧରେ ।
କାମକରବୀଣା । କୁଶନ ସେକାଳେ ହୋଇବ ଭଣା ।